ମନୋରଂଜନ

ବଲିଉଡର ଏହି ୫ ଜଣ ବଡ଼ କଳାକାର, ଯିଏ ବିନା ତଲାକରେ କରିଥିଲେ ଦ୍ୱିତୀୟ ବିବାହ

ନୂଆଦିଲ୍ଲୀ : ବଲିଉଡର ଅଭିନେତାମାନଙ୍କ ଜୀବନ କାହାଣୀ ଏପରି ଯେ ସେମାନେ କିଛି ନା କିଛି କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ସେମାନଙ୍କର ଫିଲ୍ମ ପାଇଁ ହେଉ ବା ତାଙ୍କର ପର୍ସନାଲ ଲାଇଫ ପାଇଁ । ଆଜି ଆମେ ଆପଣଙ୍କୁ ଏମିତି କିଛି ଷ୍ଟାରମାନଙ୍କ ବିଷୟରେ କହିବୁ ଯିଏ କି ବିନା ତଲାକରେ କରିଥିଲେ ଦ୍ୱିତୀୟ ବିବାହ ।

ବିବାହିତ ସଂଜୟ ଖାନ୍‌ ଯାହାଙ୍କର ଜିନ୍‌ତ ଅମାନଙ୍କ ସହ ଥିଲା ଅଫେୟାର୍‌ :

ଏହି ତାଲିକାରେ ପ୍ରଥମ ନାମ ଆସେ ଅଭିନେତା ସଂଜୟ ଖାନଙ୍କର । ତାଙ୍କର ଜିନ୍‌ତ ଅମାନଙ୍କ ସହ ଥିଲା ଅଫେୟାର । ଜିନତ ଜାଣିଥିଲେ ଯେ ସଂଜୟ ବିବାହିତ ତଥାପି ତାଙ୍କ ସହ ସମ୍ପର୍କରେ ଥିଲେ । ସଂଜୟଙ୍କ ପତ୍ନୀ ଥିଲେ ଜରିନ ଖାନ୍‌ । ତଥାପି ସଂଜୟ ଜିନତ ଙ୍କ ସହ ଅଫେୟାରରେ ଥିଲେ । ଶୁଣାଯାଏ ସଂଜୟ ପ୍ରଥମ ପତ୍ନୀଙ୍କୁ ତଲାକ ନଦେଇ ମଧ୍ୟ ଜିନତଙ୍କ ସହ ସମ୍ପର୍କ ଗଢ଼ିଥିଲେ ।

image credit: patrika.com

ଧର୍ମେନ୍ଦ୍ର ମଧ୍ୟ ପ୍ରଥମ ପତ୍ନୀଙ୍କୁ ତଲାକ ନଦେଇ ହେମାଙ୍କୁ କରିଥିଲେ ବିବାହ :

ଅଭିନେତା ଧର୍ମେନ୍ଦ୍ର- ହେମା ମାଳିନୀଙ୍କ ଯୋଡ଼ି ବଲିଉଡରେ ଚର୍ଚ୍ଚିତ । ହେଲେ ଧର୍ମେନ୍ଦ୍ରଙ୍କୁ ହେମାଙ୍କ ସହ ପ୍ରେମ ହେବା ବେଳେ ଧର୍ମେନ୍ଦ୍ର ଥିଲେ ବିବାହିତ । ହେମାଙ୍କୁ ସେ ଏତେ ଭଲ ପାଉଥିଲେ ଯେ ତାଙ୍କୁ ବିବାହ କରିବା ପାଇଁ ସେ ମୁସଲିମ ଧର୍ମ ମଧ୍ୟ ଗ୍ରହଣ କରିଥିଲେ । ହେମାଙ୍କୁ ବିବାହ କରିବା ପରେ ମଧ୍ୟ ଧର୍ମେନ୍ଦ୍ର ତାଙ୍କର ଦୁଇ ପତ୍ନୀଙ୍କୁ ସମ୍ଭାଳିଥିଲେ ।

image credit: patrika.com

ବଲିଉଡ୍‌ର ଖ୍ୟାତନାମା ଲେଖକ ସଲିମ ଖାନ୍‌ :

ସଲିମ୍‌ ଖାନ୍‌ ପ୍ରଥମ ପତ୍ନୀ ସଲମାଙ୍କୁ ତଲାକ ନଦେଇ ଅଭିନେତ୍ରୀ ହେଲେନ୍‌ଙ୍କୁ ବିବାହ କରିଥିଲେ । ଶୁଣାଯାଏ ସଲିମଙ୍କୁ ପ୍ରଥମେ ଉଭୟ ପତ୍ନୀଙ୍କୁ ସମ୍ଭାଳିବା ବହୁତ କଷ୍ଟ ଉଠାଇବାକୁ ପଡ଼ିଥିଲା ।

ରାଜ ବବ୍ଦର ପ୍ରଥମ ପତ୍ନୀ ନାଦିରାଙ୍କୁ ତଲାକ ନଦେଇ ସ୍ମିତା ପାଟିଲଙ୍କୁ କରିଥିଲେ ବିବାହ :

ଅଭିନେତା ରାଜ ବବ୍ଦର ଓ ସ୍ମିତା ପାଟିଲ ୧୯୮୦ ଦଶକରେ ସୁପର ହିଟ ଯୋଡି ଥିଲେ । ଦେଖୁ ଦେଖୁ ଦୁହେଁ ରିୟଲ ଲାଇଫରେ ଯୋଡି ହୋଇଗଲେ । ରାଜ ପ୍ରଥମେ ନାଦିରା ଜହିରଙ୍କୁ ବିବାହ କରିଥିଲେ । ହେଲେ ସ୍ମିତାଙ୍କୁ ବିବାହ କରିବା ବେଳେ ମଧ୍ୟ ପତ୍ନୀଙ୍କୁ ତଲାକ ଦେଇନଥିଲେ । ସ୍ମିତା ଏକ ସନ୍ତାନ ଜନ୍ମ ବେଳେ ସ୍ମିତାଙ୍କ ମୃତ୍ୟୁ ହୋଇଯିବା ପରେ ରାଜ ପୁଣି ପତ୍ନୀ ନାଦିରାଙ୍କ ପାଖକୁ ଫେରି ଆସିଥିଲେ ।

image credit: patrika.com

ଉଦିତ ନାରାୟଣ  ଓ ମହେଶ ଭଟ୍ଟ :

ଉଦିତ ନାରାୟଣ ପ୍ରଥମ ପତ୍ନୀ ରଞ୍ଜନାଙ୍କୁ ତଲାକ ନଦେଇ ଗିତା ଗହତରାଜଙ୍କୁ ବିବାହ କରିଥିଲେ । ଅବଶ୍ୟ ପରେ ପ୍ରଥମ ପତ୍ନୀଙ୍କ ପାଖକୁ ଫେରି ଆସିଥିଲେ । ସେହିପରି ମହେଶ ଭଟ୍ଟ ପ୍ରଥମ ପତ୍ନୀ ଲୋରେନ ବ୍ରାଇଟଙ୍କୁ ତଲାକ ନଦେଇ ସୋନି ରାଜଦାନଙ୍କୁ ବିବାହ କରିଥିଲେ ।

Niharanjan

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

13 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

22 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

56 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago