ଟେକ୍

WhatsApp ଜରିଆରେ ଆପଣଙ୍କ ପାଖକୁ ଆସୁଥିବା ମେସେଜ ଫେକ କି ନୁହେଁ, ଜାଣନ୍ତୁ ଗୋଟେ ଚୁଟକୀରେ

ଫରଜି ଖବର ପ୍ରସାରଣକୁ ରୋକିବା ତଥା ମେସେଜ ଗୁଡିକୁ ନିଜ ସାଇଟରୁ ହଟାଇବା ପାଇଁ ସୋସିଆଲ ମିଡ଼ିଆ କମ୍ପାନୀ Whatsapp ଲଗାତାର ଚେଷ୍ଟା କରି ଆସୁଛି । ଫେକ ନ୍ୟୁଜ ପ୍ରଘଟକୁ ରୋକିବା ପାଇଁ କମ୍ପାନୀ ପ୍ରଥମେ ନିଜ ଫରୱାର୍ଡ଼ଇଙ୍ଗ ସିଷ୍ଟମ ଉପରେ ରୋକ ଲଗାଇଥିଲା । ଏହା ପରେ ନିଜ ମେସେଜ ଗୁଡିକ ଉପରେ ଲେବଲିଙ୍ଗ କରାଯିବା ଆରମ୍ଭ କରିଥିଲା । ଅର୍ଥାତ ଯଦି କେହି କୌଣସି ମେସେଜକୁ ବାରମ୍ବାର ଫରୱାର୍ଡ଼ କରିବାକୁ ଚେଷ୍ଟା କରନ୍ତି ତେବେ ଏହା ଉପରେ ଦୁଇଟି ଏରୋ ମାର୍କ ଆସିବ । ତାହା ଦ୍ୱାରା ଜଣାପଡ଼ିଯିବକି ମେସେଜଟି ଅନେକ ଥର ଫରୱାର୍ଡ଼ ହୋଇଛି ବୋଲି ।

ଏହା ସହ WhatsApp କମ୍ପାନୀ ଫେକନ୍ୟୁଜକୁ ରୋକିବା ପାଇଁ ଏକ ନୂଆ ଟୁଲ ଜାରି କରିଛନ୍ତି । ଯାହାର ନାମ କମ୍ପାନୀ ପକ୍ଷରୁ “ସର୍ଚ୍ଚ ଟୁଲ” ରଖାଯାଇଛି | ଏହି ଫିଚର ପାଇଁ WhatsApp କମ୍ପାନୀ google କମ୍ପାନୀ ସହ ଏକ ଟାଇ ଅପ ମଧ୍ୟ କରିଛି । ଏହି ନୂଆ ଫିଚର ବାବଦରେ କମ୍ପାନୀ ନିଜ ବ୍ଲଗରେ ହିଁ ଉଲ୍ଲେଖ କରିଛି । ତେବେ ଜାଣି ରଖନ୍ତୁ ଏହି ନୂଆ ଫିଚରଟି କେମିତି କାର୍ଯ୍ୟ କରିବ । ମନେ କରନ୍ତୁ ଆପଣଙ୍କ ପାଖକୁ ଲିଙ୍କ ସହ କିଛି ଖବର ଆସୁଛି । ଏହି ଲିଙ୍କର ଡାହାଣ ପାର୍ଶ୍ବରେ ଆପଣଙ୍କୁ ଏକ ସର୍ଚ୍ଚ ଆଇକନର ବଟନ ଦେଖାଯିବ । ଏହା ଉପରେ କ୍ଲିକ କରିବା ମାତ୍ରେ ହିଁ ଗୁଗୁଲ ଖୋଲିଯିବ । ତତକ୍ଷଣାତ ଆପଣଙ୍କୁ ଖବର ସହ ଜଡିତ ସମସ୍ତ ଲିଙ୍କ୍ସ ମିଳିଯାଇପାରିବ ।

ଏହାଦ୍ୱାରା ଆପଣଙ୍କୁ ମାତ୍ର ଗୋଟିଏ କ୍ଲିକରେ ହିଁ ଜଣାପଡ଼ିଯିବକି ଖବରଟି ପ୍ରକୃତରେ ଫର୍ଜି କି ନୁହେଁ ବୋଲି । ଯଦି WhatsApp ଟିମ ଏହି ଖବରକୁ ପୂର୍ବରୁ ହିଁ ଫ୍ୟାକ୍ଟ ଚେକ କରିଥିବେ ତ ତାହାର ଲିଙ୍କ ବି ଆପଣଙ୍କୁ ମିଳିଯିବ । କମ୍ପାନୀର ଏହି ନୂଆ ଫିଚର ବ୍ରାଜିଲ, ଇଟାଲୀ, ଆୟରଲ୍ୟାଣ୍ଡ, ମେକ୍ସିକୋ, ସ୍ପେନ, ବ୍ରିଟେନ ଓ ଆମେରିକା ପରି ଦେଶ ଗୁଡିକରେ ଲାଇଭ ଆରମ୍ଭ ହୋଇଯାଇଛି । ଭାରତରେ ଏହାର ଲଞ୍ଚିଙ୍ଗ ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ଖୁବ ଶୀଘ୍ର ଏହା ଆରମ୍ଭ ହୋଇଯିବ ବୋଲି ଜଣାଯାଇଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

7 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago