ଯୁଦ୍ଧ ବନ୍ଦ ନେଇ ହୋଇଥିବା ନିଷ୍ପତ୍ତିକୁ ରୁଷିଆ ଆଦୌ ମାନୁନି ବୋଲି କହିଲେ ୟୁକ୍ରେନ୍ ରାଷ୍ଟ୍ରପତି

୧- ଯୁଦ୍ଧ ଲାଗିଥିବା ଅଞ୍ଚଳରୁ ରୁଷିଆ ଭାରତୀୟମାନଙ୍କୁ ରକ୍ଷା କରିବା ପାଇଁ ରୁଷିଆ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ହେଲେ ଯୁଦ୍ଧ ଜାରି ରହିଥିବା ଯୋଗୁଁ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହେଉନାହିଁ । ତେଣୁ ଭାରତୀୟମାନେ ଯୁଦ୍ଧ ନଲାଗିଥିବା ଅଞ୍ଚଳକୁ ଚାଲି ଆସନ୍ତୁ ବୋଲି ରୁଷ୍ ଦୂତ ଜଣାଇଛନ୍ତି ।
୨-କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହଙ୍କ ସୂଚନା, ଆମେ ରୁଷ୍ ଭାଷା କହି ପାରୁଥିବା କେତୋଟି ଟିମ୍କୁ ୟୁକ୍ରେନ୍ର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ପଠାଇଥିଲୁ । ସେଠାରେ ଗୋଟିଏ ଗୋଟିଏ କଣ୍ଟ୍ରୋଲ ରୁମ୍ ମଧ୍ୟ ସ୍ଥାପନ କରିଥିଲୁ । ଯାହାଫଳରେ ମାର୍ଚ୍ଚ ୪ ତାରିଖ ସୁଦ୍ଧା ଆମେ ୧୬ ହଜାର ଭାରତୀୟଙ୍କୁ ଉଦ୍ଧାର କରି ଦେଶକୁ ଫେରାଇ ଆଣି ପାରିଲୁ ।
୩-କଟକଣା ଜାରି ହେବା ପରେ ରୁଷିଆ କେବଳ ବେଲାରୁଷ୍କୁ ଛାଡ଼ି ଅନ୍ୟ ସବୁ ଦେଶକୁ ବିମାନ ସେବା ବନ୍ଦ କଲା ।
୪-ସାଧାରଣ ନାଗରିକଙ୍କ ସ୍ଥାନାନ୍ତର ବେଳେ ମଧ୍ୟ ରୁଷିଆ ଆକ୍ରମଣ କରୁଛି ବୋଲି ୟୁକ୍ରେନ୍ର ଅଭିଯୋଗ।
୫-ୟୁକ୍ରେନ୍ରୁ ଫେରିଥିବା ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର। ସେମାନେ ଭାରତରେ ଏମ୍ବିବିଏସ୍ରେ ଇଣ୍ଟର୍ଣ୍ଣସିପ କରି ପାରିବେ ବୋଲି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ।
୬-ଖୁବ୍ ଶୀଘ୍ର ପ୍ରାୟ ୧୬ ହଜାର ବିଦେଶୀ ସୈନିକ ସହାୟତା ପାଇଁ ୟୁକ୍ରେନ୍ରେ ପହଞ୍ଚିବେ । ଏ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।
୭-ୟୁକ୍ରେନ୍ର ଯୁଦ୍ଧ କ୍ଷତିଗ୍ରସ୍ତ ଅଞ୍ଚଳରେ ସେବା କାର୍ଯ୍ୟ ପାଇଁ ବିଭିନ୍ନ ଦେଶ ସ୍ୱେଚ୍ଛାସେବୀଙ୍କୁ ପଠାଇଲେ । ବ୍ରିଟେନ୍, ଡେନମାର୍କ, ଲାଟିଭିଆ, ପୋଲାଣ୍ଡ, ଏବଂ କ୍ରେଏସିଆ ସ୍ୱତଃପ୍ରବୃତ୍ତ ଭାବେ ତାଙ୍କ ନାଗରିକମାନଙ୍କୁ ସହାୟତା ପାଇଁ ପଠାଇଛନ୍ତି ।
୮-ଏବେବି କିଛି ଭାରତୀୟ ୟୁକ୍ରେନ୍ରେ ଫସି ରହିଛନ୍ତି । ସେମାନଙ୍କୁ ଧୈର୍ଯ୍ୟ ଧରିବା ପାଇଁ କହିଲେ ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସ । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଦ୍ୟମ ହେଉଥିବା ଜଣାଇଲେ।
୯-ୟୁକ୍ରେନ୍ର ପ୍ରାୟ ୨୭ ହଜାର ଶରଣାର୍ଥୀ ଜର୍ମାନୀରେ ଆଶ୍ରୟ ନେଇଥିବା ସୂଚନା।
୧୦-ନାଟୋକୁ ଭର୍ତ୍ସନା କଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । କହିଲେ, ତୁମର ଦୁର୍ବଳତାର ଫାଇଦା ଉଠାଇ ରୁଷିଆ ଯୁଦ୍ଧ ଜାରି ରଖିଛି ।
୧୧-ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି, ପାଶ୍ଚାତ୍ୟ ଦେଶଗୁଡ଼ିକ ଆମ ଉପରେ ଯେଉଁ କଟକଣା ଲଗାଇଛନ୍ତି ତାହା ଯୁଦ୍ଧ ସହ ସମାନ । ତେଣୁ ରୁଷିଆକୁ ନିଜର ସୁରକ୍ଷା କଥା ଭାବିବାକୁ ପଡ଼ିବ ।