ବଲିଉଡ୍ ଅଭିନେତ୍ରୀ କରୀନା କପୁର ଓ ଅଭିନେତା ସୈଫ୍ଅଲ୍ଲୀ ଖାନ୍ଙ୍କ ଛୋଟେ ନଓ୍ଵାବ ତୈମୁର ଅଲ୍ଲୀ ଖାନ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛନ୍ତି। ତାଙ୍କର କୌଣସି ଫଟୋ ବା ଭିଡିଓ ଇଣ୍ଟରନେଟ୍ରେ ଚାହୁଁ ଚାହୁଁ ଭାଇରାଲ ହେଉଛି। ସେ ଯୁଆଡେ ବି ଯାଇଥାନ୍ତି ମିଡିଆ ତାଙ୍କ ସାଙ୍ଗେ ସାଙ୍ଗେ ରହିଥାଏ। ନିକଟରେ ତୈମୁର ଅଲ୍ଲୀଖାନ୍ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ତୈମୁର ନିଜ ମମି କରୀନା କପୁରଙ୍କ ଉପରେ ରାଗୁଥିବା ଦେଖିବାକୁ ମିଳିଛି। ଏଥିସହ ସେ ଫଟୋଗ୍ରାଫରଙ୍କ ଉପରେ ମଧ୍ୟ ଚିଲ୍ଲାଉଥିଲେ।
ତୈମୁରଙ୍କ ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମ୍ରେ ବଲିଇନ୍ଷ୍ଟା ନିଜ ଆକାଉଣ୍ଟରେ ସେୟାର କରିଛନ୍ତି। ତୈମୁର ଓ କରୀନାଙ୍କ ଏହି ଭିଡିଓ ଏୟାରପୋର୍ଟର ବୋଲି ଜଣାଯାଇଛି। ଇଣ୍ଟରନେଟ୍ରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଛି ଯେ କୌଣସି କାରଣରୁ ତୈମୁର କରୀନାଙ୍କ ଉପରେ ରାଗି ତାଙ୍କ ଠାରୁ ହାତ ଛଡ଼ାଉଛନ୍ତି।
ଏହାସହ ପଢ଼ନ୍ତୁ: ବେଡ୍ରୁମ୍ ଭିଡିଓ ସେୟାର କଲେ ରାକ୍ଷୀ ସାଓ୍ଵନ୍ତ, ଏମିତି କହି ଟ୍ରୋଲ୍ କଲେ ୟୁଜର
ସେତେବେଳେ କିଛି କ୍ୟାମେରାମ୍ୟାନ୍ଙ୍କ ଫଟୋ ଉଠାଇବାକୁ ଚାହିଁବାରୁ ତୈମୁର ତାଙ୍କୁ ମଧ୍ୟ ନୋ କହୁଥିବା ଦେଖିବାକୁ ମିଳିଛି।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…