ଆଗ୍ରା: ବାହାଘରକୁ ଯିବା ଖୁସି ନେଇଗଲା ଜୀବନ, ଡିଭାଇଡରରେ ପିଟିହେଲା କାର୍‌, ୫ ମୃତ

କାର ଡିଭାଇଡରରେ ପିଟି ହେବା ଯୋଗୁଁ ୫ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ପୋଲିସ କହିବାକୁ ମୁତାବକ, ଏମାନେ ବିବାହ କାର୍ଯ୍ୟକ୍ରମରେ ରାତିରେ ବିହାରର ଦେବରିୟାକୁ ଯାଉଥିଲେ । ଆଗ୍ରାର ଆତ୍ମାଦପୁର ଥାନା ଅଞ୍ଚଳ ଯମୁନା ଏକ୍ସପ୍ରେସ ୱେର କୁବେରପୁର ନିକଟରେ ପିଟି ହୋଇଥିଲା କାର ।

ଆଗ୍ରାରେ ରବିବାର ବିଳମ୍ବିତ ରାତିରେ କାର ଡିଭାଇଡରରେ ପିଟି ହେବା ଯୋଗୁଁ ୫ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ପୋଲିସ କହିବାକୁ ମୁତାବକ, ଏମାନେ ରାତିରେ ବିହାରର ଦେବରିୟାକୁ ଯାଉଥିଲେ । ଏହି ସମୟରେ ଆତ୍ମାଦପୁର ଥାନା ଅଞ୍ଚଳ ଯମୁନା ଏକ୍ସପ୍ରେସ ୱେର କୁବେରପୁର ନିକଟରେ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । କାରର ସ୍ପିଡ ଅଧିକ ଥିବାରୁ ଡିଭାଇଡରରେ ପିଟି ହୋଇଥିଲା କାର ।

ପୋଲିସ କହିବା ମୁତାବକ, କାର ଡ୍ରାଇଭର ନିଶାରେ ରହିଥିଲା । ତେଣୁ କାରକୁ ଆତ୍ମାଦପୁର ଥାନା ଅଞ୍ଚଳ ଯମୁନା ଏକ୍ସପ୍ରେସ ୱେର କୁବେରପୁର ମୋଡରେ ଗାଡି କାଟିବା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ କାରଟି ଡିଭାଇଡରରେ ପିଟି ହୋଇଥିଲା । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଏସଏନ ମେଡିକାଲ କଲେଜ ଏବଂ ହସପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଏମାନେ ଗ୍ରେଟର ନୋଏଡାରେ ରହୁଥିଲେ । ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିହାର ଦେବରିୟା ଯାଉଥିଲେ । ପୋଲିସ କାରରେ ଥିବା ସମସ୍ତ ଲୋକଙ୍କ ପରିବାକୁ ଖବର ଦେଇଛି । ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ସୂଚନାଯୋଗ୍ୟ, ରାଜସ୍ଥାନର ଝାଲାୱାଡ଼ରେ ଅକଲେରା ଏନଏଚ-୫୨ ନିକଟରେ ଟ୍ରକ ଏବଂ ଭ୍ୟାନ ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଏମାନେ ବିବାହ ଭୋଜି ଖାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା । ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୋଲିସ ଚାଳକକୁ ଗିରଫ କରି ଘଟଣା ବିଷୟରେ ଯାଞ୍ଚ କରୁଛି ।

ଅକଲେରା ନିକଟ ଡୁଙ୍ଗର ଗାଁର ବାଗ୍ରି ସମ୍ପ୍ରଦାୟର ଲୋକମାନେ ଶନିବାର ଦିନ ନିଜ ସମ୍ପର୍କୀୟଙ୍କ ବିବାହ ଉତ୍ସବ ପାଇଁ ମଧ୍ୟପ୍ରଦେଶ ଯାଇଥିଲେ । ବିବାହରୁ ଫେରିବା ବେଳେ ଭ୍ୟାନକୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା ଏବଂ ଏହି ଦୁର୍ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.