Below header

ବାଇ-ଲ ପ୍ରତ୍ୟାହର ପାଇଁ କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

କେନ୍ୟୁଜ୍(ବ୍ୟୁରୋ): ଏକାମ୍ର କ୍ଷେତ୍ର ଚିଠା ଅଧିନିୟମ ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି ସଚିବ ରାଘବେନ୍ଦ୍ର ସିଂହଙ୍କୁ ଚିଠି ଲେଖିଲେ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଏକାମ୍ର କ୍ଷେତ୍ର ମନ୍ଦିର ସମ୍ପର୍କିତ ଚିଠା ବିଜ୍ଞପ୍ତି ସେବାୟତମାନଙ୍କୁ ଆଘାତ ଦେଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ଚିଠା ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ଲେଖିଛନ୍ତି। ଚିଠା ବାଇଲକୁ ନେଇ ବାରମ୍ବାର ଆନ୍ଦୋଳନ ହେଉଛି।

ଆନ୍ଦୋଳନ ବ୍ୟାପକ ହେବା ସମ୍ଭାବନା ରହିଛି। ଯାହା ମନ୍ଦିର ରୀତିନୀତି ପାଳନରେ ବ୍ୟାଘାତ ସୃଷ୍ଟି କରିପାରେ। ଏଭଳି ପରିବେଶ ଲକ୍ଷଲକ୍ଷ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେବ। ଆଗକୁ ମାର୍ଚ୍ଚ ୧୧ରେ ଶିବରାତ୍ରୀ ରହିଛି। ତେଣୁ ଶାନ୍ତିପୂର୍ଣ୍ଣ ପରିବେଶ ସହ ସେବାୟତଙ୍କ ସହଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.