ମନୋରଂଜନ

ଲଭ୍‌ ମ୍ୟାରେଜ୍‌ ପରେ ବି ତିଷ୍ଠିପାରିଲାନି ଏହି ଟିଭି ଯୋଡ଼ିଙ୍କ ସମ୍ପର୍କ, ଜାଣନ୍ତୁ କେଉଁ କାରଣରୁ ଭାଙ୍ଗିଗଲା ବିବାହ

ବିବାହର ପବିତ୍ର ବନ୍ଧନ ପ୍ରେମ, ଭରସା ଓ ବୁଝାମଣା ଉପରେ ନିର୍ଭର କରେ । ଯଦି ଏଥିରୁ କୌଣସି ଗୋଟିଏ ବି କମ୍‌ ହୋଇଯାଏ ତବେ ବର୍ଷ ବର୍ଷର ସମ୍ପର୍କ ଭାଙ୍ଗିଯାଏ । ଏମିତି କିଛି ହୋଇଛି ଟିଭିରେ ସାଜିଥିବା ଏହି ଦମ୍ପତିଙ୍କ ସହ । କହିବାକୁ ଗଲେ ଏହି ଦମ୍ପତିମାନେ ଲଭ୍‌ ମ୍ୟାରେଜ୍‌ ତ କରିଛନ୍ତି । ହେଲେ ସେମାନଙ୍କ ବିବାହକୁ ଏମିତି କିଛି କାରଣରୁ ବାନ୍ଧି ରଖିପାରି ନାହାଁନ୍ତି । ଫଳରେ ଲଭ୍‌ ମ୍ୟାରେଜ୍‌ ସତ୍ତ୍ୱେ ସେମାନେ ସବୁ ଦିନ ପାଇଁ ଅଲଗା ହୋଇଯାଇଛନ୍ତି ।

ରିଦ୍ଧି ଡୋଗରା-ରାକେଶ ବାପଟ

ରିଦ୍ଧି ଓ ରାକେଶଙ୍କ ମଧ୍ୟରେ ଥିବା ବଣ୍ଡିଂ କୁ ଦେଖି କରି ଏମିତି ଲାଗୁଥିଲା ଦୁଇ ଯୋଡ଼ି ଏକ୍‌ଦମ୍‌ ପରଫେକ୍ଟ । ହେଲେ ୭ ବର୍ଷର ସମ୍ପର୍କ ଗୋଟିଏ କ୍ଷଣରେ ଶେଷ ହୋଇଗଲା । ବିବାହର କିଛି ବର୍ଷ ପରେ ସମ୍ପର୍କରେ ଦେଖାଗଲା ଝଡ଼ । ଫଳରେ ଉଭୟେ ଅଲଗା ହୋଇଗଲେ । ନିଜର ତଲାକ ସମ୍ପର୍କରେ ରାକେଶ କୁହନ୍ତି ‘ କେବେ କେବେ ଅଲଗା ହେବାର କୌଣସି କାରଣ ନଥାଏ । ଫରକ୍‌ କେବଳ ପ୍ରେମର ପରିଭାଷା ବଦଳି ଯାଏ ।

photo credit: punjabkesari.in

ଜୁହି ପରମାର-ସଚ୍ଚିନ ଶ୍ରାଫ୍‌

ସିରିଏଲ୍‌ ‘କୁମ୍‌କୁମ୍‌’ରୁ ଘରେ ଘରେ ପରିଚିତ ଅଭିନେତ୍ରୀ ଜୁହି ପରମାର ଙ୍କ ଯୋଡ଼ି ଅଭିନେତା ସଚ୍ଚିନ ଶ୍ରଫ୍‌ ଙ୍କ ସହ ବେଶ୍‌ ଜଣାଶୁଣା ଥିଲା । ଦୁହେଁ ୫ ବର୍ଷ ଡେଟ୍‌ କରିବା ପରେ ୨୦୦୯ରେ ବିବାହ କରିଥିଲେ । ହେଲେ ବିବାହର ୧ ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ଦୂରତା ବଢ଼ିବାକୁ ଲାଗିଲା ଓ ପରେ ଅଲଗା ହୋଇଗଲେ । ଏ ସମ୍ପର୍କରେ ଦୁହେଁ କୁହନ୍ତି ଯେ ସେମାନଙ୍କ ମଧ୍ୟରେ ପ୍ରେମ ନଥିଲା ।

photo credit: punjabkesari.in

ରଶ୍ମି ଦେଶାଇ- ନନ୍ଦିଶ ସଂଘୁ

ରଶ୍ମି ଦେଶାଇ ଓ ନନ୍ଦିଶ ସଂଘୁ ଉଭୟେ ବହୁତ ଦିନ ଧରି ନିଜର ସମ୍ପର୍କକୁ ଲୁଚାଇ ରଖିଥିଲେ । ହେଲେ ୨୦୧୨ରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ହେଲେ ବିବାହର ୪ ବର୍ଷ ପରେ ଉଭୟଙ୍କ ସମ୍ପର୍କରେ ପଡ଼ିଗଲା ଭଟ୍ଟା, ଆଉ ଦୁହେଁ ଅଲଗା ହୋଇଗଲେ । କାରଣ ଥିଲା ନନ୍ଦିଶଙ୍କର ବିବାହ ପରେ ମଧ୍ୟ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରହିଥିଲା । ହେଲେ ନନ୍ଦିଶ କୁହନ୍ତି ଯେ ସେ ରଶ୍ମିଙ୍କର ସମ୍ବେଦନଶୀଳ ବ୍ୟବହାରରେ ଅତିଷ୍ଠ ହୋଇ ପଡ଼ିଥିଲେ । ଯେଉଁଥିପାଇଁ ଉଭୟେ ଅଲଗା ହୋଇଗଲେ ।

Niharanjan

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

9 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

9 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

13 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

36 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

44 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

50 mins ago