ମନୋରଂଜନ

ଅକ୍ଷୟ କୁମାରଙ୍କ ଉପରେ ଭଡକିଲେ ସୁଶାନ୍ତଙ୍କ ଫ୍ୟାନ୍‌, ଫିଲ୍ମ ‘ଲକ୍ଷ୍ମୀବମ୍‌’କୁ ବ୍ୟାନ୍‌ କରିବାକୁ ଦାବି

ଗତ ଚାରିମାସ ହେଲାଣି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଇଣ୍ଡଷ୍ଟ୍ରୀରେ ହଇଚଇ ସୃଷ୍ଟି ହୋଇଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଫ୍ୟାନ ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଛନ୍ତି। ଦିବଙ୍ଗତ ଅଭିନେତାଙ୍କ ପାଇଁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିଛନ୍ତି ତାଙ୍କ ଫ୍ୟାନ। ଅଭିନେତାଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ବଲିଉଡରେ ଯୁକ୍ତିତର୍କ ଆରମ୍ଭ ହୋଇଛି। ଏହି ମାମଲାରେ ଏନସିବି ଅନେକ ବଡ ବଡ କଳାକାରଙ୍କୁ ଜେରା କରିସାରିଛି।

ନିକଟରେ ଅକ୍ଷୟ କୁମାର ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ବଲିଉଡରେ ଡ୍ରଗ୍ସ ମାମଲାକୁ ନେଇ ଚାଲିଥିବା ତର୍କ ଉପରେ ମତାମତ ରଖିଥିଲେ। ଯାହାଫଳରେ ବର୍ତ୍ତମାନ ଅକ୍ଷୟଙ୍କ ଫିଲ୍ମ ଲକ୍ଷ୍ମୀ ବମ୍‌ଙ୍କୁ ନେଇ ଲୋକେ ଟ୍ରୋଲ କରୁଛନ୍ତି। ଏହି ଭିଡିଓରେ ଅକ୍ଷୟ କୁମାର ବଲିଉଡ ସପକ୍ଷରେ କହୁଥିବା ନଜର ଆସିଥିଲେ। ସେ କହିଥିଲେ ଜରୁରୀ ନୁହେଁ ଯେ ବଲିଉଡ ସହ ଜଡିତ ସମସ୍ତେ ଡ୍ରଗ୍ସ ନେଉଛନ୍ତି। ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ଏକ ସମସ୍ୟା, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଏହି ପେସା ସହ ଜଡିତ ସମସ୍ତେ ଏଥିରେ ସାମିଲ ଅଛନ୍ତି। ଅକ୍ଷୟଙ୍କ ଏହି ବୟାନ ଉପରେ ଅନେକ ବଲିଉଡ ସେଲିବ୍ରିଟି ତାଙ୍କୁ ସମର୍ଥନ କରିଛନ୍ତି ଯାହାକୁ ନେଇ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। ସେଥିପାଇଁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଲୋକେ ଲକ୍ଷ୍ମୀବମ୍‌କୁ ବ୍ୟାନ କରିବାକୁ ଦାବି କରୁଛନ୍ତି।

ଟ୍ୱିଟରରେ #BanLaxmiBomb ଟ୍ରେଣ୍ଡ କରୁଛି। ୟୁଜର୍ସ କହୁଛନ୍ତି ଯେ ଅକ୍ଷୟଙ୍କ ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ସେଥିପାଇଁ ସୁଶାନ୍ତଙ୍କ ମୃତ୍ୟୁକୁ ୩ ମାସରୁ ଅଧିକ ହେବାପରେ ଅକ୍ଷୟ ନୀରବତା ଭାଙ୍ଗିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଅକ୍ଷୟ କୁମାର ଯଦି ଆପଣ ସୁଶାନ୍ତଙ୍କ ପାଇଁ ଛିଡା ହୋଇପାରିବେ ନାହିଁ ତାହେଲେ ଆମକୁ ଆପଣଙ୍କ ଫିଲ୍ମ ଦେଖିବାରେ କୌଣସି ଇଛା ନାହିଁ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago