ମନୋରଂଜନ

ଦିନେ ‘ବିଗ୍‌ ବସ୍‌’ ଓ ‘ରୋଡିଜ୍‌’ର ଓ୍ଵିନର ଥିଲେ ଏହି ସେଲିବ୍ରିଟି, ଏବେ ଢାବାରେ କଟୁଛି ଜୀବନ

ଜୀବନ କେତେବେଳେ କେଉଁ ପରିସ୍ଥିତିରେ ପହଞ୍ଚି ଯିବ, ତାହା କହିବା କଷ୍ଟକର। କେତେବେଳେ ଏହା ମଣିଷକୁ ତଳେ କଚାଡ଼ି ଦିଏ ତ କେତେବେଳେ ମାଟିରୁ ଉଠାଇ ଏକଦମ୍‌ ଆକାଶରେ ନେଇ ବସାଇ ଦିଏ। ବର୍ତ୍ତମାନ ଠିକ୍‌ ଏମିତି ହିଁ ପରିସ୍ଥିତି ଆସିଛି ଆଶୁତୋଷ କୌଶିକ୍‌ଙ୍କ ଜୀବନରେ। ରିୟାଲିଟି ଟିଭି ଶୋ’ ‘ବିଗ୍‌ ବସ୍‌’ ଏବଂ ‘ରୋଡିଜ୍‌’ର ଓ୍ଵିନର ଥିବା ଆଶୁତୋଷ ସେହି ସମୟରେ ବନି ଯାଇଥିଲେ ଜଣେ ଜଣାଶୁଣା ସେଲିବ୍ରିଟି। ସମସ୍ତେ ତାଙ୍କୁ ଚିହ୍ନଥିଲେ ଏବଂ ତାଙ୍କର ଏକ ବଢ଼ିଆ ଫ୍ୟାନ୍‌ ଫଲୋଇଙ୍ଗ୍‌ ମଧ୍ୟ ହୋଇଯାଇଥିଲା। ହେଲେ ଏବେ ତାଙ୍କ ଜୀବନ ଢାବାରେ ହିଁ ବିତୁଛି।

ଢାବା ଚଲାଉଛନ୍ତି ଆଶୁତୋଷ

ଛୋଟ ପରଦାରେ ଖୁବ୍‌ ଲୋକପ୍ରିୟ ସେଲିବ୍ରିଟି ବନି ଯାଇଥିବା ଆଶୁତୋଷ ହଠାତ୍‌ ଲାଇମ୍‌ଲାଇଟଠାରୁ ଦୂରେଇ ଯିବାକୁ ଲାଗିଲେ। ଆଉ ଆଜି ସେ ୟୁପିର ସହାରନପୁରରେ ୨ଟି ଢାବା ଚଲାଉଛନ୍ତି ଏବଂ ଏହି କାମରେ ସେ ବହୁତ ଖୁସି ମଧ୍ୟ ଅଛନ୍ତି। ଏହାଛଡ଼ା ଉତ୍ତରାଖଣ୍ଡରେ ତାଙ୍କର କପଡ଼ାର ଏକ ଶୋ’ରୁମ୍‌ ମଧ୍ୟ ଅଛି। ଏକ ଇଣ୍ଟରଭ୍ୟୁରେ ଆଶୁତୋଷ କହିଥିଲେ ଯେ ‘ରୁଟି ପାଇଁ କୌଣସି ସମସ୍ୟା ନାହିଁ। ଆମେ ତ ନିଜ ଢାବାରେ ଲୋକଙ୍କୁ ଖୁଆଉଛୁ। ମୁଁ ନଏଡାର ନ୍ୟୁଜ୍‌ ଚ୍ୟାନେଲ ପାଇଁ ମଝିରେ ମଝିରେ ଶୋ’ କରି ଚାଲିଛି। ଯଦି ମୋତେ ମୁମ୍ବାଇର କୌଣସି ପ୍ରୋଜେକ୍ଟ ପାଇଁ କଲ୍‌ ଆସୁଛି, ତା’ହେଲେ ଶୁଟ୍‌ ପାଇଁ ଯାଉଛି ଏବଂ ପୁଣି ଫେରୁଛି’।

