ଆକ୍ସିଡେଣ୍ଟରୁ ସୁସ୍ଥ ହୋଇ ନୂଆ ଗୀତ ଗାଇଲେ କାଚା ବାଦାମ୍ ସିଙ୍ଗର, ରିଲିଜ୍ ମାତ୍ରକେ ହୋଇଗଲା ଭାଇରାଲ୍

ଆପଣ ଭୁବନ ବାଡିୟାକରଙ୍କୁ ଭୁଲିଯାଇ ନାହାଁନ୍ତି ତ? ଯିଏ କାଚ୍ଚା ବାଦାମ୍ ଗୀତ ପାଇଁ ରାତାରାତି ପପୁଲାର ହୋଇଗଲେ। ତାଙ୍କର କାଚ୍ଚା ବାଦାମ୍ ସଙ୍ଗ୍ ଆଜିକାଲି ସବୁ ଲୋକଙ୍କ ମୁହଁରେ। ଯେମିତି ଲାଗୁଛି ଲୋକଙ୍କ ଭିତରେ କାଚ୍ଚା ବାଦାମ୍ ଭୂତ ଚଢ଼ି ଯାଇଛି। ଆପଣ ଏ ଗୀତକୁ ନ ଗାଇ ପାରିଲେ ବି ଏଥିରେ ଏମିତି କିଛି ଅଛି ଯାହା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟୀ ପର୍ଯ୍ୟନ୍ତ ସମସ୍ତଙ୍କୁ ନାଚିବାକୁ ବାଧ୍ୟ କରିଦେଇଛି। କାଚ୍ଚା ବାଦାମ୍ ଗୀତ ଗାଇ ରାତାରାତି ସୋସିଆଲ ମିଡିଆ ସେନସେସନ୍ ବନିଥିବା ଭୁବନ ବାଡିୟାକର ନିଜର ଫ୍ୟାନ୍ସଙ୍କ ପାଇଁ ଆଉ ଏକ ନୂଆ ଗୀତ ରେକର୍ଡ କରିଛନ୍ତି।
ନିଜର ଆକ୍ସିଡେଣ୍ଟ ବିଷୟରେ ଭୁବନ କହିଲେ ଯେ ମୁଁ ଏକ ସେକେଣ୍ଡ ହ୍ୟାଣ୍ଡ କାର କିଣିଥିଲି। ଯାହାକୁ ଚଲାଇବା ପାଇଁ ଡ୍ରାଇଭିଙ୍ଗ୍ ଶିଖୁଥିଲି। ଆଉ ଠିକ୍ ସେତିକିବେଳେ ମୋର ଆକ୍ସିଡେଣ୍ଟ ହୋଇଗଲା। ସୂଚନା ମୁତାବକ ଏହି କାର ଦୁର୍ଘଟଣାରେ ତାଙ୍କ ଶରୀରର ଅନେକ ସ୍ଥାନରେ ଆଘାତ ଲାଗିଥିଲା। ଭୁବନଙ୍କୁ ପଶ୍ଚିମବଙ୍ଗର ବୀରଭୂମ ସ୍ଥିତ ସରେ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି ବୋଲି ଏକ ନୂଆ ଗୀତ ରିଲିଜ୍ କରିଛନ୍ତି ବୋଲି କହିଛନ୍ତି ଭୁବନ। ତେବେ ତାଙ୍କର ଏହି ନୂଆ ଗୀତ ସେହି ଆକ୍ସିଡେଣ୍ଟ ଉପରେ ହିଁ ରହିଛି। କେମିତି ତାଙ୍କ ଆକ୍ସିଡେଣ୍ଟ ହେଲା ଏବଂ ଏହି ଆକ୍ସିଡେଣ୍ଟରେ କେମିତି ଭଗବାନ ତାଙ୍କ ଜୀବନ ରକ୍ଷା କରିଦେଲେ,ଏହିସବୁକୁ ସେ ଏହି ଗୀତରେ କହିଛନ୍ତି।
Kacha Badam Kaku new song after his accident ‼️💥#BhubanBadyakar#KachaBadam#BadamKaku pic.twitter.com/BOaAJhLRAq
— I Love Siliguri (@ILoveSiliguri) March 5, 2022
ସବୁଠୁ ବଡ କଥା ହେଉଛି ଯେଉଁ ଭୁବନଙ୍କୁ ଲୋକମାନେ ଜଣେ ବାଦାମ୍ ବିକାଳୀ ବୋଲି ଜାଣିଥିଲେ ଆଜି ତାଙ୍କୁ ଜଣେ ସିଙ୍ଗର ରୂପରେ ଲୋକେ ଜାଣୁଛନ୍ତି। ବାଦାମ୍ ବିକ୍ରି କରିବା ପାଇଁ ସେ ଏକ କ୍ରିଏଟିଭ୍ ଆଇଡିଆ ବାହାର କରିଥିଲେ। ଯାହାଦ୍ୱାରା ସେ ବାଦାମ୍ ଉପରେ ଗୀତ ଗାଇବେ ଆଉ ତାଙ୍କ ଗୀତ ଶୁଣି ଲୋକେ ବାଦାମ୍ କିଣିନେବେ। ଆଉ ସତକୁ ସତ ତାଙ୍କର ଏହି ଆଇଡିଆ କାମ ଦେଲା। ଭୁବନଙ୍କ ଗୀତ ଶୁଣି ବାଦାମ୍ ନ କିଣୁଥିବା ଲାକ ବି ବାଦାମ୍ କିଣିନେଲେ।
ବାଦାମ ବିକ୍ରି କରିବା ବେଳେ କାଚା ବାଦାମ ଗୀତ ଗାଉଥିଲେ ଭୁବନ। ତାଙ୍କ ଗାଇବା ବେଳର ଭିଡିଓକୁ କେହି ଜଣେ ଲୋକ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। ଯାହା ପରେ ଦେଖୁ ଦେଖୁ ଗୀତଟି ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ତାଙ୍କ ଗୀତ ଏତେ ଲୋକପ୍ରିୟ ହୋଇଗଲା ଯେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ରିଲ୍ସ ବନାଇବା ଆରମ୍ଭ କରିଛନ୍ତି। ଏହାସହିତ ତାଙ୍କର ଏହି ଗୀତର ରିମିକ୍ସ ମଧ୍ୟ ତିଆରି କରାଯାଇସାରିଲାଣି।
ଏହାସହ ପଢ଼ନ୍ତୁ : ବସ୍ ଉପରେ ଛିଡା ହୋଇ ‘ଗଙ୍ଗୁବାଇ କାଠିୟାଓ୍ଵାଡି’ ଫିଲ୍ମର ପ୍ରମୋସନ୍ କରୁଥିଲେ ପ୍ରମୋସନ୍, ହଠାତ୍ ବାଲାନ୍ସ…