ବସ୍‌ ଉପରେ ଛିଡା ହୋଇ ‘ଗଙ୍ଗୁବାଇ କାଠିୟାଓ୍ଵାଡି’ ଫିଲ୍ମର ପ୍ରମୋସନ୍‌ କରୁଥିଲେ ପ୍ରମୋସନ୍‌, ହଠାତ୍‌ ବାଲାନ୍ସ ବିଗିଡିଲା ଆଉ ତାପରେ କଣ ହେଲା ଦେଖନ୍ତୁ

ସଞ୍ଜୟ ଲୀଲା ଭଂସାଲୀ ନିର୍ଦ୍ଦେଶନାରେ ନିର୍ମିତ ମୋଷ୍ଟ ଏେଓ୍ଵଟେଡ୍‌ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ଵାଡି’ ୨୫ ଫେବୃୟାରୀରେ ସିନେମାଘରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦର୍ଶକଙ୍କ ଦ୍ୱାରା ବହୁତ ବଢ଼ିଆ ରେସପନ୍ସ ମିଳୁଛି। ଆଲିୟା ଭଟ୍ଟ ଷ୍ଟାରର ଫିଲ୍ମକୁ ଦର୍ଶକ ଏବଂ କ୍ରିଟିକ୍ସ ବହୁତ ପସନ୍ଦ କରିବା ସହିତ ଆଲିଆଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରାଯାଉଛି। ‘ଗଙ୍ଗୁବାଇ କାଠିଆଓ୍ଵାଡି’ ବକ୍ସ ଅଫିସରେ ମଧ୍ୟ ଧମାଲ ମଚାଉଛି। ଫିଲ୍ମର ପ୍ରମୋସନ୍‌ ପାଇଁ ଆଲିଆ ବି କୌଣସି ପ୍ରଚେଷ୍ଟା ବାକିି ରଖୁନାହାଁନ୍ତି। ନିକଟରେ ଆକ୍ଟ୍ରେସ୍‌ ଓପନ ଟୁର ବସରେ ନିଜର ଫିଲ୍ମର ପ୍ରମୋସନ୍‌ କରୁଥିବାର ଦେଖିବାକୁ ମିଳିଛି।

ଆଉ ଏହି ସମୟରେ ଆକ୍ଟ୍ରେସ୍‌ ହ୍ଵାଇଟ୍‌ ଫ୍ଲୋରାଲ ଶାଢ଼ିରେ ନଜର ଆସୁଛନ୍ତି। ଯାହାସହିତ ସେ ବ୍ଲାକ ସନଗ୍ଲାସେସ୍‌ ଲଗାଇଛନ୍ତି। ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ନିଜ ଟିମ୍‌ ସହିତ ଆଲିଆ ଓପନ ବସରେ ଛିଡା ହୋଇ ଗଙ୍ଗୁବାଇ କାଠିଆଓ୍ଵାଡିର ପ୍ରମୋସନ୍‌ କରୁଥିଲେ। ସେ ଛିଡା ହୋଇ ନିଜ ଫ୍ୟାନ୍ସଙ୍କୁ ଗ୍ରୀଟ୍‌ କରୁଥିବାର ଦେଖିବାକୁ ମିଳୁଥିଲା। କିନ୍ତୁ ହଠାତ୍‌ ବସ ବ୍ରେକ ମାରିଳା ଆଉ ଆଲିଆଙ୍କର ବିଗିଡିଗଲା ବାଲାନ୍ସ। କିନ୍ତୁ ସେ ନିଜକୁ ସମ୍ଭାଳି ଦୁୁର୍ଘଟଣାରୁ ରକ୍ଷା ପାଇଗଲେ।

ଏହାସହ ପଢ଼ନ୍ତୁ : ଗଙ୍ଗୁବାଇ କାଠିଆଓ୍ଵାଡି ଫିଲ୍ମକୁ ସୁପରହିଟ୍‌ କରିବା ପାଇଁ କଳାକାର ନେଇଛନ୍ତି କୋଟି କୋଟି ଫିସ୍‌, ଜାଣନ୍ତୁ କିଏ…

କେବଳ ଏତିକି ନୁହେଁ ଗଙ୍ଗୁବାଇ କାଠିଆଓ୍ଵାଡି କଟଆଉଟ୍‌ ସାମ୍ନାରେ ଆଲିଆ ଭଟ୍ଟ ଗଙ୍ଗୁବାଇର ସିଗନେଚର ଷ୍ଟେପରେ ନମସ୍ତେ କରୁଥିବାର ମଧ୍ୟ ଦେଖିବାକୁ ମିଳିଲା। ଆଲିଆ ଏବେ ଅଲଗା ଅଲଗା ତରିକାରେ ଫିଲ୍ମର ପ୍ରମୋସନ୍‌ କରୁଛନ୍ତି। ସୋସିଆଲ ମିଡିଆ ଠାରୁ ନେଇ ରୋଡରେ ଆଲିୟା ଗଙ୍ଗୁବାାଇ ହୋଇ ଫିଲ୍ମର ପ୍ରମୋସନ୍‌ କରୁଛନ୍ତି। ତାଙ୍କ ମୁହଁରେ ଦେଖାଯାଉଥିବା ହସ ଜଣାଇଦେଉଛି ଯେ ସେ ତାଙ୍କ ଫିଲ୍ମକୁ ନେଇ କେତେ ଉତ୍ସାହିତ ଏବଂ ଖୁସି ଅଛନ୍ତି।

ଫିଲ୍ମ ‘ରାଜି’ ପରେ ଏହା ଆଲିଆ ଭଟ୍ଟଙ୍କର ସବୁଠାରୁ ବଡ ଫିଲ୍ମ ବୋଲି ବିବେଚନା କରାଯାଉଛି। ଯେଉଁଥିପାଇଁ ସେ ବହୁତ ପରିଶ୍ରମ ମଧ୍ୟ କରିଛନ୍ତି । ତାଙ୍କ ବ୍ୟତୀତ ସୁପରଷ୍ଟାର ଅଜୟ ଦେବଗନ୍ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ତେବେ ସେ ଏକ କ୍ୟାମୋ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ ହୁମା କୁରେଶି, ଶାନ୍ତନୁ ମହେଶ୍ୱରୀ ଏବଂ ବିଜୟ ରାଜଙ୍କ ଭଳି କଳାକାରମାନେ ମଧ୍ୟ ଫିଲ୍ମରେ ଭିନ୍ନ ଅନ୍ଦାଜରେ ଅଭିନୟ କରିଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)