ରାଜ୍ୟ

ନୟାଗଡ: ୭ ବର୍ଷ ହେବ ଚାନ୍ଦପୁରର ବସନ୍ତ ମଞ୍ଜରୀ ଚିକିତ୍ସାଳୟ ଅବ୍ୟବସ୍ଥା ଘେରରେ, ୨୦ ଡାକ୍ତରଙ୍କ ଜାଗାରେ କାମ କରୁଛନ୍ତି ମାତ୍ର ୬

ଟାଙ୍ଗୀ(କେନ୍ୟୁଜ୍): ଏସିଆ ମହାଦେଶର ଦ୍ୱିତୀୟ  ସର୍ବ ବୃହତ୍ତମ ଯକ୍ଷ୍ମା ହସ୍ପିଟାଲ ଭାବେ ପରିଚିତ ନୟାଗଡ଼ ଜିଲ୍ଲା ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ।  ୨୦୧୩ ମସିହା ଠାରୁ ସାଧାରଣ ଚିକିତ୍ସାଳୟ  ଭାବେ ଏହି ହସ୍ପିଟାଲଟି କାର୍ଯ୍ୟକାରୀ ହୋଇଛି। କିନ୍ତୁ ୭ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାବତ ଅବ୍ୟବସ୍ଥାର ଶିକୁଳିରୁ ଉଦ୍ଧାର ହୋଇପାରିନାହିଁ ଡାକ୍ତରଖାନାଟି।

ଏହି ହସ୍ପିଟାଲରେ ଅଖପାଖର ପାଖାପାଖି ୧୦ ଖଣ୍ଡ ଗାଁ ନିର୍ଭର କରନ୍ତି। କିନ୍ତୁ ଡାକ୍ତର ଖାନାରେ ୨୦ ଜଣ ଡାକ୍ତରଙ୍କ ଜାଗାରେ ରୋଗୀସେବା କରୁଛନ୍ତି ମାତ୍ର ୬ ଜଣ  ଡାକ୍ତର । ଯାହାକୁ ନେଇ ଅନେକ ସମୟରେ ବଡ଼ ବଡ଼ ସମସ୍ୟାମାନ ଦେଖାଦେଇଛି। ସ୍ଥାନୀୟ ଜନ ପ୍ରତିନିଧିମାନେ ଏହି ସମସ୍ୟାକୁ ନେଇ ବାରମ୍ବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଛନ୍ତି କିନ୍ତୁ ଫଳ ଶୂନ ।

୨୦୧୩ ମସିହାରେ ମେଡିକାଲଟିକୁ ଚାକଚକ୍ୟରେ ପୁନରୁଦ୍ଧାର ହୋଇଥିଲା । ସେବେଠାରୁ ଆଜି ଯାଏଁ ଡାକ୍ତର ଖାନାର ଅନେକ ବିଭାଗରେ ପୂର୍ଣ୍ଣ ହୋଇପାରିନାହିଁ।  ଏବେବି ଅନେକ ବିଭାଗରେ ତାଲା ଝୁଲୁଛି l ଫଳରେ ରୋଗୀ ନାହିଁ ନଥିବା ହଇରାଣ ହେଉଛନ୍ତି l ମେଡ଼ିକାଲକୁ ରାଜ୍ୟ ବାହାରୁ ଏବଂ ଓଡ଼ିଶାର ବହୁ ସ୍ଥାନରୁ ରୋଗୀ ଆସିଥାନ୍ତି ଯକ୍ଷ୍ମା ଚିକିତ୍ସା ପାଇଁ  l କିନ୍ତୁ ସଠିକ ଭାବେ ଚିକିତ୍ସା ସେବା ପାଆନ୍ତି ନାହିଁ। ଆଜି ଏନେଇ ସ୍ଥାନୀୟ ଅଞ୍ଚଳର ଏକ ପ୍ରତିନିଧି ମଣ୍ଡଳୀ ମେଡିକାଲ ସୁପରିଟେଣ୍ଡେଟକୁ ଭେଟି ସମସ୍ୟା ବିଷୟରେ ଜଣାଇଛନ୍ତି l

ତୁରନ୍ତ ସମସ୍ୟା ପୂରଣ ନହେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି  l ଏହି ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଚାନ୍ଦପୁର ସରପଞ୍ଚ ଜିତେନ୍ଦ୍ର କୁମାର ସାହୁ, ଚମ୍ପାପେଡ଼ି ସରପଞ୍ଚ ନିର୍ମଳ କୁମାର ମତଗଜସିଂହ, କେରେଣ୍ଡାଟାଙ୍ଗୀ ସରପଞ୍ଚ ଜିତେନ୍ଦ୍ର କୁମାର ପ୍ରଧାନ,ରଣପୁର ବ୍ଲକ ଭାଇସ ଚେୟାରମାନ ପ୍ରଶାନ୍ତ କୁମାର ନାୟକ, ଖତିଆ ସମିତି ସଭ୍ୟ କବିରାଜ ପ୍ରଧାନ ପ୍ରମୁଖ ଉପସ୍ଥିତି  ଥିଲେ।

KNews Bureau

Recent Posts

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

4 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

27 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

34 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

41 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

49 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

51 mins ago