ମନୋରଂଜନ

ଟ୍ରାଫିକ ନିୟମ ଭାଙ୍ଗିଲେ ସୁପରଷ୍ଟାର ଥଲପତି ବିଜୟ, ଲାଗିଲା ଜରିମାନା

ମୁମ୍ବାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ପ୍ରଭାବଶାଳୀ ଅଭିନେତା ସୁପରଷ୍ଟାର ଥଲପତି ବିଜୟ । ଫିଲ୍ମ ଜଗତରେ ତାଙ୍କର ୨ ଦଶନ୍ଧିର କ୍ୟାରିୟର ରହିଛି । ଏ ପର୍ଯ୍ୟନ୍ତ ଅଭିନେତା ଅନେକ ଫିଲ୍ମ କରିସାରିଥିବା ବେଳେ ତାଙ୍କର ଅନେକ ଫିଲ୍ମ ସୁପର ହିଟ୍‌ ରହିଛି । କିଛି ଫିଲ୍ମ ରେକର୍ଡ ବ୍ରେକ ଆୟ ବି କରିଛି । ଥଲପତି ବିଜୟ କେବଳ ଆକ୍ଟିଂରେ ନୁହେଁ, ବରଂ ଡ୍ୟାନ୍ସିଂରେ ବି ବେଶ୍‌ ମାହିର ଅଛନ୍ତି। ଏବେ ସେ ରାଜନୀତିରେ ପ୍ରବେଶ କରିବାର ଚର୍ଚ୍ଚା ଜୋର୍ ଧରିଛି ।

ଏହାରି ଭିତରେ ସୁପରଷ୍ଟାର ଥଲପତି ବିଜୟଙ୍କ ଉପରେ ଲାଗିଛି ଜରିମାନା । ଗୋଟିଏ ଦିନରେ ୨ରୁ ଅଧିକ ଥର ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ତାଙ୍କ ଉପରେ ଟ୍ରାଫିକ ପୋଲିସ୍ ପକ୍ଷରୁ ଜରିମାନା ଲଗାଯାଇଥିବା ଜଣାପଡ଼ିଛି । କୁହାଯାଉଛି ସୁପରଷ୍ଟାର ଥଲପତି ବିଜୟ ଜୁଲାଇ ୧୧ରେ ବିଜୟ ମକ୍କଲ ଅୟକକମ୍  ର ସଦସ୍ୟଙ୍କୁ ଭେଟିଥିଲେ। ଏହା ପରେ ସେ ରାଜନୀତିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ପନିୟୁରରେ ଭିଏମଆଇ ସଦସ୍ୟଙ୍କୁ ଭେଟି ଘରକୁ ଫେରୁଥିବାବେଳେ ଅଭିନେତା ଟ୍ରାଫିକ ନିୟମ ଭାଙ୍ଗିଥିଲେ ।

ସେ ନିଜ ଗାଡିରେ ଯାଉଥିବା ସମୟରେ ୨ରୁ ଅଧିକ ସ୍ଥାନରେ ରେଡ୍ ସିଗନାଲ ଡେଇଁ ଗାଡି ଧରି ଚାଲିଯାଇଥିବା ଅଭିଯୋଗ ଆସିଛି । ତେବେ ଏଭଳି ଅଭିଯୋଗ ଆସିବା ପରେ ଥଲପତି ବିଜୟ ନିଜର ପ୍ରତିକ୍ରିୟା ରଖିଛନ୍ତି  । ସେ କହିଛନ୍ତି ପ୍ରଶଂସକମାନେ ତାଙ୍କ ପିଛ‌ା କରୁଥିବାରୁ ସେ ବାଧ୍ୟ ହୋଇ ଏଭଳି ଭାବେ ଟ୍ରାଫିକ ନିୟମ ଭାଙ୍ଗି ରେଡ୍ ଲାଇଟ୍ ସିଗନାଲ୍ ଡେଇଁ ଚାଲିଯାଇଥିଲେ ।

ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କୁ ପନିୟୁରରୁ ନୀଲାଙ୍ଗରାୟସ୍ଥିତ ତାଙ୍କ ଘର ପର୍ଯ୍ୟନ୍ତ ଫଲୋ କରିଥିଲେ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ବିଜୟ ଓ ତାଙ୍କ ଡ୍ରାଇଭର ଟ୍ରାଫିକ୍ ନିୟମକୁ ଭାଙ୍ଗିବାକୁ ବାଧ୍ୟ  ହୋଇଥିଲେ । ତେବେ ସୂଚନା ଥାଉକି, ଲକ୍ଷ ଲକ୍ଷ ଫ୍ୟାନଙ୍କ ହୃଦୟରେ ଅଛନ୍ତି ଥଲପତି ବିଜୟ। ଭାରତୀୟ ସିନେମାରେ ଥଲପତି ବିଜୟଙ୍କର ବହୁତ ପ୍ରଶଂସକ । ବଲିଉଡର ସବୁ କଳାକାରଙ୍କୁ ପଛରେ ପକାଇ ସେ ଦକ୍ଷିଣ ଭାରତୀୟ ଷ୍ଟାର ସବୁଠାରୁ ଦାମୀ ସୁପରଷ୍ଟାର ପାଲଟିଛନ୍ତି ।

Sonalisa

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

23 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

32 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago