ଅକ୍ଷୟ କୁମାରଙ୍କ ଉପରେ ଭଡକିଲେ ସୁଶାନ୍ତଙ୍କ ଫ୍ୟାନ୍, ଫିଲ୍ମ ‘ଲକ୍ଷ୍ମୀବମ୍’କୁ ବ୍ୟାନ୍ କରିବାକୁ ଦାବି

ଗତ ଚାରିମାସ ହେଲାଣି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଇଣ୍ଡଷ୍ଟ୍ରୀରେ ହଇଚଇ ସୃଷ୍ଟି ହୋଇଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଫ୍ୟାନ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହୁଛନ୍ତି। ଦିବଙ୍ଗତ ଅଭିନେତାଙ୍କ ପାଇଁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିଛନ୍ତି ତାଙ୍କ ଫ୍ୟାନ। ଅଭିନେତାଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ବଲିଉଡରେ ଯୁକ୍ତିତର୍କ ଆରମ୍ଭ ହୋଇଛି। ଏହି ମାମଲାରେ ଏନସିବି ଅନେକ ବଡ ବଡ କଳାକାରଙ୍କୁ ଜେରା କରିସାରିଛି।
Bahot dino se mann mein kuch baat thi lekin samajh nahi aa raha tha kya kahoon, kisse kahoon. Aaj socha aap logon se share kar loon, so here goes… #DirectDilSe 🙏🏻 pic.twitter.com/nelm9UFLof
— Akshay Kumar (@akshaykumar) October 3, 2020
ନିକଟରେ ଅକ୍ଷୟ କୁମାର ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ବଲିଉଡରେ ଡ୍ରଗ୍ସ ମାମଲାକୁ ନେଇ ଚାଲିଥିବା ତର୍କ ଉପରେ ମତାମତ ରଖିଥିଲେ। ଯାହାଫଳରେ ବର୍ତ୍ତମାନ ଅକ୍ଷୟଙ୍କ ଫିଲ୍ମ ଲକ୍ଷ୍ମୀ ବମ୍ଙ୍କୁ ନେଇ ଲୋକେ ଟ୍ରୋଲ କରୁଛନ୍ତି। ଏହି ଭିଡିଓରେ ଅକ୍ଷୟ କୁମାର ବଲିଉଡ ସପକ୍ଷରେ କହୁଥିବା ନଜର ଆସିଥିଲେ। ସେ କହିଥିଲେ ଜରୁରୀ ନୁହେଁ ଯେ ବଲିଉଡ ସହ ଜଡିତ ସମସ୍ତେ ଡ୍ରଗ୍ସ ନେଉଛନ୍ତି। ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ଏକ ସମସ୍ୟା, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଏହି ପେସା ସହ ଜଡିତ ସମସ୍ତେ ଏଥିରେ ସାମିଲ ଅଛନ୍ତି। ଅକ୍ଷୟଙ୍କ ଏହି ବୟାନ ଉପରେ ଅନେକ ବଲିଉଡ ସେଲିବ୍ରିଟି ତାଙ୍କୁ ସମର୍ଥନ କରିଛନ୍ତି ଯାହାକୁ ନେଇ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। ସେଥିପାଇଁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଲୋକେ ଲକ୍ଷ୍ମୀବମ୍କୁ ବ୍ୟାନ କରିବାକୁ ଦାବି କରୁଛନ୍ତି।
#BanLaxmiBomb
Lets boycott everyone starts from here @akshaykumar notanki sala pic.twitter.com/u0zoxkqHoV— Devilll (@imindianman002) October 5, 2020
ଟ୍ୱିଟରରେ #BanLaxmiBomb ଟ୍ରେଣ୍ଡ କରୁଛି। ୟୁଜର୍ସ କହୁଛନ୍ତି ଯେ ଅକ୍ଷୟଙ୍କ ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ସେଥିପାଇଁ ସୁଶାନ୍ତଙ୍କ ମୃତ୍ୟୁକୁ ୩ ମାସରୁ ଅଧିକ ହେବାପରେ ଅକ୍ଷୟ ନୀରବତା ଭାଙ୍ଗିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଅକ୍ଷୟ କୁମାର ଯଦି ଆପଣ ସୁଶାନ୍ତଙ୍କ ପାଇଁ ଛିଡା ହୋଇପାରିବେ ନାହିଁ ତାହେଲେ ଆମକୁ ଆପଣଙ୍କ ଫିଲ୍ମ ଦେଖିବାରେ କୌଣସି ଇଛା ନାହିଁ।