ଆଶୁତୋଷ ‘ବିଗ୍‌ ବସ୍‌’ର ୫ମ ସିଜନ ଜିତିଥିଲେ ଏବଂ ‘ରୋଡିଜ୍‌’ରେ ମଧ୍ୟ ଓ୍ଵିନର ରହିଥିଲେ। ଏ ବିଷୟରେ ସେ କହିଥିଲେ, ‘ମୋତେ ଲାଗୁଛି କି, ମୁଁ ଏଥିପାଇଁ ପ୍ରସ୍ତୁତ ନ ଥିଲି। ମୋ ଭାଗ୍ୟ ଯୋଗୁ ଏବଂ ଭଗବାନଙ୍କ କୃପାରୁ ରିୟାଲିଟି ଶୋ’ ଜିତି ପାରିଲି। ମୁଁ ବାସ୍ତବରେ ଏଥିପାଇଁ କାମ କରି ନ ଥିଲି’। ଆଶୁତୋଷ ଏବେ ଏହି ଲୋକପ୍ରିୟତାରୁ ଦୂରେଇ ଯାଇଛନ୍ତି, ଯାହାକି ତାଙ୍କ ଫ୍ୟାନ୍ସଙ୍କ ଯୋଗୁ ହିଁ ତାଙ୍କୁ ମିଳିଥିଲା।

ଆଶୁତୋଷ କହିଥିଲେ, ଯେଉଁ ସମୟରେ ସେ ରୋଡିଜ୍‌ ଜିତିଥିଲେ, ସେହି ସମୟରେ ସେ ବହୁତ ଉପରେ ଥିଲେ। ସେ ରୋଡିଜ୍‌ର ଅନେକ ଅଡିସନ୍‌ ଦେଇଥିଲେ। ଯେତେବେଳେ ସେ ସିଲେକ୍ଟ ହୋଇଗଲେ, ତ ତାଙ୍କୁ ତାଙ୍କ ମା’ଙ୍କ କଥା ମନେ ପଡ଼ିଗଲା କି, କେବଳ ପ୍ରୟାସ କରିଚାଲ। ସେ କୁହନ୍ତି, ରୋଡିଜ୍‌ର ଅନୁଭବ ତାଙ୍କ ପାଇଁ ମଜାଦାର, କଠିନ ଏବଂ ସ୍ମରଣୀୟ ଥିଲା। ଶୋ’ ଜିତିବାର ୧ ବର୍ଷ ପରେ ତାଙ୍କୁ ବିଗ୍‌ ବସ୍‌ର କଲ୍‌ ଆସିଥିଲା ଏବଂ ୨୦୦୮ରେ ସେ ଏହି ଶୋ’ରେ ସାମିଲ ହୋଇଥିଲେ। ସବୁ ସମୟରେ ତାଙ୍କୁ ଲୋକଙ୍କ ଭଲ ପାଇବା ମିଳିଛି ବୋଲି ଆଶୁତୋଷ କହିଥିଲେ।

Roshni

Recent Posts

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

27 mins ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

60 mins ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

1 hour ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

2 hours ago

ଶ୍ରୀମନ୍ଦିରରେ ଲାଗିଲା ଫୋକସ୍‌ ଲାଇଟ୍‌, ଆଲୋକମାଳାରେ ଝଲସିଲା ଶ୍ରୀମନ୍ଦିର

ପୁରୀ: ପୁଣି ଫୋକସ୍‌ ଲାଇଟ୍‌ ରେ ଝଟକିବ ଶ୍ରୀମନ୍ଦିର । ଆଲୁଅରେ ଝଲସି ଉଠିବ ବଡ଼ ଦେଉଳ । ଆଲୋକମାଳାରେ…

3 hours ago

୬ ଜଣ ଛାତ୍ରଛାତ୍ରୀ ମନ୍ଦିର ବୁଲିବାକୁ ଯାଇଥିଲେ ହେଲେ ଘଟିଗଲା ବଡ଼ ଅଘଟଣ

ରାଉରକେଲା: କେଡ଼େ ଖୁସିରେ ବେଦବ୍ୟାସ ମନ୍ଦିର ବୁଲି ଯାଇଥିଲେ ୬ ଜଣ ବନ୍ଧୁ। ମନ୍ଦିର ବୁଲୁ ବୁଲୁ ଅସହ୍ୟ ତାତିରେ…

4 hours ago