ମନୋରଂଜନ

ଆକ୍ସିଡେଣ୍ଟରୁ ସୁସ୍ଥ ହୋଇ ନୂଆ ଗୀତ ଗାଇଲେ କାଚା ବାଦାମ୍‌ ସିଙ୍ଗର, ରିଲିଜ୍‌ ମାତ୍ରକେ ହୋଇଗଲା ଭାଇରାଲ୍‌

ଆପଣ ଭୁବନ ବାଡିୟାକରଙ୍କୁ ଭୁଲିଯାଇ ନାହାଁନ୍ତି ତ? ଯିଏ କାଚ୍ଚା ବାଦାମ୍‌ ଗୀତ ପାଇଁ ରାତାରାତି ପପୁଲାର ହୋଇଗଲେ। ତାଙ୍କର କାଚ୍ଚା ବାଦାମ୍‌ ସଙ୍ଗ୍‌ ଆଜିକାଲି ସବୁ ଲୋକଙ୍କ ମୁହଁରେ। ଯେମିତି ଲାଗୁଛି ଲୋକଙ୍କ ଭିତରେ କାଚ୍ଚା ବାଦାମ୍‌ ଭୂତ ଚଢ଼ି ଯାଇଛି। ଆପଣ ଏ ଗୀତକୁ ନ ଗାଇ ପାରିଲେ ବି ଏଥିରେ ଏମିତି କିଛି ଅଛି ଯାହା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟୀ ପର୍ଯ୍ୟନ୍ତ ସମସ୍ତଙ୍କୁ ନାଚିବାକୁ ବାଧ୍ୟ କରିଦେଇଛି। କାଚ୍ଚା ବାଦାମ୍‌ ଗୀତ ଗାଇ ରାତାରାତି ସୋସିଆଲ ମିଡିଆ ସେନସେସନ୍‌ ବନିଥିବା ଭୁବନ ବାଡିୟାକର ନିଜର ଫ୍ୟାନ୍ସଙ୍କ ପାଇଁ ଆଉ ଏକ ନୂଆ ଗୀତ ରେକର୍ଡ କରିଛନ୍ତି।

ନିଜର ଆକ୍ସିଡେଣ୍ଟ ବିଷୟରେ ଭୁବନ କହିଲେ ଯେ ମୁଁ ଏକ ସେକେଣ୍ଡ ହ୍ୟାଣ୍ଡ କାର କିଣିଥିଲି। ଯାହାକୁ ଚଲାଇବା ପାଇଁ ଡ୍ରାଇଭିଙ୍ଗ୍‌ ଶିଖୁଥିଲି। ଆଉ ଠିକ୍‌ ସେତିକିବେଳେ ମୋର ଆକ୍ସିଡେଣ୍ଟ ହୋଇଗଲା। ସୂଚନା ମୁତାବକ ଏହି କାର ଦୁର୍ଘଟଣାରେ ତାଙ୍କ ଶରୀରର ଅନେକ ସ୍ଥାନରେ ଆଘାତ ଲାଗିଥିଲା। ଭୁବନଙ୍କୁ ପଶ୍ଚିମବଙ୍ଗର ବୀରଭୂମ ସ୍ଥିତ ସରେ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଠିକ୍‌ ଅଛନ୍ତି ବୋଲି ଏକ ନୂଆ ଗୀତ ରିଲିଜ୍‌ କରିଛନ୍ତି ବୋଲି କହିଛନ୍ତି ଭୁବନ। ତେବେ ତାଙ୍କର ଏହି ନୂଆ ଗୀତ ସେହି ଆକ୍ସିଡେଣ୍ଟ ଉପରେ ହିଁ ରହିଛି। କେମିତି ତାଙ୍କ ଆକ୍ସିଡେଣ୍ଟ ହେଲା ଏବଂ ଏହି ଆକ୍ସିଡେଣ୍ଟରେ କେମିତି ଭଗବାନ ତାଙ୍କ ଜୀବନ ରକ୍ଷା କରିଦେଲେ,ଏହିସବୁକୁ ସେ ଏହି ଗୀତରେ କହିଛନ୍ତି।

ସବୁଠୁ ବଡ କଥା ହେଉଛି ଯେଉଁ ଭୁବନଙ୍କୁ ଲୋକମାନେ ଜଣେ ବାଦାମ୍‌ ବିକାଳୀ ବୋଲି ଜାଣିଥିଲେ ଆଜି ତାଙ୍କୁ ଜଣେ ସିଙ୍ଗର ରୂପରେ ଲୋକେ ଜାଣୁଛନ୍ତି। ବାଦାମ୍‌ ବିକ୍ରି କରିବା ପାଇଁ ସେ ଏକ କ୍ରିଏଟିଭ୍‌ ଆଇଡିଆ ବାହାର କରିଥିଲେ। ଯାହାଦ୍ୱାରା ସେ ବାଦାମ୍‌ ଉପରେ ଗୀତ ଗାଇବେ ଆଉ ତାଙ୍କ ଗୀତ ଶୁଣି ଲୋକେ ବାଦାମ୍‌ କିଣିନେବେ। ଆଉ ସତକୁ ସତ ତାଙ୍କର ଏହି ଆଇଡିଆ କାମ ଦେଲା। ଭୁବନଙ୍କ ଗୀତ ଶୁଣି ବାଦାମ୍‌ ନ କିଣୁଥିବା ଲାକ ବି ବାଦାମ୍‌ କିଣିନେଲେ।

ବାଦାମ ବିକ୍ରି କରିବା ବେଳେ କାଚା ବାଦାମ ଗୀତ ଗାଉଥିଲେ ଭୁବନ। ତାଙ୍କ ଗାଇବା ବେଳର ଭିଡିଓକୁ କେହି ଜଣେ ଲୋକ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। ଯାହା ପରେ ଦେଖୁ ଦେଖୁ ଗୀତଟି ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ତାଙ୍କ ଗୀତ ଏତେ ଲୋକପ୍ରିୟ ହୋଇଗଲା ଯେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ରିଲ୍ସ ବନାଇବା ଆରମ୍ଭ କରିଛନ୍ତି। ଏହାସହିତ ତାଙ୍କର ଏହି ଗୀତର ରିମିକ୍ସ ମଧ୍ୟ ତିଆରି କରାଯାଇସାରିଲାଣି।

ଏହାସହ ପଢ଼ନ୍ତୁ : ବସ୍‌ ଉପରେ ଛିଡା ହୋଇ ‘ଗଙ୍ଗୁବାଇ କାଠିୟାଓ୍ଵାଡି’ ଫିଲ୍ମର ପ୍ରମୋସନ୍‌ କରୁଥିଲେ ପ୍ରମୋସନ୍‌, ହଠାତ୍‌ ବାଲାନ୍ସ…

Pritiparna

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

11 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

24 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

24 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

10 hours ago