ମା’ ହେବାକୁ ଯାଉଛନ୍ତି ସିଙ୍ଗର ନୀତି ମୋହନ, ଦ୍ୱିତୀୟ ବିବାହ ବାର୍ଷିକୀରେ ଫ୍ୟାନ୍‌ମାନଙ୍କୁ ଦେଲେ Good News

ବଲିଉଡ୍‌ ସିଙ୍ଗର ନୀତି ମୋହନ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ନିକଟରେ ନୀତି ଇନ୍‌ଷ୍ଟାଗ୍ରାମରେ ନିଜର କିଛି ସ୍ପେଶାଲ ଫଟୋ ଶେୟାର କରି ଫ୍ୟାନମାନଙ୍କୁ ଏହି ଖୁସି ଖବର ଜଣାଇଛନ୍ତି। ଫଟୋରେ ନୀତି ଓ ତାଙ୍କ ସ୍ୱାମୀ ନିହାର ପାଣ୍ଡ୍ୟା ନଜର ଆସୁଛନ୍ତି। ଦୁହେଁ ସମୁଦ୍ର କୂଳରେ ଛିଡ଼ା ହୋଇ ନିଆରା ଅନ୍ଦାଜରେ ଫଟୋ କ୍ଲିକ୍‌ କରିଛନ୍ତି।

ନିହାର ଫିଙ୍କ୍‌ ଶାର୍ଟ ଏବଂ ବ୍ଲ୍ୟୁ ଜିନ୍ସ ପିନ୍ଧିଥିବା ବେଳେ ନୀତି ଲୁଜ୍‌ ଶର୍ଟ ଟାଇପ୍‌ ଡ୍ରେସ୍‌ କ୍ୟାରୀ କରିଛନ୍ତି। ଦୁଇଜଣ ଖୁବ୍‌ ଖୁସି ଥିବା ନଜର ଆସୁଛନ୍ତି। ଫଟୋରେ ନିହାର, ନୀତିଙ୍କ ବେବି ବମ୍ପ୍‌କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳୁଛି। ତେବେ ଖାସ୍‌ କଥା ହେଉଛି, ନିଜର ଦ୍ୱିତୀୟ ବିବାହ ବାର୍ଷିକୀ ଅବସରରେ ଦୁଇଜଣ ଏହି ଖୁସି ଖବର ଦେଇଛନ୍ତି। କହି ରଖୁଛୁ, ନୀତି ମୋହନ ଓ ନିହାର ପାଣ୍ଡ୍ୟାଙ୍କର ୨୦୧୯, ଫେବୃଆରୀ ୧୫ରେ ବିବାହ ହୋଇଥିଲା। ନିହାର ଜଣେ ଅଭିନେତା। ସେ ମଣିକର୍ଣ୍ଣିକା ଭଳି ଫିଲ୍ମରେ ନଜର ଆସିଥିଲେ।

 

View this post on Instagram

 

A post shared by NEETI MOHAN (@neetimohan18)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.