ମନୋରଂଜନ

ଲକଡାଉନ୍ ପରେ ବକ୍ସ ଅଫିସରେ ଭଲ କଲେକ୍ସନ କରିଥିବା ଦ୍ଵିତୀୟ ଫିଲ୍ମ କଶ୍ମୀର ଫାଇଲ

ଲକ୍ ଡାଉନ୍ ହଟିବା ପରେ ସମସ୍ତ ମଲ୍ ଓ ଫିଲ୍ମ ହଲ ମଧ୍ୟ ଖୋଲି ସରିଛି। ଯାହାକୁ ନେଇ କଳାକାରଙ୍କ ବ୍ୟତୀତ ଚଳଚ୍ଚିତ୍ର ପ୍ରେମୀ ମଧ୍ୟ ଖୁବ୍ ଖୁସି । ତେବେ ସିନେମା ହଲ୍ ଖୋଲିବା ପରେ ଦ୍ଵିତୀୟ ଫିଲ୍ମ ଭାବେ କମ୍ ବଜେଟରେ ତିଆରି ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଭଲ କଲେକ୍ସନ କରିଛି। ଲକ୍ ଡାଉନ୍ ଉଠିବା ପରେ ଏସ ଏସ ରାଜା ମୌଲିଙ୍କ ଫିଲ୍ମ RRR ବକ୍ସ ଅଫିସରେ ଭଲ କଲେକ୍ସନ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ‘ଦ କଶ୍ମୀର ଫାଇଲ’ ରହିଛି ଦ୍ଵିତୀୟ ସ୍ଥାନରେ । ଏହି ଫିଲ୍ମର କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି।

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ’ ମାର୍ଚ୍ଚ ୧୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ପ୍ରଥମ ଦିନରୁ ଦର୍ଶକଙ୍କ ଠାରୁ ଏହା ଏକ ଭଲ ପ୍ରତିକ୍ରିୟା ପାଇଲା। କାଶ୍ମୀରୀ ପଣ୍ଡିତଙ୍କ କାହାଣୀ ଦେଖାଇ ଏହି ଚଳଚ୍ଚିତ୍ରଟି ଧୀରେ ଧୀରେ ଲୋକଙ୍କ ଭାବନା ସହିତ ଯୋଡି ହୋଇଗଲା, ଯାହା ପରେ ଏହା ଉପରେ ଏକ ଜବରଦସ୍ତ କ୍ରେଜ୍ ମଧ୍ୟ ଦର୍ଶକଙ୍କ ମନରେ ଦେଖିବାକୁ ମିଳିଲା।

ସ୍ୱଳ୍ପ ବଜେଟରେ ତିଆରି ହୋଇଥିବା ସତ୍ତ୍ଵେ ଫିଲ୍ମଟି ବକ୍ସ ଅଫିସରେ ବହୁତ ରୋଜଗାର କରିଥିଲା। ​​ଏହି ଚଳଚ୍ଚିତ୍ର ଖୁବ୍ ଶୀଘ୍ର ୧୦୦ କୋଟିରୁ ୨୦୦ କୋଟି ଅତିକ୍ରମ କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ ୨୯ ଦିନରେ ଏହି ଫିଲ୍ମ ୨୯୩.୩୬ କୋଟି ଇନକମ୍ କରିସାରିଛି। ବର୍ତ୍ତମାନ, ଏହି ଚଳଚ୍ଚିତ୍ରଟି ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇସାରିଛି।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

12 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

14 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

20 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

29 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

29 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

47 mins ago