ଗଙ୍ଗୁବାଇ କାଠିଆଓ୍ଵାଡି ଫିଲ୍ମକୁ ସୁପରହିଟ୍ କରିବା ପାଇଁ କଳାକାର ନେଇଛନ୍ତି କୋଟି କୋଟି ଫିସ୍, ଜାଣନ୍ତୁ କିଏ ସବୁଠାରୁ ମହଙ୍ଗା ଆକ୍ଟର

‘ଦ ମାଫିଆ କ୍ୱିନ୍ ଅଫ୍ ମୁମ୍ବାଇ’ ଜୀବନ ଉପରେ ଆଧାରିତ ଫିଲ୍ମ ଗଙ୍ଗୁବାଇ ୨୫ ଫେବୃୟାରୀରେ ସିନେମାଘରେ ରିଲିଜ୍ ହୋଇଛି। ବହୁ ବାଦ-ବିବାଦର ଅନ୍ତ ଘଟିଲା। ଦୀର୍ଘ ଦିନର ଅପେକ୍ଷା ପରେ ରିଲିଜ୍ ହେଲା ଗଙ୍ଗୁବାଇ କାଠିଆୱାଡି । ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲର ଦର୍ଶକଙ୍କ ଉତ୍ସାହକୁ ବଢାଇ ଦେଇଥିଲା। ଯାହା ବର୍ତ୍ତମାନ ପ୍ରେକ୍ଷାଳୟରେ ଦେଖିବାକୁ ମିଳିଛି । ଟ୍ରେଲର ଦେଖିଲେ ଜଣା ପଡୁଛି ଫିଲ୍ମରେ କଳାକାରମାନେ ଦମ୍ଦାର ଅଭିନୟ କରିଛନ୍ତି । ଟ୍ରେଲର ଦେଖିବା ପରେ ଫ୍ୟାନ୍ସ ଆଉ ନିଜକୁ ଅଟକାଇପାରୁନାହାଁନ୍ତି ଫିଲ୍ମ ଦେଖିବାକୁ। ଫିଲ୍ମରେ ଆଲିୟାଙ୍କ ଜବରଦସ୍ତ ଆକ୍ଟିଙ୍ଗକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗିଛି। ଆଉ ଏବେ ଷ୍ଟାର କାଷ୍ଟଙ୍କ ଫି’କୁ ନେଇ ଚର୍ଚ୍ଚା । ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଉଛି କି ସମସ୍ତ କଳାକାରମାନେ ମଧ୍ୟ ଏଥିପାଇଁ ମୋଟା ଅଙ୍କର ଟଙ୍କା ଆଦାୟ କରିଛନ୍ତି । ଆସନ୍ତୁ ଆଜି ଜାଣିବା ଏହି ଫିଲ୍ମକୁ ସୁପରହିଟ୍ ବନାଇବା ପାଇଁ ଫିଲ୍ମ ମେକର୍ସ ଏହାର ଷ୍ଟାର କାଷ୍ଟଙ୍କୁ କେତେ ଟଙ୍କା ଫିସ୍ ଦିଆଯାଇଛି।
ଆଲିଆ ଭଟ୍ଟ
ଏହି ଫିଲ୍ମରେ କାମାଥୀପୁରର ଗଙ୍ଗୁବାଇ ଭୂମିକାରେ ଅଭିନୟ କରୁଥିବା ଆଲିଆ ଭଟ୍ଟ ତାଙ୍କ ଭୂମିକା ପାଇଁ ବହୁ କଠିନ ପରିଶ୍ରମ କରିଛନ୍ତି। ଏହି ଚରିତ୍ରରେ ଦେଖାଇବା ପାଇଁ ନିଜକୁ ଅନେକ ପରିବର୍ତ୍ତନ କରାଇଛନ୍ତି । ଏଭଳି ସେ ଫିଲ୍ମ ପାଇଁ ୨୦ କୋଟି ଫି ନେଇଥିବା କୁହାଯାଉଛି।
ଅଜୟ ଦେବଗନ
ଅଜୟ ଦେବଗନ ‘ଗଙ୍ଗୁବାଇ କାଠିଆୱାଡି’ରେ ରହୀମ ଲାଲା ଭୂମିକାରେ ନଜର ଆସିବେ। ଏହି ଛୋଟ ଭୂମିକାରେ ମଧ୍ୟ ସେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଏହି ଭୂମିକା ପାଇଁ ଅଜୟ ପ୍ରାୟ ୧୧ କୋଟି ଟଙ୍କା ନେଇଛନ୍ତି।
ଶାନ୍ତନୁ
ଛୋଟ ପରଦାରେ ନିଜ କ୍ୟାରିଅର୍ ଆରମ୍ଭ କରିଥିବା ଚକୋଲେଟ୍ ବୟ ଶାନ୍ତନୁ ଏହି ବଲିଉଡରେ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମରେ ସେ ଆଲିଆଙ୍କ ସହ ରୋମାନ୍ସ କରୁଥିବା ନଜର ଆସିଛନ୍ତି। ଏଥିପାଇଁ ପାଇଁ ସେ ୫୦ ଲକ୍ଷ ଟଙ୍କା ଆଦାୟ କରିଛନ୍ତି।
ଇମରାନ୍ ହାସମୀ
ଏହି ଫିଲ୍ମରେ ଇମରାନ୍ ହାସମୀ କ୍ୟାମୋ କରିବା ପାଇଁ ୩ କୋଟି ଟଙ୍କା ମୋଟା ଅଙ୍କର ରାଶି ନେଇଛନ୍ତି।
ହୁମା କୁରୈସୀ
ଆଲିଆ ଭଟ୍ଟ ଅଭିନୀତ ଏହି ଫିଲ୍ମରେ ଗଙ୍ଗୁବାଇ କାଠିଆଓ୍ଵାଡିରେ ଅଭିନେତ୍ରୀ ହୁମା କୁରୈସୀ ଦିଲରୁବା ଚରିତ୍ରରେ ଅଭିନୟ କରିବା ପାଇଁ ୨ କୋଟି ଟଙ୍କା ଫିସ୍ ନେଇଛନ୍ତି।
ସୀମା ପାହଓ୍ଵା
ଦିଗ୍ଗଜ ଅଭିନେତ୍ରୀ ସୀମା ପାହଓ୍ଵା ଏହି ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି। ଏଥିପାଇଁ ଅଭିନେତ୍ରୀ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫିସ ନେଇଛନ୍ତି।
ବିଜୟ ରାଜ
ଏହି ଚଳଚ୍ଚିତ୍ରରେ ବିଜୟ ରାଜ ଟ୍ରାନ୍ସଜେଣ୍ଡର ରଜିଆବାଇ ଭୂମିକାରେ ନଜର ଆସିଛନ୍ତି। ଏହି ଭୂମିକା ତାଙ୍କ ପାଇଁ ବହୁତ ଚ୍ୟାଲେଞ୍ଜିଙ୍ଗ ଥିଲା । ଯେଉଁଥି ପାଇଁ ସେ ୧.୫୦ ଟଙ୍କା ନେଇଛନ୍ତି।