Categories: ମନୋରଂଜନ

ଶୁଟିଂ ଶେଷ ପରେ ତାମିଲ ଅଭିନେତା ବିଜୟ ୪୦୦ କୃ ମେମ୍ବରଙ୍କୁ ଉପହାରରେ ଦେଲେ ‘ସୁନା ମୁଦି’

ତାମିଲ ଅଭିନେତା ବିଜୟ ନିଜ ଅପ୍‌କମିଙ୍ଗ୍‌ ଫିଲ୍ମ ‘ବିଗିଲ’ର ଶୁଟିଂ ଶେଷ ହେବା ଖୁସିରେ ୪୦୦ କୃ ମେମ୍ବର୍ସଙ୍କୁ ଉପହାରରେ ଦେଇଛନ୍ତି ‘ସୁନା ମୁଦି’। ଯେତେବେଳେ ମଙ୍ଗଳବାର ଦ୍ୱିପ୍ରହରରେ ଫିଲ୍ମର ଶୁଟିଂ ସିଡ୍ୟୁଲ ସରିଥିଲା, ସେତେବେଳେ ବିଜୟ ଫିଲ୍ମ ସହ ଜଡ଼ିତ ଲୋକଙ୍କୁ ମୁଦି ଗିଫ୍ଟ କରିଥିଲେ, ଯାହା ଉପରେ ଫିଲ୍ମର ନାଁ ଇଂଲିଶରେ ‘ବିଗିଲ’ ଲେଖା ହୋଇଥିଲା।

ଏହାସହ ପଢ଼ନ୍ତୁ: ପାକିସ୍ତାନ କରାଚିରେ ପରଫର୍ମ କରିଥିବାରୁ ମିକାଙ୍କୁ ବୟକଟ୍‌ କଲା ଅଲ୍‌ ଇଣ୍ଡିଆ ସିନେ ଓ୍ଵାର୍କର୍ସ ଆସୋସିଏସନ୍‌

ନିର୍ମାତା ଅର୍ଚ୍ଚନା କରିଛନ୍ତି ଟୁଇଟ୍‌

ଏଜିଏସ୍‌ ସିନେମାର ସିଇଓ ତଥା ‘ବିଗିଲ’ର ନିର୍ମାତା ଅର୍ଚ୍ଚନା କଲପତି ଟୁଇଟରରେ ଏ ନେଇ ସୂଚନା ଦେଇଥିଲେ। ସେ ଲେଖିଥିଲେ ଯେ ‘ଏହି ସ୍ନେହଭରା ଉପହାରରେ ବିଜୟ ସମସ୍ତଙ୍କ ହୃଦୟ ଜିତିଯାଇଛନ୍ତି।’ ଫିଲ୍ମ ସହ ଜଡ଼ିତ ଆଉ ଜଣେ ଆକ୍ଟର ଆଥମା ଟୁଇଟରରେ ଏକ ଭିଡିଓ ସେୟାର କରି ବିଜୟଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଉକ୍ତ ଭିଡିଓରେ ତାଙ୍କୁ ଉପହାରରେ ମିଳିଥିବା ମୁଦିକୁ ଦେଖାଉଛନ୍ତି। ଆଥମା ଲେଖିଛନ୍ତି, ‘ଭଗବାନ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଖୁସିରେ ରଖନ୍ତୁ।’

ଶାହରୁଖ ମଧ୍ୟ ନଜର ଆସିବେ

-ଏହି ଫିଲ୍ମ ଚଳିତବର୍ଷ ଦୀପାବଳିରେ ମୁକ୍ତିଲାଭ କରିବ। ବିଜୟଙ୍କ ସହ ଏଥିରେ ଅଭିନେତ୍ରୀ ନୟନତାରା ଓ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ ମଧ୍ୟ ନଜର ଆସିବେ। ଫିଲ୍ମର ପ୍ରଥମ ପୋଷ୍ଟର ବିଜୟଙ୍କ ଜନ୍ମଦିନ ଅର୍ଥାତ୍‌ ଜୁନ୍‌ ୨୧ରେ ରିଲିଜ୍‌ କରାଯାଇଥିଲା। ଏଥିରେ ବିଜୟ ଉଭୟ ବାପ-ପୁଅ ଭୂମିକାରେ ନଜର ଆସୁଛନ୍ତି।
-ଫିଲ୍ମରେ ଶାହରୁଖ ଖାନ୍‌ ଖଳନାୟକ ରୂପରେ ନଜର ଆସିବେ। ତାଙ୍କ ଭୂମିକା ବହୁତ ଛୋଟ ରହିଛି। ଏକ ଇଂଲିଶ େଓ୍ଵବସାଇଟ ମୁତାବକ, ସେ ଫିଲ୍ମର କ୍ଲାଇମାକ୍ସରେ ଦେଖାଯିବେ। ତାଙ୍କର ଏବଂ ବିଜୟଙ୍କ ମଧ୍ୟରେ ଏକ ଫାଇଟିଂ ସିନ୍‌ ରହିଛି। କୁହାଯାଉଛି କି, ଦୁଇଜଣ ଆକ୍ଟର ଏକ ସ୍ପେଶାଲ ଗୀତରେ ମଧ୍ୟ ଏକାଠି ନଜର ଆସିପାରନ୍ତି।

 

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

13 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

15 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

55 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago