ରାଜ୍ୟ

ବେଆଇନ ଗୋରୁ ଚୋରା ଚାଲାଣ କଣ୍ଟେନର ରାସ୍ତାରେ ହୋଇଗଲା ଖରାପ, ଜଙ୍ଗଲରେ ଗୋରୁଙ୍କ ବାନ୍ଧି ମାଫିଆ ଫେରାର

ବାଂଶପାଳ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଉପର କାଇପୁର ଗ୍ରାମରେ ଆଜି ବେଆଇନ ଭାବେ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଗୋରୁଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ସମାଜସେବୀ।୪୯ ନଂ ଜାତୀୟ ରାଜ ପଥ ରେ ପ୍ରତେକ ଦିନ ବହୁ ଗାଡି ରେ ହଜାର ହଜାର ସଂଖ୍ୟାରେ ରାଜ୍ୟ ବାହାରକୁ ଗୋରୁ ଚାଲାଣ କରାଯାଉଛି। ଆଜି ଭୋରରୁ  WB11D 3724  ନମ୍ବରର ଏକ କଣ୍ଟେନରରେ ଶତାଧିକ ଗୋରୁଙ୍କୁ ନେଇ ଯାଉଥିବା ବେଳେ ତେନ୍ତୁଳି ପାର୍କିଂ ନିକଟ ଉପର କାଇପୁର ଗ୍ରାମରେ ଗାଡିଟିର  ଇଞ୍ଜିନ ସିଜ଼ ହୋଇ ଯାଇଥିଲା । ଫଳରେ ମାଫିଆ ମାନେ ରାସ୍ତା ତଳକୁ ସବୁ ଗୋରୁକୁ ଓଲ୍ହାଇ ଜଙ୍ଗଲରେ ବାନ୍ଧି ଦେଇ ପଳାଇ ଯାଇଥିଲେ।

ଶହେରୁ ଉର୍ଦ୍ଧ୍ବ ଗୋରୁ ମଧ୍ୟରୁ ୬ ଟି ଗାଈ ଅସୁସ୍ଥ ଥିବା ଜଣାପଡିଛି। ଗ୍ରାମବାସୀଙ୍କ ଠାରୁ ଖବର ପାଇ ବିଜେପି ନେତା ବିନୋଦ ପରିଡା,ପ୍ରଦୀପ ଗିରି ପ୍ରମୁଖ  ପହଞ୍ଚି ଗୋରୁଙ୍କୁ ବେକରୁ ଦଉଡି ଖୋଲି ଚରିବା ପାଇଁ ଛାଡି ଦେଇଥିଲେ।

ଅସୁସ୍ଥ ଥିବା ଗୋରୁ ଗୁଡିକୁ ଖାଦ୍ୟ ,ପାଣି ଦେଇଛନ୍ତି।ଗୋରୁ ଗୁଡିକୁ ଜଙ୍ଗଲକୁ ଚରିବା ପାଇଁ ଛାଡି ଦେବା ସହ ଖାଦ୍ୟ ବ୍ୟବସ୍ଥା କରାଯାଇଥିବାରୁ ବିଜେପି ନେତା ଙ୍କ ଏପରି ମହାନ କାର୍ଯ୍ୟ ପାଇଁ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।ତେବେ ଏପରି ନିୟମିତ ଗୋରୁ ଚୋରା ଚାଲାଣ ହେଉଥିବାରୁ ଏହାକୁ  ରୋକିବା ଓ ଗୋ ମାତା ଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ବିଜେପି ନେତା ବିନୋଦ ପରିଡା

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

6 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

16 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

50 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

58 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago