ମନୋରଂଜନ

ଓଡ଼ିଆ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆଙ୍କ ପ୍ରେମ କାହାଣୀ ଖୁବ ଶୀଘ୍ର ହଲିଉଡ ଫିଲ୍ମରେ

ଅନୁଗୁଳ (କେନ୍ୟୁଜ):  ଜଣେ ଗରିବ ଯୁବକ ଜଣେ ଧନୀ ଯୁବତୀଙ୍କୁ ଭେଟେ । ସେମାନେ ପ୍ରେମରେ ପଡ଼ନ୍ତି । ବିବାହ କରିବାକୁ ନିଷ୍ପତ୍ତି ନିଅନ୍ତି । ଏହାପରେ ଝିଅଟି ନିଜ ଦେଶକୁ ଫେରିଯାଏ । ପୁଅ ଜଣକ ସେଠାକୁ ଯିବା ପାଇଁ ଆପ୍ରାଣ ଉଦ୍ୟମ କରି ବିଫଳ ହୁଏ । ଶେଷରେ ସାଇକେଲକୁ ସାହାରା କରି ୮ଟି ଦେଶ ଡେଇଁ ସେ ପହଞ୍ଚିଯାଏ ନିଜ ପ୍ରେମିକା ପାଖରେ । ଜଣେ ଓଡ଼ିଶାର ଦଳିତ ପରିବାରର ସନ୍ତାନ, ଅନ୍ୟ ଜଣେ ସୁଦୂର ୟୁରୋପର ସ୍ଵିଡେନରେ ରାଜ ପରିବାରର କନ୍ୟା । ତେବେ ଏ ବିଭେଦ ସେମାନଙ୍କ ପ୍ରେମରେ ବାଧା ଦେଇ ନଥିଲା । ୭୦ ଦଶକର ପ୍ରଥମାର୍ଦ୍ଧରେ ସେମାନେ ପରସ୍ପର ପ୍ରେମରେ ପଡ଼ିଲେ ଓ ବିବାହ ବି କଲେ । ପ୍ରେମିକାରୁ ପତ୍ନୀ ପାଲଟିଥିବା ସ୍ଵୀଡେନ ରାଜକୁମାରୀଙ୍କୁ ଭେଟିବାକୁ ପ୍ରେମିକ-ସ୍ଵାମୀଙ୍କ ପାଖରେ ଅର୍ଥ ନଥିଲା । ଏଣୁ ଦୀର୍ଘ ୫ ମାସ କାଳ ସାଇକେଲରେ ଦିଲ୍ଲୀରୁ ଯାତ୍ରା କରି ସେ ପହଞ୍ଚିଥିଲେ ସ୍ଵୀଡେନରେ । ଏ ହେଉଛି ଓଡ଼ିଆ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆଙ୍କ ପ୍ରେମ କାହାଣୀ । ଆଉ ଏ ପ୍ରେମ କାହାଣୀ ଖୁବ ଶୀଘ୍ର ଏକ ହଲିଉଡ ଫିଲ୍ମରେ ସ୍ଥାନ ପାଇବ ।

ସ୍ଵିଡେନ ଯିବା ଲାଗି ଅର୍ଥ ଯୋଗାଡ଼ରେ ବିଫଳ ହେବା ପରେ ୬୦ ଟଙ୍କା ବିନିମୟରେ ପୁରୁଣା ସାଇକଲଟିଏ ଯୋଗାଡ଼ କରନ୍ତି ଯୁବକ ପ୍ରଦ୍ୟୁମ୍ନ । ୧୯୭୭ ମସିହା ଜାନୁଆରି ୨୨ ତାରିଖରେ ଦିଲ୍ଲୀରୁ ଆରମ୍ଭ ହୁଏ ତାଙ୍କର ସାଇକେଲ ଯାତ୍ରା । ଏବେ ଭଳି ସେତେବେଳେ ରାସ୍ତା ଯୋଗାଯୋଗ ବି ଏତେଟା ସହଜ ନଥିଲା । ତଥାପି ପାକିସ୍ତାନ, ଆଫଗାନିସ୍ତାନ, ତୁର୍କି ଡେଇଁ ସେ ୟୁରୋପରେ ପହଞ୍ଚିଥିଲେ । ୪ ମାସ ୩ ସପ୍ତାହ ଯାତ୍ରା କରି ସେ ସ୍ଵିଡେନର ଗୋଥେନବର୍ଗରେ ପହଞ୍ଚିଥିଲେ । ମୋଟ ୪୦୦୦ ମାଇଲ ବା ପ୍ରାୟ ୬୫୦୦ କିଲୋମିଟର ସାଇକେଲରେ ଅତିକ୍ରମ କରି ଗୋଥେନବର୍ଗରେ ପହଞ୍ଚିଥିଲେ । ଜଣେ ଭାରତୀୟ ସାଇକେଲ ଆରୋହୀଙ୍କୁ ଦେଖି ସ୍ଵିଡେନ ଇମିଗ୍ରେସନ୍ ଅଧିକାରୀମାନେ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ, ସେତିକି ସନ୍ଦେହ ପ୍ରକଟ କରିଥିଲେ । ସେମାନେ ତାଙ୍କୁ ଦେଶ ଭିତରକୁ ଯିବାକୁ ଦେଇନଥିଲେ, ଏପରିକି ତାଙ୍କ ପ୍ରେମ କାହାଣୀକୁ ବି ବିଶ୍ୱାସ କରିନଥିଲେ । ଚାର୍ଲଟ ଏ ଖବର ପାଇବା ପରେ ନିଜେ ଘରୁ ୭୦ କିଲୋମିଟର ଗାଡ଼ି ଚଳାଇ ଯାଇ ଗୋଥେନବର୍ଗରେ ପହଞ୍ଚିଥିଲେ ଓ ପ୍ରଦ୍ୟୁମ୍ନଙ୍କୁ ପାଛୋଟି ନେଇଥିଲେ ।

