କରୋନା ଅପଡେଟ: ଗତ ୨୪ ଘଣ୍ଟାରେ ୬୧ ହଜାର ୨୬୭ ନୂଆ ମାମଲା ଚିହ୍ନଟ, ୮୦୪ ମୃତ

କରୋନାକୁ ଦେଶବାସୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ପ୍ରତିଦିନ ଚିହ୍ନଟ ହେଉଥିବା ଦୈନିକ ଆକ୍ରାନ୍ତ ସଂଖ୍ୟା କିଛିଟା ହ୍ରାସ ପାଇଥିବା ନେଇ ରେକର୍ଡ ହୋଇଛି । ଏଥିରୁ ଏହା ସୂଚନା ମିଳୁଛିଯେ କରୋନା ବିପକ୍ଷ ଲଢେଇରେ ଭାରତ ଉଚିତ ପଦକ୍ଷେପ ନେଉଛି । କରୋନା ମାମଲା ସଂଖ୍ୟା ବଢିଚାଲିଥିବା ବେଳେ ୬୬ ଲକ୍ଷ କରୋନା ପାର ହୋଇଛି କରୋନା ସଂକ୍ରମିତ ସଂଖ୍ୟା । ଗତ ୨୪ ଘଣ୍ଟାରେ ୬୧ ହଜାର ୨୬୭ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୮୦୪ ଜଣଙ୍କ ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୬୬ ଲକ୍ଷ ୮୫ ହଜାର ୮୩ ଜଣ ସଂକ୍ରମିତ ଛୁଇଛି । ଏମଧ୍ୟରୁ ୯ ଲକ୍ଷ ୧୯ ହଜାର ୨୩ ଟି ସକ୍ରିୟ ମାମଲା ଥିବା ବେଳେ ୫୬ ଲକ୍ଷ ୬୨ ହଜାର ୪୯୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଅନ୍ୟପକ୍ଷରେ ଏଯାବତ ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ପାର ହୋଇଥିବା ବେଳେ ମୋଟ ରୁଆରେ ୧ଲକ୍ଷ ୩ ହଜାର ୫୬୯ ଛୁଇଁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.