ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକମାନେ ସିଗାରେଟ, ଗୁଟୁଖା ଆଦି ସେବନ କରୁଛନ୍ତି । କିନ୍ତୁ ଏହା ସେବନ କରିବା ଦ୍ୱାରା ଶରୀର ଉପରେ କେତେ ଯେ ଖରାପ ପ୍ରଭାବ ପଡ଼ିଥାଏ ତାହା ଆପଣମାନେ କଳ୍ପନା ବି କରିପାରିବେନାହିଁ । ତେବେ ଆପଣ ମାନେ ଜାଣିଛନ୍ତି ଆପଣ ଖାଇଥିବା ଏହି ଗୁଟୁଖା ବାସ୍ତବରେ ବିଷ । ବାରମ୍ବାର ନକଲି ଗୁଟୁଖା କାରଖାନା ଠାବ କରାଯାଉଛି ଏବଂ ଏନେଇ ସଚେତନ ବି କରାଯାଉଛି । ଅନେକ ସମୟରେ ଗୁଟୁଖା ତିଆରି ମେସିନ, କେମିକାଲ, ଚୁନ, ନକଲି ଗୁଟୁଖା ପ୍ୟାକେଟ ଜବତ କରୁଛି ପୋଲିସ୍ । ଯାହାର ପୁଣି ଏକ ମାମଲା ସାମ୍ନାକୁ ଆସିଛି ।

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ବିଷ । କିଛି ନକଲି ଓ କିଛି ଅସଲି । ଯାହାକୁ ଜାଣତ ବା ଅଜାଣତରେ ଖାଉଥିଲେ ଲୋକେ । ଜୟପୁର ପୌରପରିଷଦ ପକ୍ଷରୁ ନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ସହରର ବେଲ ରୋଡ, ମିଲ ସାହି, ଦୈନିକ ବଜାର ସମେତ ବିଭିନ୍ନ ଅଂଚଳରୁ ଏକ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ବିଭିନ୍ନ କମ୍ପାନୀର ଗୁଟୁଖା, ଭାଙ୍ଗ, ବିଡି ଓ ତବାଖୁ ଜାତୀୟ ପ୍ୟାକେଟ ବସ୍ତା ଗୁଡିକୁ ଜବତ କରିଛି ଟିମ୍ ।

ଘଟଣାରେ ତିନି ପ୍ରମୁଖ ବ୍ୟବସାୟଙ୍କ ଠାରୁ ୭୦ ହଜାର ଟଙ୍କା ଫାଇନ୍ ବାବଦରେ ଆଦାୟ କରାଯାଇଥିବା ବେଳେ ଜବତ ଗୁଟୁଖା ଦ୍ରବ୍ୟ ସବୁ କଳାହାଣ୍ଡି ଓ ନବରଙ୍ଗପୁର ଅଞ୍ଚଳରୁ ଆସୁଥିବା ଜଣାପଡିଛି । ସବୁଠାରୁ ବଡ କଥା ହେଲା କି, ଏଥିରୁ କିଛି ମାଲ ନକଲି ଥିବା ବି ଜଣାପଡିଛି । ଏହାସହ ୮୫ ପ୍ରତିଶତ ପ୍ୟାକେଟଗୁଡିକରେ ଓ୍ବାରନିଂ ଲେବଲ ନ ଥିବା ଜଣାପଡିଛି । ଯାହାଫଳରେ ଉକ୍ତ ଦୋକାନକୁ ସିଲ୍‌ କରାଯାଇଛି ।

ଜବତ ନକଲି ଗୁଟୁଖା ମଧ୍ୟରେ ନକଲି ଦ୍ରବ୍ୟ ମିଶିଥିବା ସନ୍ଦେହରେ ସେ ସବୁକୁ ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ମାନ ନିର୍ଦ୍ଧାରଣ ପାଇଁ ତଥା ପରୀକ୍ଷା ପାଇଁ ଭୁବେନେଶ୍ୱର ଲାବ୍ରୋଟରୀ କୁ ପଠାଯିବ ବୋଲି କହିଛନ୍ତି ଜୟପୁର ପୋୖରା ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟନାୟକ । ସେପଟେ ଷ୍ଟକ ରଖିଥିବା ବ୍ୟବସାୟୀ କହିଛନ୍ତି ଯେ କଳାହାଣ୍ଡି ଓ ବାହାର ଜିଲ୍ଲାରୁ ସବୁ ଗୁଟୁଖା ଆସୁଥିବା ବେଳେ ପୋଲିସ୍ ସବୁ ମାଲ୍ ଜବତ କରିଛି କିନ୍ତୁ ନକଲି ଗୁଟୁଖା ନେଇ ଜାଣିନଥିବା ବ୍ୟବସାୟୀ କହିଛନ୍ତି ।

କଟକଣାକୁ ମାନୁନାହାନ୍ତି ଅମାନିଆ । ଦୋକାନୀ ବିକ୍ରୀ କରିବାରେ ହେଳା କରୁନାହାନ୍ତି କି ଗ୍ରାହକମାନେ ସୁଧୁରୁନାହାନ୍ତି। ନକଲି ଗୁଟୁଖା ଖାଇ ନିଜ ମୂଲ୍ୟବାନ ଜୀବନକୁ ବାଜି ଲଗାଉଛନ୍ତି । ତେବେ ବେଆଇନ ଭାବେ ଚାଲିଥିବା ଗୁଟୁଖା କାରବାର ଉପରେ ରୋକୋ ଲଗାଇବାକୁ ବିଭିନ୍ନ ସମୟରେ ଦୋକାନ ମାନଙ୍କ ଉପରେ ଚଢାଉ କରାଯାଉଥିବାବେଳେ,ବ୍ୟାପକ ପରିମାଣର ଗୁଟଖା ଜବତ କରାଯାଉଛି । ତଥାପି ସୁଧୁରିକାର ନା ନେଉନାହାନ୍ତି ବ୍ୟବସାୟୀ ।

 

Leave A Reply

Your email address will not be published.