ଅନୁଗୁଳ ଜିଲ୍ଲା କନ୍ଧପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ ସ୍କୁଲରେ ପାଠ ପଢ଼ିବାବେଳେ ଭେଦଭାବର ଶିକାର ହୋଇଥିଲେ। ତଥାପି ଶିକ୍ଷାଠାରୁ ଦୂରେଇ ଯାଇନଥିଲେ। ପାଠପଢ଼ା ସହିତ ତାଙ୍କର ଚିତ୍ରକଳା ପ୍ରତି ଦୁର୍ବଳତା ଥିଲା। ଏହି ଆଗ୍ରହରୁ ସେ ୧୯୭୧ ମସିହାରେ ଦିଲ୍ଲୀରେ ଏକ ଆର୍ଟ କଲେଜରେ ନାମ ଲେଖାଇଥିଲେ। ସ୍ୱିଡେନର ଚାରଲୋଟ ଭୋନ୍ ସଚେଡଭିନ ଦିଲ୍ଲୀ ଆସିଥିବାବେଳେ ଶ୍ରୀ ମହାନନ୍ଦିଆଙ୍କ ଚିତ୍ରକଳା ଉପରେ ତାଙ୍କର ନଜର ପଡ଼ିଥିଲା ଓ ସେ ମହାନନ୍ଦିଆଙ୍କ ପ୍ରେମରେ ପଡ଼ିଯାଇଥିଲେ। ଶେଷରେ ଉଭୟ ପ୍ରେମ ବିବାହ କରିଥିଲେ ।

ବିବାହ ପରେ ଚାରଲୋଟ ସ୍ୱିଡେନ୍ ଫେରି ଯାଇଥିଲେ। ପରେ ୧୯୭୭ ମସିହାରେ ଶ୍ରୀ ମହାନନ୍ଦିଆ ତାଙ୍କର ସବୁ ଜିନିଷ ବିକ୍ରି କରି ଏକ ପୁରୁଣା ସାଇକେଲ କିଣିଥିଲେ। ପାଖାପାଖି ୫ ମାସ କାଳ ସାଇକେଲ ଚଲାଇ ସେ ସ୍ୱିଡେନରେ ପହଞ୍ଚିଥିଲେ । ସେଠାରେ ସେ ସ୍ୱିଡେନର ନାଗରିକତ୍ୱ ଗ୍ରହଣ କରି ବସବାସ କରୁଛନ୍ତି । ପିକେ ମହାନନ୍ଦିଆଙ୍କ ଯିବନି ଉପରେ ଜରପଡ଼ାର ପୁଟଗାଡିଆ ଠାରେ ଏକ ହଲିଉଡ ସିନେମା କରାଯାଉଛି । ପୁଟଗାଡିଆର ଗ୍ରାମବାସୀ ବେଶ ଖୁସି ବ୍ୟକ୍ତ କରିଛନ୍ତି । ପୁଟଗାଡ଼ିଆ ସେବାଶ୍ରମ ସ୍କୁଲରେ ପିକେ ମହାନନ୍ଦିଆ ଛାତ୍ର ଛାତ୍ରୀଙ୍କ ସହ ସମୟ ବିତାଇଥିଲେ ।

 

 

 

Sonalisa

Recent Posts

ମେଡିକାଲରୁ ଚୋରି ଶିଶୁ ଉଦ୍ଧାର, ଆଶାକର୍ମୀ ଅଟକ

ବାଲେଶ୍ବର: ମେଡିକାଲରୁ ଚୋରି ଶିଶୁ ଉଦ୍ଧାର । ବାଲେଶ୍ବର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି ।…

9 mins ago

ଲୁଟେରାଙ୍କ ଆତଙ୍କ ନେଇ ଚିନ୍ତାରେ ଜନ ସାଧାରଣ, ୭ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ

ଝାରସୁଗୁଡ଼ା(କେନ୍ୟୁଜ): ଥମୁନି ଲୁଟେରାଙ୍କ ଆତଙ୍କ । ଦିନ ଦ୍ୱିପ୍ରହରରେ ଲୁଟିବା ପାଇଁ ଆପଣାଉଛନ୍ତି ଭିନ୍ନ ଭିନ୍ନ ଉପାୟ । ଯଦି…

18 mins ago

ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, ରେସ୍ ରେ ଆଗରେ ନାଁ

ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ରେସ୍ ରେ ଆଗରେ ଅଛି ସୁରେଶ ପୂଜାରୀଙ୍କ ନାଁ…

24 mins ago

ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା, ୬ ରନରେ ପାକିସ୍ତାନକୁ ହରାଇଲା ଟିମ୍ ଇଣ୍ଡିଆ

ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା । ରୋମାଞ୍ଚକ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତ । ମାତ୍ର ୬ ରନରେ ପାକିସ୍ତାନକୁ ହରାଇ…

32 mins ago

ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି

ଭୁବନେଶ୍ୱରରେ ବଢ଼ିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୫୦ ପଇସା ରହିଛି ।…

41 mins ago

ଜାଣନ୍ତୁ ଆଜି କେତେ ରହିଛି ବଜାରରେ ସୁନା ଦର ?

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

49 mins ago