ନୂଆଦିଲ୍ଲୀ : ସୁଶାନ୍ତ ସିଂହ ରାଜପୁତଙ୍କୁ ବରବାଦ କରିବାକୁ ଅଭିନେତା ସଲ୍ମାନ୍ ଖାନ୍ ଓ ନିର୍ଦ୍ଦେଶକ କରନ୍ ଜୋହର ଚାହୁଁଥିଲେ ବୋଲି ଅଭିଯୋଗ କରିଛନ୍ତି ସୁଶାନ୍ତଙ୍କ ଜିମ୍ ପାଟର୍ନର ସୁନିଲ୍ ଶୁକ୍ଳା । ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁଯାୟୀ ସୁଶାନ୍ତଙ୍କୁ ଫିଲ୍ମ ନଦେବା ପାଇଁ ସଲ୍ମାନ କରନ୍ ଜୋହାରଙ୍କୁ ପ୍ରବର୍ତ୍ତାଇ ଥିଲେ । ଖାଲି ସେତିକି ନୁହେଁ ସୁଶାନ୍ତଙ୍କ ଫିଲ୍ମ ‘ଡ୍ରାଇଭ୍’କୁ ଜାଣିଶୁଣି ବିଳମ୍ବ କରାଯାଇଥିଲା ।
ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଥିବା ଜ୍ୟାକ୍ଲିନ୍ଙ୍କୁ ମଧ୍ୟ ଅନ୍ୟ ଫିଲ୍ମକୁ ନେଇଯାଇଥିଲେ । ଜ୍ୟାକ୍ଲିନ୍ଙ୍କୁ ‘ରେସ୍ ୩’ ଫିଲ୍ମ ପାଇଁ ଅଫର ମିଳିଥିଲା । ଜ୍ୟାକ୍ଲିନ୍ ‘ଡ୍ରାଇଭ’ ଫିଲ୍ମ ଛାଡ଼ି ଚାଲି ଯାଇଥିବାରୁ କରନ୍ ଜୋହର ସୁଶାନ୍ତଙ୍କୁ ଅନ୍ୟ କୈାଣସି ଫିଲ୍ମ କରିବାକୁ ଅଫର ଦେଇ ନଥିଲେ । ଫଳରେ ସେତେବେଳେ ସୁଶାନ୍ତଙ୍କୁ ଆଉ କୈାଣସି ଫିଲ୍ମ ମିଳି ନଥିଲା ।
ଆଇଫା ଆଓ୍ଵାର୍ଡସ୍ ଚାଲିଥିବା ବେଳେ ଷ୍ଟେଜ୍ ଉପରେ ଶାହାରୁଖ୍ ଖାନ୍ ମଧ୍ୟ ସୁଶାନ୍ତଙ୍କୁ ଅପମାନିତ କରିଥିଲେ । ସୁଶାନ୍ତ ଏଥିରେ ଖୁବ୍ ଆଘାତ ପାଇଥିଲେ ବୋଲି ସୁଶାନ୍ତଙ୍କ ଜିମ୍ ପାର୍ଟନର ସୁନିଲ୍ କହିଛନ୍ତି । ସୁନିଲ୍ଙ୍କ ଅଭିଯୋଗ ଅନୁଯାୟୀ ବଲିଉଡ଼୍ରେ କୁହାଯାଉଥିବା ନେପୋଟିଜମ୍ କଥା କ୍ରମେ ସତ ହେବାକୁ ଯାଉଛି ।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…