Categories: ମନୋରଂଜନ

ବାହୁବଳିଠୁ ବଡ଼ ଫିଲ୍ମ କରୁଛନ୍ତି ରାଜାମୌଲୀ : ପୁଣି ଲାଗିବ ଆକ୍ସନ୍, ରୋମାଞ୍ଚ ଏବଂ ରୋମାନ୍ସର ତଡ଼କା, ଜାଣନ୍ତୁ କିଏ କରିବେ ଅଭିନୟ

ପୁଣି ଥରେ ବଡ଼ ପରଦାରେ ହେବ ଧମାଲ୍ । ପୁଣି ଥରେ ସିନେମା ହଲ୍ ଆଗରେ ଟିକେଟ୍ ପାଇଁ ଲାଗିବ ଲମ୍ବା ଲାଇନ୍ । କାରଣ ମେଗା ବ୍ଲକବଷ୍ଟର୍ ଫିଲ୍ମ ବାହୁବଳି ପରେ ପୁଣି ଥରେ ଧମାକା କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ ରାଜାମୌଲୀ । ଆଉ ଏଥର ପ୍ରଭାସଙ୍କ ସ୍ଥାନରେ ଜବରଦସ୍ତ ଆକ୍ସନ କରିବେ ସାଉଥର ଦୁଇ ସୁପରଷ୍ଟାର୍ ଜୁନିୟର୍ ଏନଟିଆର୍ ଏବଂ ରାମଚରଣ । ଆକ୍ସନ ଏବଂ ରୋମାଞ୍ଚରେ ଭରପୁର ଏହି ଫିଲ୍ମର ନାଁ ହେଉଛି RRR । ତେବେ ଫିଲ୍ମର ଫିମେଲ୍ ଲିଡରେ କିଏ ଅଛନ୍ତି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

ଏହି ଫିଲ୍ମର ପୁରା ନାଁ ହେଉଛି ରାମା ରାବଣ ରାଜ୍ଯମ୍ । ନିଜର ଏହି ଆଗାମୀ ପ୍ରୋଜେକ୍ଟ ନେଇ ରାଜାମୌଲୀ ୧୧ ନଭେମ୍ବର ସକାଳ ୧୧ ଟାରେ ଖୁଲାସା କରିଥିଲେ । ତେବେ ଏହି ଘୋଷଣା ଶୁଣିବା ପରେ ପ୍ରଶଂସକଙ୍କ ଉତ୍ସାହ ଢେର୍ ବଢିଯାଇଛି ।

ଏହା ସହ ପଢନ୍ତୁ : ପ୍ରେମ କରୁଥିବା ଯୋଡିଙ୍କ କେମିଷ୍ଟ୍ରି କେମିତି ହେବା ଉଚିତ୍ ? ଏହା ବୁଝିବା ପାଇ ଦେଖନ୍ତୁ ଦୀପିକା – ରଣବୀରଙ୍କ ଏହି ୨୦ ଫଟୋ

ଶୁଣିବାକୁ ମିଳିଛି ଏହି ଫିଲ୍ମ ପାଇଁ ରାମ ଚରଣ ଏବଂ ଏନଟିଆର୍ ଜମେଇକି ବୁହାଇଛନ୍ତି ଝାଳ । କିନ୍ତୁ ବାହୁବଳି ପରି ଏହା ଦୁଇ ଭାଗରେ ଆସିବ ନାହିଁ । ଏହି ଫିଲ୍ମଟି ଏକ ପିରିୟଡ୍ ଡ୍ରାମା ହୋଇଥିବାରୁ ଅଲଗା ଅଲଗା ଗାଁ ତିଆରି କରାଯାଉଛି । ଯାହାର ରୂପରେଖ ୧୯୨୦କୁ ଧ୍ୟାନରେ ରଖି ତିଆରି ହେବ ।

ଏହା ସହ ପଢନ୍ତୁ ସୋଏବ ଦେଲେ ସାନିଆଙ୍କୁ ଜନ୍ମଦିନର ଉପହାର, ପତ୍ନୀ ଏବଂ ପୁଅ ପାଇଁ ନେଲେ ନିଜ ଜୀବନର ବଡ଼ ନିଷ୍ପତ୍ତି

ଫିଲ୍ମର ବଜେଟ୍ ରହିଛି ୩୦୦ କୋଟି । ଯେତେବେଳେ କି ବାହୁବଳୀ ର ପ୍ରଥମ ପାର୍ଟର ବଜେଟ୍ ୧୮୦ କୋଟି ଏବଂ ଦ୍ବିତୀୟ ପାର୍ଟର ବଜେଟ୍ ଥିଲା ୨୫୦ କୋଟି । ଆଉ ଯାହାର ସଫଳତା ଏବଂ ଆୟ କାହାକୁ ଅଛପା ନାହିଁ । ଏବେ ଅନୁମାନ କରନ୍ତୁ ଦୁଇ ସୁପରଷ୍ଟାରଙ୍କ ଜବରଦସ୍ତ ଆକ୍ସନ୍ ଥିବା ୩୦୦ ବଜେଟର ଏହି ସିନେମା ବକ୍ସ ଅଫିସରେ କି ଧମାଲ୍ କରିବ ?

 

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

4 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

19 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

29 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

40 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago