Image Credit: Instagram
ଟେଲିଷ୍ଟାର ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁରେ ସାରା ଫିଲ୍ମ ଜଗତ ସ୍ତବ୍ଧ ହୋଇଯାଇଛି। ଗୁରୁବାର ସକାଳେ ହାର୍ଟ ଆଟାକ୍ରେ ତାଙ୍କ ମୃତ୍ୟୁ ହୋଇଥିବା କୁପର ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତେବେ ସିଦ୍ଧାର୍ଥଙ୍କର ଏଭଳି ଅଚାନକ ମୃତ୍ୟୁକୁ ତାଙ୍କ ଫ୍ୟାନ୍ମାନେ ଗ୍ରହଣ କରିପାରିନାହାନ୍ତି। ଏଣୁ ଏହା ପଛରେ ଆଉ କିଛି କାରଣ ଅଛି ବୋଲି କିଛି ଫ୍ୟାନ୍ ଟ୍ଵିଟ୍ କରି ମତ ପ୍ରକାଶ କରୁଛନ୍ତି। ତେବେ ଇତି ମଧ୍ୟରେ ଆଉ ଏକ ଖବର ଶୁଣିବାକୁ ମିଳୁଛି।
କୁହାଯାଉଛି ଯେ ଗୁରୁବାର ସନ୍ଧ୍ୟାରେ ସିଦ୍ଧାର୍ଥ ଘରକୁ ଫେରିବା ବେଳେ ତାଙ୍କ ବିଏମ୍ଡବ୍ଲ୍ୟୁ କାରର ପଛ କାଚ ଭାଙ୍ଗିଯାଇଥିଲା। କାରର କାଚ ଅତିମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। କାର ଅବସ୍ଥା ଦେଖି ଆଶଙ୍କା କରାଯାଉଛି ଯେ ଗୁରୁବାର ରାତିରେ ସିଦ୍ଧାର୍ଥଙ୍କର କାହା ସହ ଝଗଡ଼ା ହୋଇଥାଇପାରେ। କିନ୍ତୁ କେଉଁ କାରଣରୁ କାରର ପଛ କାଚ ଭାଙ୍ଗିଛି ତାହା ଏବେ ଯାଏଁ ଜଣାପଡ଼ିନାହିଁ। ସିଦ୍ଧାର୍ଥଙ୍କର କାହା ସହ ଝଗଡ଼ା ହୋଇଥିଲା କି ଯେଉଁଥିପାଇଁ ସେ ଡିଷ୍ଟର୍ବ ଥିଲେ ବୋଲି କୁହାଯାଉଛି।
କିନ୍ତୁ ପରିବାର ପକ୍ଷରୁ ସେଭଳି କିଛି ହୋଇନଥିବା କୁହାଯାଇଛି। ଅନ୍ୟପଟେ ମୁମ୍ବାଇ ପୋଲିସ ସିଦ୍ଧାର୍ଥଙ୍କ କାରକୁ ଜବତ କରିଥିବା ସୂଚନା ମିଳିଛି। ତେବେ ସିଦ୍ଧାର୍ଥଙ୍କ ଶରୀରରେ ମଧ୍ୟ କୌଣସି କ୍ଷତ ନଥିବା ପୋଷ୍ଟମର୍ଟମରୁ ଜଣାଯାଇଛି। ତାଙ୍କର ମୃତ୍ୟୁ ହାର୍ଟ ଆଟାକ୍ରେ ହୋଇଛି ବୋଲି ସ୍ପଷ୍ଟ କରିଛି କୁପର ହସ୍ପିଟାଲ। ଆଜି ମୁମ୍ବାଇରେ ସିଦ୍ଧାର୍ଥଙ୍କ ଶେଷ କୃତ୍ୟ ହେବ ବୋଲି ପରିବାର ପକ୍ଷରୁ ଜଣାଯାଇଛି।
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…