କିସ ବିଶ୍ୱବିଦ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଳିତ

କେନ୍ୟୁଜ୍(ବ୍ୟୁରୋ):କିସ ବିଶ୍ୱବିଦ୍ୟାଳୟ ପରିସରରେ ବିଜୁ ପଟ୍ଟନାୟକ ରିସର୍ଚ୍ଚ ଚେୟାର ତରଫରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପରେ ପରେ ବିଜୁ ପଟ୍ଟନାୟକ ସ୍ମୃତି ଉଦ୍ଦେଶ୍ୟରେ ସଙ୍ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ନାଲକୋର କର୍ପୋରେଟ କମୁନିକେସନର ଜେନେରାଲ ମ୍ୟାନେଜର ଆଶୁତୋଷ ରଥ, jsw ର corporate social responsibility and corporate relations ର ମୁଖ୍ୟ ପ୍ରଶାନ୍ତ ବିଶ୍ୱାଳ ଯୋଗ ଦେଇଥିଲେ।
ଆଜିର କାର୍ଯ୍ୟକ୍ରମର ଆଲୋଚନାର ବିଷୟବସ୍ତୁ ଥିଲା Entrepreneurship, Equity and development । ଉପସ୍ଥିତ ଅତିଥିମାନେ ନିଜର ଗୁରୁତ୍ୱପୂର୍ଣ୍ଣ ମତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ମଧ୍ୟ ବହୁ ଆଲୋଚନା ହୋଇଥିଲା। କିସ ବିଶ୍ୱବିଦ୍ୟାଳୟର ଭାଇସ ଚାନ୍ସଲର ପ୍ରଫେସର ଦୀପକ କୁମାର ବେହେରା, ବିଜୁ ପଟ୍ଟନାୟକ ରିସର୍ଚ୍ଚ ଚେୟାରର ଚେୟାର ପ୍ରଫେସର, ପ୍ରଫେସର ଯୁଗଳ କେ. ମିଶ୍ର, କିସର ରେଜିଷ୍ଟାର ଡକ୍ଟର ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।