ସଲ୍‌ମାନ୍‌ ଖାନ୍‌ ଓ କରନ୍‌ ଜୋହରଙ୍କ ଷଡ଼ଯନ୍ତ୍ର ପଦାରେ ପଡିଲା, ବରବାଦ କରିବାକୁ ଚାହୁଁଥିଲେ ସୁଶାନ୍ତଙ୍କ କ୍ୟାରିଅର୍‌

ନୂଆଦିଲ୍ଲୀ : ସୁଶାନ୍ତ ସିଂହ ରାଜପୁତଙ୍କୁ ବରବାଦ କରିବାକୁ ଅଭିନେତା ସଲ୍‌ମାନ୍‌ ଖାନ୍‌ ଓ ନିର୍ଦ୍ଦେଶକ କରନ୍‌ ଜୋହର ଚାହୁଁଥିଲେ ବୋଲି ଅଭିଯୋଗ କରିଛନ୍ତି ସୁଶାନ୍ତଙ୍କ ଜିମ୍‌ ପାଟର୍ନର ସୁନିଲ୍‌ ଶୁକ୍ଳା । ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁଯାୟୀ ସୁଶାନ୍ତଙ୍କୁ ଫିଲ୍ମ ନଦେବା ପାଇଁ ସଲ୍‌ମାନ କରନ୍‌ ଜୋହାରଙ୍କୁ ପ୍ରବର୍ତ୍ତାଇ ଥିଲେ । ଖାଲି ସେତିକି ନୁହେଁ ସୁଶାନ୍ତଙ୍କ ଫିଲ୍ମ ‘ଡ୍ରାଇଭ୍‌’କୁ ଜାଣିଶୁଣି ବିଳମ୍ବ କରାଯାଇଥିଲା ।

sushant--12

ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଥିବା ଜ୍ୟାକ୍‌ଲିନ୍‌ଙ୍କୁ ମଧ୍ୟ ଅନ୍ୟ ଫିଲ୍ମକୁ ନେଇଯାଇଥିଲେ । ଜ୍ୟାକ୍‌ଲିନ୍‌ଙ୍କୁ ‘ରେସ୍‌ ୩’ ଫିଲ୍ମ ପାଇଁ ଅଫର ମିଳିଥିଲା । ଜ୍ୟାକ୍‌ଲିନ୍‌ ‘ଡ୍ରାଇଭ’ ଫିଲ୍ମ ଛାଡ଼ି ଚାଲି ଯାଇଥିବାରୁ କରନ୍‌ ଜୋହର ସୁଶାନ୍ତଙ୍କୁ ଅନ୍ୟ କୈାଣସି ଫିଲ୍ମ କରିବାକୁ ଅଫର ଦେଇ ନଥିଲେ । ଫଳରେ ସେତେବେଳେ ସୁଶାନ୍ତଙ୍କୁ ଆଉ କୈାଣସି ଫିଲ୍ମ ମିଳି ନଥିଲା ।

ଆଇଫା ଆଓ୍ଵାର୍ଡସ୍‌ ଚାଲିଥିବା ବେଳେ ଷ୍ଟେଜ୍‌ ଉପରେ ଶାହାରୁଖ୍‌ ଖାନ୍‌ ମଧ୍ୟ ସୁଶାନ୍ତଙ୍କୁ ଅପମାନିତ କରିଥିଲେ । ସୁଶାନ୍ତ ଏଥିରେ ଖୁବ୍‌ ଆଘାତ ପାଇଥିଲେ ବୋଲି ସୁଶାନ୍ତଙ୍କ ଜିମ୍‌ ପାର୍ଟନର ସୁନିଲ୍‌ କହିଛନ୍ତି । ସୁନିଲ୍‌ଙ୍କ ଅଭିଯୋଗ ଅନୁଯାୟୀ ବଲିଉଡ଼୍‍ରେ କୁହାଯାଉଥିବା ନେପୋଟିଜମ୍‌ କଥା କ୍ରମେ ସତ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.