ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକା ପରୀକ୍ଷଣ ବନ୍ଦ! ତୃତୀୟ ପର୍ଯ୍ୟାୟରେ ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବାରୁ ନିଆଯାଇଛି ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ବନ୍ଦ ହେଲା ଟିକା ପରୀକ୍ଷଣ । ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକା ପରୀକ୍ଷଣକୁ ବନ୍ଦ କରାଯାଇଥିବା ଜଣାପଡିଛି । କାରଣ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୟରେ ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବାରୁ ଏହାକୁ ବନ୍ଦ କରାଯାଇଛି । ଆଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ଏହି ଟିକା ପ୍ରସ୍ତୁତ ହେଉଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବେଳେ ଜଣେ ଅଂଶଗ୍ରହଣକାରୀ ଟିକା ନେବା ପରେ ଅସୁସ୍ଥ ହୋଇପଡିଛନ୍ତି । ତେବେ ଏହା ରୁଟିନ ପ୍ରକ୍ରିୟା ।

vaccineଏକବିବୃତ୍ତିରେ କୁହାଯାଇଛି ଯେ, ଯେତେବେଳେ ଗୋଟିଏ ପରୀକ୍ଷଣରେ ସମ୍ଭାବ୍ୟ ଅସୁସ୍ଥତା ଘଟେ ତାକୁ ବନ୍ଦ କରିଦିଆଯାଏ ଓ ଏହାର ଅଧିକ ଅନୁସନ୍ଧାନ କରାଯାଏ । ଏବେ ଅଂଶଗ୍ରହଣକାରୀଙ୍କ ସୁରକ୍ଷା ନେଇ ଅଧିକ ପରୀକ୍ଷା ଚାଲିଛି । ଅଂଶଗ୍ରହଣକାରୀ ବ୍ୟକ୍ତି ଜଣକ ହେଉଛନ୍ତି ୟୁକେର ନାଗରିକ । ବିଶ୍ୱର ଶତାଧିକ ଟିମ୍‌ ଟିକା ବିକାଶ କ୍ଷେତ୍ରରେ ଲାଗିଥିବା ବେଳେ ଟିକା ଦୌଡ଼ର ଆଗରେ ରହିଛି ଅକ୍ସଫୋର୍ଡ । ଏହା ଶେଷ ପର୍ଯ୍ୟାୟରେ ପହଁଚିଛି । ଭାରତରେ ମଧ୍ୟ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.