ମସ୍ତିଷ୍କକୁ ସକାରାତ୍ମକ ଉର୍ଜା ପହଞ୍ଚାଏ ଏହି ଚେରମୂଳି, ନିଶ୍ଚିତ ଭାବେ ସେବନ କରନ୍ତୁ

ଅଶ୍ୱଗନ୍ଧାରେ ଅନେକ ଆଣ୍ଟି ଇମ୍ଫେକସନ୍ ଏବଂ ଗୁଣ ଭରି ରହିଥାଏ, ଯାହା ହାର୍ଟ ଏବଂ ପାଚନଶକ୍ତିରେ ସୁଧାର ଆଣିଥାଏ । ଏହି ଚେଳମୂଳିରେ ଭରପୁର ଔଷଧୀୟ ଗୁଣ ଶରୀରରେ ସର୍କରା ମାତ୍ରା କମ୍ କରିବା ସହ ଖରାପ କୋଲେଷ୍ଟୋଲ୍ କମ୍ କରିବାକୁ ସାହାଯ୍ୟ କରେ । ଅଶ୍ୱଗନ୍ଧା ଆଣ୍ଟି କାନ୍ସିନୋଜେନିକ୍ ହୋଇପାରେ ବୋଲି ପରୀକ୍ଷକ ଦାବି କରିଛନ୍ତି । ଯାହାର ଅର୍ଥ ହେଉଛି ଶରୀରରେ କୋଶକୁ ବିକାଶକୁ କମ୍ କରିବାରେ ଯାହାଯ୍ୟ କରେ । ଆଗରୁ ଶରୀରରେ ଥିବା କ୍ୟାନ୍ସର ଭଳି ମାରାତ୍ମକ ସେଲ ବିରୋଧରେ ଲଢ଼ିଥାଏ । ଏହା ସହିବା ଶକ୍ତି ବଢ଼ାଇବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ।

– ଅଶ୍ୱଗନ୍ଧା ବ୍ୟବହାର କରିବା ଦ୍ୱାର ଆଖିର ଦୃଷ୍ଟି ଶକ୍ତି ବଢିଥାଏ। ପ୍ରତିଦିନ ଖୀରରେ ଏହାକୁ ପିଇବା ଦ୍ୱାରା ଆଖି ସହ ସ୍ଟ୍ରେସ୍‌ ବି ଦ୍ୱର ହୋଇଥାଏ।

– ଅଶ୍ୱଗନ୍ଧା ଖୁବ୍‌ ପ୍ରଭାବଶାଳୀ । ଏହା ଗ୍ୟାଷ୍ଟ୍ରିକ୍ ଓ ଅଲସରକୁ ରୋକିବାରେ ବି ସାହାଯ୍ୟ କରେ ।

-ଅଶ୍ୱଗନ୍ଧା ସତେଜ, ଚିନ୍ତା, ଅବସାଦ ଓ ଡିପ୍ରେସନ ସହ ଜଡ଼ିତ ଲକ୍ଷଣକୁ ଦୂର କରିଥାଏ । ଆୟୁର୍ବେଦ ଅନୁସାରେ ଅଶ୍ୱଗନ୍ଧା ଚେରମୂଳି ଅବସାଦ ଓ ଚିନ୍ତା ମୁକ୍ତ ପାଇଁ ଲଢ଼ିବା ସହ ଅବସାଦ ବଢ଼ାଉଥିବା ହର୍ମୋନ ସ୍ତର କୁ କମ୍ କରିଥାଏ ଏବଂ ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆଣିଥାଏ ।

-ଅଶ୍ୱଗନ୍ଧା ନିୟମିତ ସେବନ ଦ୍ୱାରା ମନରେ ସକରାତ୍ମକ ଚିନ୍ତାଧାରା ଉତ୍ପନ୍ନ ହୋଇଥାଏ ଏବଂ ଶରୀର ସୁସ୍ଥ ରହିଥାଏ । ଏହାକୁ ସେବନ ଦ୍ୱାରା ଭଲ ନିଦ ମଧ୍ୟ ହୋଇଥାଏ ।

-ଅଶ୍ୱଗନ୍ଧାରେ ବିଶେଷ ଅର୍କ ରହିଥାଏ, ଯାହା ମସ୍ତିଷ୍କ କାର୍ଯ୍ୟକ୍ଷମରେ ସୁଧାର ଆଣିଥାଏ । ଦୁର୍ବଳ ସ୍ମୃତିଶକ୍ତିକୁ ଦୂର କରି ସ୍ମୃତି ଶକ୍ତି ବଢ଼ାଇଥାଏ । ଏହା ପିଲା ଏବଂ ୪୦ ବର୍ଷରୁ ଅଧିକ ଆୟୁର ବୟସ୍କଙ୍କ ପାଇଁ ଏକ ଭଲ ଔଷଧ । ମସ୍ତିସ୍କରେ ନାଇଟ୍ରିକ୍ ଏସିଡର ଉତ୍ପାଦନ ବଢ଼ାଇବା କାମ କରିଥାଏ । ଯାହା ଶରୀରରେ ଅମ୍ଳଜାନ ସ୍ତର ବଢ଼ାଇଥାଏ ।

-ଏହା ହର୍ମୋନ ସମସ୍ୟା ଏବଂ ଅସନ୍ତୁଳନ ଠିକ୍ କରିବାରେ ସାହାଯ୍ୟ କରିଥାଏ । ଏହା ଥାଇରଏଡ୍, ପୁରୁଷଙ୍କ ପ୍ରଜନନ କ୍ଷମତା ଏବଂ ଯୌନ ସ୍ୱାସ୍ଥ୍ୟକୁ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.