ରାଜଧାନୀରେ ମାତିଥିଲେ ବଡେ ମିଆଁ ଛୋଟେ ମିଆଁ ଗ୍ୟାଙ୍ଗ୍, ଗିରଫ କଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଚୋରିର ନୂଆ ଫଣ୍ଡା । କୁନି ପୁଅକୁ ଚୋରୀ ବିଦ୍ୟା ଶିଖାଉଛି ବାପା । ବାହାରେ ବାପା ଜଗି ରହୁଛି ଆଉ ପୁଅ ଘର ଭିତରେ ପଶି କଳାକନା ବୁଲାଉଛି । ଆଉ ଏସବୁ କଏଦ ହୋଇଛି ସିସିଟିଭି କ୍ୟାମେରାରେ ।   ଦୁଇଟି ଘର ସିସିଟିଭିରେ କଏଦ ହୋଇଥିଲା ଦୃଶ୍ୟ । ଭୁବନେଶ୍ୱର ପାତ୍ରପଡା ଅଞ୍ଚଳରେ ବହୁଦିନ ଧରି ସ୍ଥାନୀୟ ଅଞ୍ଚଳରେ ବାପାପୁଅ ଆତଙ୍କ ଖେଳାଇଥିବା ବେଳେ ଗତକାଲି ଧରାପଡିଛନ୍ତି।ଆଉ ଲୋକଙ୍କଠାରୁ ନିସ୍ତୁକ ମାଡ ମଧ୍ୟ ଖାଇଛନ୍ତି।

ଏମାନଙ୍କ ଚୋରୀ କରିବା ତରିକା ଅଲଗା । ବେକରେ ପଘା ଓ ପାଟିରେ ପାଳ ଦଉଡ଼ି ଦେଇ ଘର ଘର ବୁଲୁଥିଲେ । ଗୋରୁ ମାରିଥିଲେ ଯେଭଳି ଘର ଘର ବୁଲି ଭିକ ମାଗନ୍ତି ଠିକ୍‌ ସମାନ ଢଙ୍ଗରେ ଏମାନେ ଭିକ ମାଗିବା ବାହାନାରେ ସୁଯୋଗ ଦେଖି କଳାକନା ବୁଲାଉଥିଲେ । ଚୋରି ନେଇ ଖଣ୍ଡଗିରି ଥାନାରେ ବି ଅଭିଯୋଗ କରିଛନ୍ତି ଲୋକେ । ହେଲେ କାର୍ଯ୍ୟାନୁଷ୍ଠାନ ଚୁପ୍‌  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.