ୟୁକ୍ରେନ୍‌ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ରର ନିଷ୍ପତ୍ତି, ଭାରତରେ ସମ୍ପୂର୍ଣ୍ଣ କରିବେ ଇଣ୍ଟର୍ଣ୍ଣସିପ୍‌

ନୂଆଦିଲ୍ଲୀ: ୟୁକ୍ରେନରୁ ଫେରୁଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢା ଶେଷ ନେଇ ଅନିଶ୍ଚିତତା ଦେଖା ଦେଇଥିବାବେଳେ କେନ୍ଦ୍ର ସରକାର ଏନେଇ ଏକ ବଡ ନିଷ୍ପତି ନେଇଛନ୍ତି। ଫରେନ ମେଡିକାଲ ଗ୍ରାଜୁଏଟ ଲାଇସେନ୍ସିଂ ଆକ୍ଟରେ ପରିବର୍ତ୍ତନ କରିବାକୁ କେନ୍ଦ୍ର ନିଷ୍ପତି ନେଇଛି । ବର୍ତ୍ତମାନ ଆଇନ ଅନୁସାରେ ବିଦେଶରେ ମେଡିକାଲ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ଓ ଇଣ୍ଟର୍ଣ୍ଣସିପ ଭଳି ପ୍ରକ୍ରିୟା ବିଦେଶରେ ହିଁ ହୋଇଆସୁଛି । ଏପରି ସ୍ଥଳେ ବର୍ତ୍ତମାନ ୟୁକ୍ରେନରୁ ଫେରୁଥିବା ଏବଂ ପୂର୍ବରୁ ଚୀନରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମରେ କୋହଳ କରାଯାଇଛି । ତେଣୁ ପରିବର୍ତ୍ତିତ ନିୟମ ଅନୁସାରେ ଏଣିକି ବିଦେଶରେ ରହି ପଢୁଥିବା ଛାତ୍ରଛାତ୍ରୀ ଭାରତରେ ମଧ୍ୟ ସେମାନଙ୍କ ଇଣ୍ଟର୍ଣ୍ଣସିପ କରିପାରିବେ ।

ଏନେଇ ନ୍ୟାସନାଲ ମେଡିକାଲ କମିଶନ ମଧ୍ୟ ଏକ ନିର୍ଦ୍ଦେଶନାମା ଜାରି କରିଛି । ଏଥିରେ କୁହାଯାଇଛି ଯେ, କୋଭିଡ ସ୍ଥିତି କିମ୍ବା ଯୁଦ୍ଧ ଯୋଗୁଁ ଇଣ୍ଟର୍ଣ୍ଣସିପ ପୂରଣ କରିପାରିନଥିବା ଛାତ୍ରଛାତ୍ରୀ ଭାରତରେ ସେମାନଙ୍କ ଇଣ୍ଟର୍ଣ୍ଣସିପ ସଂପୂର୍ଣ୍ଣ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.