Below header

‘ବାଳିକା ବଧୂ’ର ଦାଦି ସୁରେଖାଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌, ଆଇସିୟୁରେ ଭର୍ତ୍ତି

‘ବାଳିକା ବଧୂ’ ସିରିୟଲର ଦାଦି ଭାବେ ପରିଚିତ ଅଭିନେତ୍ରୀ ସୁରେଖା ସିକରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଛି। ଅବସ୍ଥା ଗୁରୁତର ହେବାରୁ ସୁରେଖାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସୁରେଖାଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଛି। ଏବେ ସେ ମୁମ୍ବାଇର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ତେବେ ଏହା ପ୍ରଥମ ଥର ନୁହେଁ ସୁରେଖାଙ୍କୁ ପୂର୍ବରୁ ମଧ୍ୟ ୨୦୧୮ରେ ଥରେ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା। ଫିଲ୍ମ ‘ବଧାଇ ହୋ’ର ରିଲିଜ୍‌ ପରେ ତାଙ୍କୁ ଷ୍ଟ୍ରୋକ୍‌ ଆସିଥିଲା। ସେତେବେଳେ ଚିକିତ୍ସା ଚାଲିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା।

ରିପୋର୍ଟ ମୁତାବକ ସୁରେଖା ସକାଳେ ଜୁସ୍‌ ପିଉଥିବା ବେଳେ ତାଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା। ତାଙ୍କୁ ପରିବାର ଲୋକ କ୍ରିଟି କେୟାର ହସ୍ପିଟାଲ ନେଇଥିଲେ। ଏବେ ସେ ଆଇସିୟୁରେ ଆଡମିଟ୍‌ ଅଛନ୍ତି। ତେବେ ସୁରେଖାଙ୍କର ଆର୍ଥିକ ସ୍ଥିତି ଭଲ ନଥିବା ତାଙ୍କୁ ଚିକିତ୍ସା କରୁଥିବା ନର୍ସ କହିଛନ୍ତି। ସୁରେଖା ତମସ, ବଧାଇ ହୋ, ମମ୍ମୋ, ନଜର, ସଲିମ୍‌ ଲଙ୍ଗଡେ ବେ ମତ ରୋ, ଜୁବେ ଦା, କଲି ସଲବାର, ରେନ୍‌ କୋଟ୍‌, ହମ୍‌କୋ ଦିଓ୍ଵାନା କର ଗୟି ଭଳି ଫିଲ୍ମରେ କାମ କରି ସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.