କଟକ:ଖାନନଗରରେ ବସ ଟର୍ମିନାଲ ସ୍ଥାନାନ୍ତର ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ଖାରଜ,ଟର୍ମିନାଲକୁ ଅନୁମତି ଦେଲେ ହାଇକୋର୍ଟ

କଟକ(କେନ୍ୟୁଜ୍):  କଟକରେ ନେତାଜୀ ବସ ଟର୍ମିନାଲକୁ ଅନୁମତି ଦେଲେ ହାଇକୋର୍ଟ। ଖାନନଗରରେ ବସ ଟର୍ମିନାଲ ସ୍ଥାନାନ୍ତର ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ଖାରଜ ହୋଇଛି। ହାଇକୋର୍ଟ କହିଛନ୍ତି ବସ ଟର୍ମିନାଲ ନିର୍ମାଣ ରାଜ୍ୟ ସରକାରଙ୍କର ନୀତିଗତ ନିଷ୍ପତ୍ତି। ତେଣୁ ଏହା ଉପରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ। ଏହାସହ ଅନ୍ତରୀଣ ସ୍ଥିତାବସ୍ଥା ନିର୍ଦ୍ଦେଶକୁ ପ୍ରତ୍ୟାହାର କଲେ ହାଇକୋର୍ଟ। ଗତ ଦୁଇ ତାରିଖରେ ସ୍ଥିତାବସ୍ଥା ଜାରି କରିଥିଲେ ହାଇକୋର୍ଟ।

ଏହାପରେ ଜିଲ୍ଲାପାଳ ହାଇକୋର୍ଟରେ ଜବାବ ଦାଖଲ କରିଥିଲେ। କହିଥିଲେ, ଦେବସ୍ଥଳୀ ଭାଙ୍ଗିବାର ଯୋଜନା ନାହିଁ। ଟର୍ମିନାଲକୁ ନେଇ ଦାୟର ହୋଇଥିଲା ତିନିଟି ମାମଲା। ତିନିଟି ମାମଲାର ଏକତ୍ର ଶୁଣାଣି ହୋଇଥିଲା। ପ୍ରଥମ ମାମଲାଟି ଶ୍ମଶାନ କାଳୀ ମନ୍ଦିର ଜମିକୁ ନେଇ ଦାୟର ହୋଇଥିଲା। ଅନ୍ୟ ଦୁଇଟି ମାମଲା ବସ ଟର୍ମିନାଲକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ହୋଇଥିଲା। ସ୍ଥାନାନ୍ତର ପାଇଁ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। କିନ୍ତୁ ଶ୍ମଶାନ କାଳୀ ସମ୍ପତ୍ତି ମାମଲାର ପରିବର୍ତ୍ତୀ ଶୁଣାଣି ମେ ୧୭ ତାରିଖରେ ହେବ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.