ପର୍ଣ୍ଣଷ୍ଟାରରୁ ବଲିଉଡ୍ ଅଭିନେତ୍ରୀ ସାଜିଥିବା ସନ୍ନି ଲିଓନଙ୍କ ଏକ ଡ୍ୟାନ୍ସ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜଣେ ଫିଲ୍ମ ଆକ୍ଟରଙ୍କୁ ଚେୟାରରେ ବାନ୍ଧି ନାଚୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସନ୍ନିଙ୍କ ହଟ୍ ଅବତାର ନଜର ଆସିଛି। ଭିଡିଓଟିକୁ ସନ୍ନି ନିଜ ଅଫିସିଆଲ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଛନ୍ତି। ତେବେ ଚେୟାରରେ ବନ୍ଧା ଯାଇଥିବା ଅଭିନେତା ଆଉ କେହି ନୁହେଁ ସେ ହେଉଛନ୍ତି ନବାଜୁଦ୍ଦିନ୍ ସିଦ୍ଦିକି। ଏହି ଭିଡିଓଟି ତାଙ୍କ ଆଗାମୀ ଫିଲ୍ମର ବୋଲି ଜଣାଯାଇଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ, ନବାଜୁଦ୍ଦିନ୍ ସିଦ୍ଦିକି ଚେୟାରରେ ବନ୍ଧା ହୋଇଛନ୍ତି। ତାଙ୍କ ସାମ୍ନାରେ ସନ୍ନି ଲିଓନି ଏକ ବ୍ଲାକ୍ କଲର ସର୍ଟ ଡ୍ରେସ୍ରେ ଡ୍ୟାନ୍ସ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓଟିକୁ ୧୩ ଲକ୍ଷରୁ ଅଧିକ ଥର ସେୟାର କରାଯାଇଥିବା ବେଳେ ଲକ୍ଷାଧିକ ଲୋକେ ଏହାକୁ ଦେଖିସାରିଲେଣି।
ଏହାସହ ପଢ଼ନ୍ତୁ: ଅମ୍ବାନୀ ପରିବାରର ଦୀପାବଳି ପାର୍ଟିରେ ହିଜେଲଙ୍କ ସହ ନଜର ଆସିଲେ ଯୁବରାଜ, ଭାଇରାଲ ହେଉଛି ଫଟୋ
ନିକଟରେ ସନ୍ନି ଲିଓନଙ୍କୁ ଆଇକନ୍ ଅଫ୍ ଦ ଇୟର ସମ୍ମାନରେ ସମ୍ମାନିତ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୧୨ ମସିହାରେ ପୂଜା ଭଟ୍ଟଙ୍କ ଫିଲ୍ମ ଜିସ୍ମ ୨ ଫିଲ୍ମ ଜରିଆରେ ସନ୍ନି ବଲିଉଡରେ ପ୍ରବେଶ କରିଥିଲେ। ତା’ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରିଚାଲିଛନ୍ତି।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…