ମନୋରଂଜନ

ଶାହାରୁଖଙ୍କୁ ଭେଟିବାକୁ ୨୦୨୦ରୁ ମନ୍ନତ ବାହାରେ ଠିଆ ହୋଇଛନ୍ତି ଏହି ବ୍ୟକ୍ତି, ଫିଲ୍ମ ସାଇନ୍‌ କରିବାକୁ ଧରିଛନ୍ତି ଜିଦ୍‌

ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କର ଗୋଟିଏ ଝଲକ୍‌ ପାଇଁ ଫ୍ୟାନ୍‌ମାନେ ତାଙ୍କ ଘର ବାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥାନ୍ତି। କିନ୍ତୁ ଏବେ ଜଣେ ଫିଲ୍ମ ଡାଇରେକ୍ଟର ମଧ୍ୟ ଶାହାରୁଖ୍‌ ଖାନ୍‌ଙ୍କ ସହ ଭେଟିବାକୁ ତାଙ୍କ ବଙ୍ଗଳା ମନ୍ନତ ସାମ୍ନାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। କନ୍ନଡ଼ ଫିଲ୍ମ ନିର୍ଦ୍ଦେଶକ ଜୟନ୍ତ ସିଗେ ବଲିଉଡ୍‌ ସୁପରଷ୍ଟାରଙ୍କୁ ନିଜ ଫିଲ୍ମରେ ସାଇନ୍‌ କରାଇବା ପାଇଁ ତାଙ୍କ ଘର ବାହାରେ ଅପେକ୍ଷା କରିଛନ୍ତି।

ଜୟନ୍ତ ‘ମନ୍ନତ’ ବାହାରେ ଏକ ପ୍ଲା-କାର୍ଡ ଧରି ଠିଆ ହୋଇଛନ୍ତି। ସେ ମିଡିଆକୁ କହିଛନ୍ତି, ଅଗଷ୍ଟରେ ଯେତେବେଳେ ଶାହାରୁଖଙ୍କ ଇଣ୍ଟରଭ୍ୟୁ ପଢ଼ିଥିଲି ସେତେବେଳେ ସେ କହିଥିଲେ ଜିରୋ ପରେ କୌଣସି ନୂଆ ଫିଲ୍ମ ସାଇନ୍‌ କରିନାହାନ୍ତି। ଏଣୁ ତାଙ୍କୁ ମୁଁ ମୋ ଫିଲ୍ମରେ ଅଭିନୟ କରିବାକୁ ନେବାକୁ ଚାହୁଁଛି। ତେଣୁ ମୁଁ ରାତି ସାରା ଏକ ଫିଲ୍ମ ପୋଷ୍ଟର ତିଆରି କରି ଏହାକୁ ଟ୍ଵିଟ୍‌ କରିଥିଲି ଓ ଶାହାରୁଖଙ୍କୁ ମଧ୍ୟ ଟ୍ୟାଗ୍‌ କରିଥିଲି।

“In August, when I came across Shahrukh Khan’s interview where he said that he hadn’t signed any new movies since Zero,…

Posted by Humans of Bombay on Thursday, 7 January 2021

ସେ କହିଛନ୍ତି, ଯେତେବେଳ ଯାଏଁ ଶାହାରୁଖ ତାଙ୍କ ଫିଲ୍ମ ପାଇଁ ହଁ କରିନାହାନ୍ତି ସେତେବେଳ ଯାଏଁ ସେ ସେମିତି ମନ୍ନତ ସାମ୍ନାରେ ଠିଆ ହେବେ। ସେ ଏହି ମିଶନର ନାଁ ଦେଇଛନ୍ତି ‘ପ୍ରୋଜେକ୍ଟ ଏକ୍ସ’। ଡିସେମ୍ବର ୩୧ ପରଠାରୁ ଜୟନ୍ତ ଶାହାରୁଖଙ୍କ ଘର ସାମ୍ନାରେ ଛିଡ଼ା ହେଉଥିବା ଦେଖାଯାଇଛି।

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago