ରାଜ୍ୟ

ଟାଙ୍ଗି : କହ୍ନେଇପୁର ଛକରେ ଟ୍ରକ୍‌ ସହ କାର୍‌ ଧକ୍କା, ଜଣେ ମହିଳାଙ୍କ ମୃତ୍ୟୁ

ଟାଙ୍ଗି (କେ ନ୍ୟୁଜ୍‌) : ଭୁବନେଶ୍ୱର-ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । କିଛି ସମୟ ପୂର୍ବରୁ ନାଚୁଣୀ ଫାଣ୍ଡି ଅନ୍ତର୍ଗତ କହ୍ନେଇପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଆଜି ସକାଳୁ ନୟାଗଡ ପୋଲିସ ଟ୍ରେନିଂ ସ୍କୁଲରେ କାର୍ଯ୍ୟରତ ୨ ଜଣ କର୍ମଚାରୀ ନିଜ ପରିବାର ସହ ମୋଟ ୫ ଜଣ ଚିଲିକା ବୁଲିବାକୁଏକ ଟାଟା ନାନୋ କାର୍‌ରେ ଆସିଥିଲେ। ବୁଲାବୁଲି ସାରି ନୟାଗଡ ଫେରୁଥିବା ବେଳେ ନାଚୁଣୀ ଫାଣ୍ଡି ନିକଟସ୍ଥ କହେଁଇପୁର ଛକ ନିକଟରେ ସେମାନଙ୍କ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଗରେ ପୂର୍ବରୁ ଠିଆ ହୋଇଥିବା ଏକ ଟ୍ରଲରର ପଛପଟୁ ନାନୋ କାର୍‌ଟି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଜଣକ ହେଲେ ବୈଜୟନ୍ତୀ ପଟ୍ଟନାୟକ (୫୨)।

ଟ୍ରକ୍‌ଟି ଏତେ ଜୋର୍‌ରେ ଧକ୍କା ଦେଇଛି ଯେ କାର୍‌ଟିର କାୟା ବଦଳି ଯାଇଛି । ସୂଚନା ପାଇ ତୁରନ୍ତ ଘଟଣା ସ୍ଥଳରେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସଦଳବଳେ ପହଁଚି ନିକଟସ୍ଥ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ସହାୟତାରେ ଆହତଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଆହତ ୪ଜଣ ହେଉଛନ୍ତି ଏ. ସନ୍ତୋଷ କୁମାର, ଏ .ଜ୍ୟୋତି, ଏ. ଦୀନେଶ କୁମାର ଏବଂ ସାଧୁ ଚରଣ ପଟ୍ଟନାୟକ। ଘଟଣାସ୍ଥଳରେ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ, ଏସ.ଆଇ ପ୍ରସନ୍ନ ଜେନା, ରାଜକିଶୋର ବେହେରା ଆଦି ଉପସ୍ଥିତି ରହି ଟ୍ରଫିକ ନିୟନ୍ତ୍ରଣ ସହ ଶବ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

12 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

22 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

56 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago