ମନୋରଂଜନ

ଶେଷ ଦର୍ଶନ ପାଇଁ ସୁପରଷ୍ଟାର କୃଷ୍ଣାଙ୍କ ଘରେ ଏବେ ଦକ୍ଷିଣ ଷ୍ଟାରଙ୍କ ଭିଡ଼, ମହେଶବାବୁଙ୍କ ଘରେ ଲଗାତର ମୃତ୍ୟୁ

ମହେଶ ବାବୁଙ୍କ ପିତା କୃଷ୍ଣାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବ୍ୟକ୍ତି ଶୋକ ପ୍ରକାଣ କରିଛନ୍ତି । ଦକ୍ଷିଣର ସୁପର ଷ୍ଟାର ରଜନୀକାନ୍ତ ଏବଂ ଅନ୍ୟ ଷ୍ଟାରମାନେ କୃଷ୍ଣାଙ୍କ ପରଲୋକରେ ଶୋକ ପ୍ରକାଶ କରି ସୋସିଆଲ ମିଡିଆରେ ଟୁଇଟ୍‌ କରିଛନ୍ତି ।

ବର୍ତ୍ତମାନ କୃଷ୍ଣା ରହୁଥିବା ବିଜୟାକୃଷ୍ଣା ନିଳୟମରେ ତାଙ୍କର ମରଶରୀରକୁ ଶେଷ ଦର୍ଶନ ପାଇଁ ରଖା ଯାଇଛି । ସେଠାରେ ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟା ନାଇଡୁ, ଚିରଞ୍ଜୀବୀ, ଅଲ୍ଲ ଅର୍ଜୁନ, ପବନ କଲ୍ୟାଣ, ଜୁନିୟର ଏନ୍‌ଟିଆର, ନାଗା ଚୈତନ୍ୟଙ୍କ ସମେତ ଅନ୍ୟ ତାରକାମାନେ ପହଞ୍ଚି ହ୍ୟାଣ୍ଡସମ୍‌ ହିରୋ ଭାବେ ପରିଚିତ କୃଷ୍ଣାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କୃଷ୍ଣାଙ୍କର ଶେଷକୃତ୍ୟ କରାଯିବ ବୋଲି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି ।

ମହେଶବାବୁଙ୍କ ଘରେ ଗୋଟିଏ ପରେ ଗୋଟିଏ ମୃତ୍ୟୁ

ଗତ ସେପଟେମ୍ବର ମାସରେ ମହେଶବାବୁଙ୍କ ମା ତଥା କୃଷ୍ଣାଙ୍କ ପ୍ରଥମ ପତ୍ନୀ ଇନ୍ଦିରା ଦେବୀଙ୍କର ମୃତ୍ୟୁ ଘଟିଥିଲା । ତା ପୂର୍ବରୁ ଜାନୁଆରୀ ମାସରେ କୃଷ୍ଣାଙ୍କ ବଡ଼ ପୁଅ ରମେଶ ବାବୁଙ୍କର ନିଧନ ଘଟିଥିଲା । ୨୦୧୯ରେ ଦ୍ୱିତୀୟ ପତ୍ନୀ ତଥା ଅଭିନେତ୍ରୀ ନିର୍ମଳାଙ୍କର ପରଲୋକ ହୋଇଥିଲା ।

ବାପାଙ୍କ ମୃତ୍ୟୁରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସୁପରଷ୍ଟାର ମହେଶ ବାବୁା କାରଣ ବାପା ଥିଲେ ତାଙ୍କର ଆଦର୍ଶ । ସେମାନଙ୍କ ଭିତରେ ନିବଡ଼ ସମ୍ପର୍କ ଥିଲା । ତେବେ ନିକଟର ମା’ଙ୍କ ପରେ ବାପାଙ୍କ ପରଲୋକ ତାଙ୍କୁ ଭୀଷଣ ଆଘାତ ଦେଇଛି । ତାଙ୍କୁ ଅନ୍ୟ ସିନେ ଷ୍ଟାରମାନେ ଆଶ୍ୱାସନା ଦେଉଛନ୍ତି । ପାଖରେ ତାଙ୍କର ଦୁଇ ପୁଅ ଓ ଝିଅ ଏବଂ ପତ୍ନୀ ହିନ୍ଦୀ ଫିଲ୍ମ ନାୟିକା ନମ୍ରତା ସିରୋଦକର ମଧ୍ୟ ଉପସ୍ଥିତ ଅଛନ୍ତି ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

1 min ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

9 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

15 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

23 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

26 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

33 mins ago