ବଲିଉଡ୍ ସିଙ୍ଗର ନୀତି ମୋହନ ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ନିକଟରେ ନୀତି ଇନ୍ଷ୍ଟାଗ୍ରାମରେ ନିଜର କିଛି ସ୍ପେଶାଲ ଫଟୋ ଶେୟାର କରି ଫ୍ୟାନମାନଙ୍କୁ ଏହି ଖୁସି ଖବର ଜଣାଇଛନ୍ତି। ଫଟୋରେ ନୀତି ଓ ତାଙ୍କ ସ୍ୱାମୀ ନିହାର ପାଣ୍ଡ୍ୟା ନଜର ଆସୁଛନ୍ତି। ଦୁହେଁ ସମୁଦ୍ର କୂଳରେ ଛିଡ଼ା ହୋଇ ନିଆରା ଅନ୍ଦାଜରେ ଫଟୋ କ୍ଲିକ୍ କରିଛନ୍ତି।
ନିହାର ଫିଙ୍କ୍ ଶାର୍ଟ ଏବଂ ବ୍ଲ୍ୟୁ ଜିନ୍ସ ପିନ୍ଧିଥିବା ବେଳେ ନୀତି ଲୁଜ୍ ଶର୍ଟ ଟାଇପ୍ ଡ୍ରେସ୍ କ୍ୟାରୀ କରିଛନ୍ତି। ଦୁଇଜଣ ଖୁବ୍ ଖୁସି ଥିବା ନଜର ଆସୁଛନ୍ତି। ଫଟୋରେ ନିହାର, ନୀତିଙ୍କ ବେବି ବମ୍ପ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳୁଛି। ତେବେ ଖାସ୍ କଥା ହେଉଛି, ନିଜର ଦ୍ୱିତୀୟ ବିବାହ ବାର୍ଷିକୀ ଅବସରରେ ଦୁଇଜଣ ଏହି ଖୁସି ଖବର ଦେଇଛନ୍ତି। କହି ରଖୁଛୁ, ନୀତି ମୋହନ ଓ ନିହାର ପାଣ୍ଡ୍ୟାଙ୍କର ୨୦୧୯, ଫେବୃଆରୀ ୧୫ରେ ବିବାହ ହୋଇଥିଲା। ନିହାର ଜଣେ ଅଭିନେତା। ସେ ମଣିକର୍ଣ୍ଣିକା ଭଳି ଫିଲ୍ମରେ ନଜର ଆସିଥିଲେ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…