ମନୋରଂଜନ

ଦିଶାଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରେସ୍‌ କନ୍‌ଫରେନ୍ସ କରିବାକୁ ଚାହୁଁଥିଲେ ସୁଶାନ୍ତ, କିନ୍ତୁ ସେଦିନ ରାତିରେ…; ଖୁଲାସା କଲେ ସୁଶାନ୍ତଙ୍କ ବନ୍ଧୁ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସମାଧାନ ହେବା ବଦଳରେ ଦିନକୁ ଦିନ ଅଧିକ ବିବାଦୀୟ ହୋଇଯାଉଛି। ପ୍ରତିଦିନ ଏହି ମାମଲାରେ ନୂଆ ନୂଆ ମୋଡ଼ ସାମ୍ନାକୁ ଆସୁଛି। ଆଜି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ମିଳିଥିବା ବେଳେ ଇତି ମଧ୍ୟରେ ଆଉ ଏକ ନୂଆ କଥା ଶୁଣିବାକୁ ମିଳୁଛି। ନିଜ ପରିଚୟ ଗୋପନ ରଖି ସୁଶାନ୍ତଙ୍କର ଜଣେ ବନ୍ଧୁ କହିଛନ୍ତି ଯେ ସୁଶାନ୍ତ ନିଜ ପୂର୍ବ ସେକ୍ରେଟାରୀ ଦିଶାଙ୍କ ମୃତ୍ୟୁ ପରେ ଖୁବ୍‌ ଚିନ୍ତିତ ଥିଲେ। ସେ ଜାଣିଯାଇଥିଲେ ଯେ ଦିଶାଙ୍କ ମୃତ୍ୟୁ କେମିତି ହୋଇଥିଲା। ସେ ଫ୍ଲାଟରେ କାମ କରୁଥିବା ସନ୍ଦୀପକୁ ଦୋଷୀ ବୋଲି ଭାବୁଥିଲେ। ସେ କହୁଥିଲେ ଯେ ସନ୍ଦୀପ ସବୁ କିଛି ଜାଣିଥିଲା। ଏଣୁ ମୁଁ ଏବେ ଆଉ କାହା ଉପରେ ବିଶ୍ୱାସ କରିପାରୁନାହିଁ।

ସେ ଆହୁରି ମଧ୍ୟ କହିଥିଲେ ଯେ ଯେଉଁ ଅବସ୍ଥା ଜିୟା ଖାନ୍‌ଙ୍କର ହୋଇଥିଲା ସେହି ଅବସ୍ଥା ସେମାନେ ଦିଶାଙ୍କର ବି କରିବାକୁ ଚାହୁଁଛନ୍ତି। କିନ୍ତୁ ମୁଁ ଏମିତି ହେବାକୁ ଦେବି ନାହିଁ। ଏକ ପ୍ରେସ୍‌ କନ୍‌ଫରେନ୍ସ କରି ସେ ଦିଶାଙ୍କ ମୃତ୍ୟୁର କାରଣ କହିବାକୁ ଚାହୁଁଥିଲେ। ତାଙ୍କ ସାଙ୍ଗ କହିଛନ୍ତି ଯେ ସୁଶାନ୍ତ ଏକ କୋର୍ସ କରିବାକୁ ଚାହୁଁଥିଲେ। ଏନେଇ କଥା ହେବାକୁ ଜୁନ୍‌ ୮ରେ ସେ ସୁଶାନ୍ତଙ୍କୁ କଲ୍‌ କରିଥିଲେ। ମାତ୍ର ସେ ଫୋନ୍‌ ରିସିଭ୍‌ କରିନଥିଲେ। ଏଣୁ ସେ ହ୍ଵାଟ୍ସଆପ୍‌ରେ ତାଙ୍କୁ ମେସେଜ୍‌ କରିଥିଲେ। ପରଦିନ ଅର୍ଥାତ୍‌ ଜୁନ୍‌ ୯ ତାରିଖରେ ସେ ସୁଶାନ୍ତଙ୍କ ସହ ୨୨ ମିନିଟ୍‌ କଥା ହୋଇଥିଲେ। ସେତେବେଳେ ସୁଶାନ୍ତ ଟେନ୍‌ସନ୍‌ରେ ଥିବା କହିଥିଲେ।

ସୁଶାନ୍ତଙ୍କ ସାଙ୍ଗ କହିଛନ୍ତି ଯେ ଅଙ୍କିତାଙ୍କ ସହ କଥା ହେବା ବେଳେ ସୁଶାନ୍ତ ବେଶ୍‌ ଖୁସି ଥିଲେ। କାରଣ ଅଙ୍କିତା ତାଙ୍କୁ ବୁଝୁଥିଲେ। ମାତ୍ର ରିୟା ତାଙ୍କ ଜୀବନରେ ଆସିବା ପରେ ସେ ଚିନ୍ତାରେ ରହିବାକୁ ଲାଗିଲେ। ସୁଶାନ୍ତ କହୁଥିଲେ ଯେ ରିୟା ସବୁବେଳେ ମହେଶ ଭଟ୍ଟଙ୍କ ସହ ମିଶୁଛି, ଯାହା ତାଙ୍କୁ ଆଦୌ ଭଲ ଲାଗୁନାହିଁ।

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

7 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago