‘ବାଳିକା ବଧୂ’ ସିରିୟଲର ଦାଦି ଭାବେ ପରିଚିତ ଅଭିନେତ୍ରୀ ସୁରେଖା ସିକରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଛି। ଅବସ୍ଥା ଗୁରୁତର ହେବାରୁ ସୁରେଖାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସୁରେଖାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଛି। ଏବେ ସେ ମୁମ୍ବାଇର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ତେବେ ଏହା ପ୍ରଥମ ଥର ନୁହେଁ ସୁରେଖାଙ୍କୁ ପୂର୍ବରୁ ମଧ୍ୟ ୨୦୧୮ରେ ଥରେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଫିଲ୍ମ ‘ବଧାଇ ହୋ’ର ରିଲିଜ୍ ପରେ ତାଙ୍କୁ ଷ୍ଟ୍ରୋକ୍ ଆସିଥିଲା। ସେତେବେଳେ ଚିକିତ୍ସା ଚାଲିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା।
ରିପୋର୍ଟ ମୁତାବକ ସୁରେଖା ସକାଳେ ଜୁସ୍ ପିଉଥିବା ବେଳେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ତାଙ୍କୁ ପରିବାର ଲୋକ କ୍ରିଟି କେୟାର ହସ୍ପିଟାଲ ନେଇଥିଲେ। ଏବେ ସେ ଆଇସିୟୁରେ ଆଡମିଟ୍ ଅଛନ୍ତି। ତେବେ ସୁରେଖାଙ୍କର ଆର୍ଥିକ ସ୍ଥିତି ଭଲ ନଥିବା ତାଙ୍କୁ ଚିକିତ୍ସା କରୁଥିବା ନର୍ସ କହିଛନ୍ତି। ସୁରେଖା ତମସ, ବଧାଇ ହୋ, ମମ୍ମୋ, ନଜର, ସଲିମ୍ ଲଙ୍ଗଡେ ବେ ମତ ରୋ, ଜୁବେ ଦା, କଲି ସଲବାର, ରେନ୍ କୋଟ୍, ହମ୍କୋ ଦିଓ୍ଵାନା କର ଗୟି ଭଳି ଫିଲ୍ମରେ କାମ କରି ସାରିଛନ୍ତି।
ଆଜିକାଲି ରାଖୀ ସାୱନ୍ତ ନିଜ ସ୍ୱାସ୍ଥ୍ୟା ସମସ୍ୟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅସୁସ୍ଥତା ହେତୁ ରାଖୀ ସାୱନ୍ତଙ୍କୁ…
ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…
ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍…
ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…
ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…
ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…