ଭ୍ୟାନ୍ରେ ନେବା ସମୟରେ ଗାଡିର କାଚ ଭାଙ୍ଗି କୁମ୍ଭୀରଟି ଡେଇଁ ପଡିଲା ରାସ୍ତା ମଝିରେ; ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ସୋସିଆଲ ମିଡିଆରେ ଏକ ଭାଇରାଲ ଫଟୋ ଓ ଭିଡିଓ ଦେଖିବାକୁ ମିଳିଛିି। ଭ୍ୟାନରେ ଏକ ଭୟଙ୍କର କୁମ୍ଭୀରକୁ ନିଆ ଯାଉଛି। ଏହି ସମୟରେ କୁମ୍ଭୀରଟି ଭ୍ୟାନର କାଚ ଭାଙ୍ଗି ଲୋକମାନଙ୍କ ମଝିରେ ପହଁଞ୍ଚି ଯାଇଛି । ଏହି କୁମ୍ଭୀରକୁ ଦେଖି ଲୋକମାନେ ଭୟଭୀତ ହୋଇଯାଇଛନ୍ତି।
ଏହି ଘଟଣାଟି ଆମେରିକା ଫ୍ଲୋରିଡାରେ ଘଟିଥିଲା। କୁମ୍ଭୀରକୁ ଭ୍ୟାନ ଦ୍ୱାରା ଗୋଟେ ଚିଡିଆଖାନାରୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଥିଲା। ଏହି ସମୟରେ କୁମ୍ଭୀରଟି ଗାଡିର କାଚ ଭାଙ୍ଗି ରାସ୍ତାକୁ ଡେଇଁ ପଡି ଦୌଡିବାକୁ ଲାଗିଥିଲା। କୁମ୍ଭୀରକୁ ଧରିବାକୁ ଯାଇ କର୍ମଚାରୀଙ୍କର ହାତ ଓ ପାଦ ଫୁଲି ଯାଇଥିଲା।
ଏହି ଫଟୋ ସେଣ୍ଟ ଆଙ୍ଗଷ୍ଟିନ ଏଲିଗେଟର ପ୍ରାଣୀ ଉଦ୍ୟାନ ଫାର୍ମ ସେୟାର କରିଛନ୍ତି। କୁମ୍ଭୀର ଧରୁଥିବା କର୍ମଚାରିଙ୍କ ନାମ କାରସିନ୍ ମୈକକ୍ରୀଡୀ ଓ ଜନରଲ ଏଣ୍ଡରସନ। ଏହି ଭୟଙ୍କର କୁମ୍ଭୀରକୁ ଧରିବା ପାଇଁ କର୍ମଚାରୀ ନିଜର ସମ୍ପୁର୍ଣ୍ଣ ବଳ ପ୍ରୟୋଗ କରିଥିଲେ। ଫଟୋରେ କର୍ମଚାରୀ ମାନେ କୁମ୍ଭୀରକୁ ଧରିବା ପାଇଁ ହାତ- ପାଦ ଲଗେଇ ଦେଇଥିବାର ଦେଖିବାକୁ ମିଳିଛି। ଏହାପରେ ଏକ ମୋଟା ରସିରେ କୁମ୍ଭୀରକୁ ବାନ୍ଧିକି ନିଆଯାଇଥିଲା।
ବର୍ତ୍ତମାନ ଏହି ଭୟଙ୍କର କୁମ୍ଭୀରକୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ଏହାକୁ ଫେସବୁକରେ ସେୟାର କରାଯିବା ସହ କ୍ୟାପସନରେ ଲେଖାଯାଇଛି, ‘ ଏହି ଭଳି ଘଟଣା ପାଇଁ ଆମର ବ୍ୟାପକ ପ୍ରଶିକ୍ଷଣ ରହିଛି। ଆମେ ଏହାର ଅଭ୍ୟାସ କରିଥାଉ। ଆମେ କୁମ୍ଭୀରକୁ ଗୋଟେ ଚିଡ଼ିଆଖାନାରୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରଣ କରୁଥିଲୁ। ସେଥିପାଇଁ କୁମ୍ଭୀରକୁ ଚିଡ଼ିଆଖାନା ଭ୍ୟାନରେ ରଖାଯାଇଥିଲା। ସେ ଭ୍ୟାନର ପଛ ଝରକାକୁ ଭାଙ୍ଗି ଦେଇ ରାସ୍ତାରେ ଦୌଡିବାକୁ ଳାଗିଥିଲା। ଆମ ଟିମ୍ କୁମ୍ଭୀରକୁ ଧରିଥିଲେ ଓ ସୁରକ୍ଷିତ ଭାବରେ ନେଇ ଚିଡ଼ିଆଖାନାରେ ପହଁଞ୍ଚାଇବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିଥିଲେ’।