Below header

ଏହି ଫିଲ୍ମ ଷ୍ଟାରଙ୍କୁ ଚେୟାରରେ ବାନ୍ଧି ଉତ୍ତେଜକ ଡ୍ୟାନ୍ସ କଲେ ସନ୍ନି ଲିଓନ୍‌, ଭାଇରାଲ ହେଉଛି ଭିଡିଓ

ପର୍ଣ୍ଣଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ସାଜିଥିବା ସନ୍ନି ଲିଓନଙ୍କ ଏକ ଡ୍ୟାନ୍ସ ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜଣେ ଫିଲ୍ମ ଆକ୍ଟରଙ୍କୁ ଚେୟାରରେ ବାନ୍ଧି ନାଚୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସନ୍ନିଙ୍କ ହଟ୍‌ ଅବତାର ନଜର ଆସିଛି। ଭିଡିଓଟିକୁ ସନ୍ନି ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ତେବେ ଚେୟାରରେ ବନ୍ଧା ଯାଇଥିବା ଅଭିନେତା ଆଉ କେହି ନୁହେଁ ସେ ହେଉଛନ୍ତି ନବାଜୁଦ୍ଦିନ୍‌ ସିଦ୍ଦିକି। ଏହି ଭିଡିଓଟି ତାଙ୍କ ଆଗାମୀ ଫିଲ୍ମର ବୋଲି ଜଣାଯାଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ନବାଜୁଦ୍ଦିନ୍‌ ସିଦ୍ଦିକି ଚେୟାରରେ ବନ୍ଧା ହୋଇଛନ୍ତି। ତାଙ୍କ ସାମ୍ନାରେ ସନ୍ନି ଲିଓନି ଏକ ବ୍ଲାକ୍‌ କଲର ସର୍ଟ ଡ୍ରେସ୍‌ରେ ଡ୍ୟାନ୍ସ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓଟିକୁ ୧୩ ଲକ୍ଷରୁ ଅଧିକ ଥର ସେୟାର କରାଯାଇଥିବା ବେଳେ ଲକ୍ଷାଧିକ ଲୋକେ ଏହାକୁ ଦେଖିସାରିଲେଣି।

ଏହାସହ ପଢ଼ନ୍ତୁ: ଅମ୍ବାନୀ ପରିବାରର ଦୀପାବଳି ପାର୍ଟିରେ ହିଜେଲଙ୍କ ସହ ନଜର ଆସିଲେ ଯୁବରାଜ, ଭାଇରାଲ ହେଉଛି ଫଟୋ

ନିକଟରେ ସନ୍ନି ଲିଓନଙ୍କୁ ଆଇକନ୍‌ ଅଫ୍‌ ଦ ଇୟର ସମ୍ମାନରେ ସମ୍ମାନିତ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୧୨ ମସିହାରେ ପୂଜା ଭଟ୍ଟଙ୍କ ଫିଲ୍ମ ଜିସ୍ମ ୨ ଫିଲ୍ମ ଜରିଆରେ ସନ୍ନି ବଲିଉଡରେ ପ୍ରବେଶ କରିଥିଲେ। ତା’ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରିଚାଲିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.