ଦିଲ୍ଲୀ ଏବଂ ହାଇଦ୍ରାବାଦ୍‌କୁ ବଡ ଝଟ୍‌କା, ଟୁର୍ଣ୍ଣାମେଣ୍ଟରୁ ଓହରିଲେ ଅମିତ ମିଶ୍ରା ଏବଂ ଭୁବନେଶ୍ୱର କୁମାର

ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୩ତମ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଜୋରଦାର ଝଟକା। ଦୁଇ ଫ୍ରାଞ୍ଚାଇଜିର ମ୍ୟାଚ୍ ଓ୍ଵିନର ବୋଲର ଆଘାତଜନିତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି। ହାଇଦ୍ରାବାଦର ଭୁବନେଶ୍ଵର କୁମାର ଜଙ୍ଘରେ ଏବଂ ଅମିତ୍ ମିଶ୍ରଙ୍କ ଆଙ୍ଗୁଠିରେ ଆଘାତ ଲାଗିବାରୁ ଉଭୟ ଖେଳାଳି ଚଳିତ ଆଇପିଏଲରୁ ଓହରି ଯାଇଛନ୍ତି।

ସାରଜାରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ସମୟରେ ମିଶ୍ର ଆହତ ହୋଇଥିଲେ। ଅମିତ୍ ମିଶ୍ର ଆଇପିଏଲରେ ସର୍ବାଧିକ ଓ୍ଵିକେଟ୍ ନେବା ମାମଲାରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ସେ ଆଇପିଏଲରେ ଏ ପର୍ଯ୍ୟନ୍ତ ୧୬୦ ଓ୍ଵିକେଟ୍ ନେଇ ସାରିଛନ୍ତି। ୧୭୦ ଓ୍ଵିକେଟ୍ ସହିତ ଲସିଥ ମାଲିଙ୍ଗା ଶୀର୍ଷରେ ଅଛନ୍ତି।

2020

ଅନ୍ୟପଟେ ଭୁବନେଶ୍ଵର ଅକ୍ଟୋବର ୨ରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ଶେଷ ଓଭର ବୋଲିଂ କରିବା ବେଳେ ଆହତ ହୋଇଥିଲେ। ଏହି କାରଣରୁ ସେ ଓଭର ପୁରା କରିପାରିନଥିଲେ। ତାଙ୍କ ସ୍ଥାନରେ ଖଲିଲ ଅହମ୍ମଦ ୧୯ତମ ଓଭର ବୋଲିଂ କରିଥିଲେ। ଆହତ ହୋଇ ଭୁବନେଶ୍ଵର କୁମାର ଟୁର୍ଣ୍ଣାମେଣ୍ଟରୁ ବାହାରିଯିବା ସନରାଇଜର୍ସ ହାଇଦ୍ରାବାଦ ପାଇଁ ବଡ ଝଟକା। ଏହା ପୂର୍ବରୁ ଦଳରୁ ମିଚେଲ ମାର୍ଶ ଆହତ କାରଣରୁ ଟୂର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.