ମନୋରଂଜନ

ଏହି ଅଭିନେତା ବଞ୍ଚିବା ପାଇଁ ମାତ୍ର ୩୦୦୦ ଟଙ୍କାରେ ବିକିଥିଲେ ନିଜର ପ୍ରିୟ କୁକୁରକୁ, ଷ୍ଟାର ହୋଇଯିବା ପରେ ୧୨ ଲକ୍ଷ ଟଙ୍କାରେ କିଣିଲେ

ହଲିଉଡ୍‌ର ସୁପରଷ୍ଟାର୍‌ ସିଲ୍‌ଭେଷ୍ଟର ଷ୍ଟେଲାନ୍‌ ତାଙ୍କ୍‌ ଷ୍ଟାଇଲ୍‌ ଓ ଆକ୍‌ସନ୍‌ ପାଇଁ ପ୍ରଶଂସକଙ୍କ ପାଖରେ ବେଶ୍‌ ପରିଚିତ । ଭାରତରେ ମଧ୍ୟ ତାଙ୍କର କମ୍‌ ପ୍ରଶଂସକଙ୍କ ସଂଖ୍ୟା କମ୍‌ ନାହିଁ । ରେମ୍ବୋ ସିରିଜରେ ସିଲ୍‌ଭେଷ୍ଟର ଦୁନିଆର ସବୁଠୁ ଲୋକପ୍ରିୟତା ହାସଲକରିଛନ୍ତି । ତେବେ ଆପଣ ଜାଣନ୍ତି କି ଏହି ସୁପର ଷ୍ଟାରଙ୍କ ନିକଟରେ ଦିନେ ଘରଭଡ଼ା ଦେବାକୁ ପଇସା ନଥିଲା ।

କ୍ୟାରିଅର ଆରମ୍ଭ କରିବା ସମୟରେ ତାଙ୍କୁ ବହୁତ ଷ୍ଟ୍ରଗଲ୍‌ର ସାମ୍‌ନା କରିବାକୁ ପଡ଼ିଥିଲା । ଏପରିକି ସେ କେତେ ରାତି ନ୍ୟୁୟର୍କର ବସ୍‌ ଷ୍ଟାଣ୍ଡରେ ମଧ୍ୟ କାଟିଦେଇଛନ୍ତି । ଏପରି ସମୟ ଆସିଛି ତାଙ୍କ ପାଖରେ ଖାଇବାକୁ ଟଙ୍କାଟିଏ ମଧ୍ୟ ରହିନାହିଁ । ଫଳରେ ସେ ନିଜର ପ୍ରିୟ କୁକୁରକୁ(ବଟ୍‌କୁସ୍‌) ମାତ୍ର ୪୦ ଡଲାର ବା ପ୍ରାୟ ୩୦୦୦ ଟଙ୍କାରେ ବିକ୍ରି କରିଦେଇଥିଲେ । ପ୍ରିୟ କୁକୁରକୁ ହରାଇ ସେ କାନ୍ଦି କାନ୍ଦି ଘରକୁ ଫେରିଥିଲେ ।

ଏପରି ଖରାପ ସମୟ ତାଙ୍କ ଜୀବନରେ କେବେ ବି ଆସି ନଥିଲା । ସେ ସମୟରେ ସିଲ୍‌ଭେଷ୍ଟର ଏପରି ଅସୁବିଧାରେ ଥିଲେ ଯେ ପତ୍ନିର ଗହଣା ଚୋରି କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ଜୀବନରେ ଆସିଲା ଏକ ବଡ଼ ପରିବର୍ତ୍ତନ । ମାତ୍ର ଗୋଟିଏ ଫିଲ୍ମର ସ୍କ୍ରିପ୍ଟ ତାଙ୍କ ଜୀବନର ଗତି ପଥ ବଦଳେଇ ଦେଇଥିଲା । ସେ ମାତ୍ର ୨୦ ଘଣ୍ଟାରେ ଏକ ଫିଲ୍ମର ସ୍କ୍ରିପ୍ଟ ଲେଖି ରାତାରାତି ହିରୋ ବନି ଯାଇଥିଲେ ।

ଏକ ପ୍ରସିଦ୍ଧ ପ୍ରଡକ୍ସନ ହାଉସ ଏହି ସ୍କ୍ରିପ୍ଟକୁ ୧୭ ଲକ୍ଷ ଟଙ୍କାରେ କିଣିବାକୁ କହିଥିଲା । ହେଲେ ସିଲଭେଷ୍ଟର ଏଥିରେ ହିରୋ ହେବା ପାଇଁ ସର୍ତ୍ତ ରଖିଥିଲେ । ହେଲେ ପ୍ରଡକ୍ସନ ହାଉସ୍‌ ସିଲ୍‌ଭେଷ୍ଟରଙ୍କୁ ଫନି ଲାଗୁଛ ବୋଲି କହି ତାଙ୍କ କଥାକୁ ରଖିନଥିଲେ । ସିଲ୍‌ଭେଷ୍ଟରଙ୍କୁ ଏହା ବହୁତ ଖରାପ ଲାଗିଲା ଓ ସେ ତାଙ୍କର ସ୍କ୍ରିପ୍ଟକୁ ଦେବାକୁ ମନା କରିଦେଲେ ।

କିଛି ଦିନ ପରେ ସେହି ପ୍ରଡକ୍ସନ ହାଉସ୍‌ ସିଲ୍‌ଭେଷ୍ଟରଙ୍କୁ ଆଉ ଅଧିକ ୬ ଲକ୍ଷ ଟଙ୍କା ବା ୨୩ ଲକ୍ଷ ଟଙ୍କା ଦେଇ ସ୍କ୍ରିପ୍ଟ କିଣିବା ସହ ଫିଲ୍ମରେ ହିରୋ କରିବାକୁ ମଧ୍ୟ ରାଜି ହୋଇଥିଲା । ଏହି ଫିଲ୍ମ ସିଲ୍‌ଭେଷ୍ଟରଙ୍କୁ ବହୁତ ସଫଳତା ଦେଇଥିଲା । ଏଥିରେ ସେ ଖାଲି ସଫଳତା ପାଇନଥିଲେ ଏକ ରେକର୍ଡ଼ ମଧ୍ୟ ସୃଷ୍ଟି କରିଥିଲେ । ସଫଳତା ହାସଲ ପରେ ସିଲ୍‌ଭେଷ୍ଟର ଯେଉଁ କୁକୁରକୁ ମାତ୍ର ୨୫୦୦ ଟଙ୍କାରେ ବିକିଥିଲେ ତାକୁ ୧୫ ହଜାର ଡଲାର ବା ୧୨ ଲକ୍ଷ ଟଙ୍କାରେ ପୁନର୍ବର କିଣିଥିଲେ ।

Niharanjan

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

3 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago