Below header

ସାଢେ ପାଞ୍ଚ ଲକ୍ଷ ମାଟି ଦୀପରେ ଆଲୋକିତ ଅଯୋଧ୍ୟା, ସରୁଜୁ ନଦୀ ତଟରେ ମଧ୍ୟ ଦୀପ ପ୍ରଜ୍ୱଳନ

କେନ୍ୟୁଜ୍ (ବ୍ୟୁରୋ):    ଅଯୋଧ୍ୟାରେ ଅଦ୍ଭୁତ ଦିପାବଳୀ । ସାଢେ ପାଞ୍ଚ ଲକ୍ଷ ମାଟି ଦୀପରେ ଆଲୋକିତ ହୋଇଛି ଉତ୍ତର ପ୍ରଦେଶର ରାମ ଜନ୍ମଭୂମି ଅଯୋଧ୍ୟା । ଏକା ସଙ୍ଗେ ଜଳିଛି ଏତେ ପରିମାଣର ଦୀପ। ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନର ହଜାର ହଜାର ଛାତ୍ରଛାତ୍ରୀ ଦୀପୋତ୍ସବରେ ସାମିଲ ହୋଇ ଦୀପ ପ୍ରଜ୍ୱଳନ କରିଛନ୍ତି । ସରୁଜୁ ନଦୀ ତଟରେ ମଧ୍ୟ ଦୀପ ପ୍ରଜ୍ୱଳନ କରାଯାଇଛି । ଦୀପାଲୋକରେ ଝଲସି ଉଠିଛି ନଦୀର ଜଳ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମେ ଦୀପ ପ୍ରଜ୍ୱଳନ କରିଥିଲେ । ଦୀପୋତ୍ସବର ଅଂଶ ସ୍ୱରୂପ ଆଜି ଶ୍ରୀରାମଙ୍କର ଏକ ଶୋଭଯାତ୍ରା ବାହାରିଥିଲା। ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାରମାନେ ଏଥିରେ ସାମିଲ ହୋଇଥିଲେ । ରାମ, କୃଷ୍ଣ ଓ ହନୁମାନଙ୍କ ବେଶ ହୋଇଥିଲେ କଳାକାର।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.