ମନୋରଂଜନ

ଭାଇରାଲ ହେଉଛି ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ଭିଡ଼ିଓ, ସିମେଣ୍ଟ ଇଟାକୁ ହାତରେ ଭାଙ୍ଗିବାର ଦୃଶ୍ୟ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

କେନ୍ୟୁଜ୍‌ ବ୍ୟୁରୋ: ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ସବୁବେଳେ ଫିଟ୍‌ ଫାଟ୍‌ ଥାଆନ୍ତି । ସେ ଯୋଗ ବ୍ୟାୟାମରେ ଅଧିକ ସମୟ ବିତାଇବାକୁ ଭଲ ପାଆନ୍ତି । ଏବେ ତାଙ୍କର ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡ଼ିଓରେ ସେ ନିଜ ହାତରେ ହାତୁଡ଼ି ସାହାଯ୍ୟରେ ସିମେଣ୍ଟରେ ତିଆରି ହୋଇଥିବା ବିଶାଳ ଇଟା ଗୁଡ଼ିକୁ ଭାଙ୍ଗୁଛନ୍ତି । ନିକଟରେ ଦୀପାବଳି ଅବସରରେ ସୁରଟଠାରେ ଅନୁଷ୍ଠିତ ହେଉଥିବା ୧୪ତମ ‘ ଆନ୍ତର୍ଜାତୀୟ କୁଡ଼ୋ ଟୁର୍ଣ୍ଣାମେଣ୍ଟ’ରେ ଯୋଗ ଦେଇଥିଲେ । ଏହି ଉତ୍ସବରେ ସେ ଭାଗ ନେବା ସହିତ ଏକ ମଜାଦାର ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ତାଙ୍କୁ ହାତୁଡ଼ି ସାହାଯ୍ୟରେ ବଡ଼ ବଡ଼ ସିମେଣ୍ଟ ଇଟାକୁ ଭାଙ୍ଗୁଥିବାର ଦେଖିବାକୁ ମିଳିଛି ।

ଏହି ନିକଟରେ ରିଲିଜ୍‌ ହୋଇଛି ତାଙ୍କର ନୂଆ ଫିଲ୍ମ ‘ରାମ ସେତୁ’, ଏହି ଫିଲ୍ମ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଛି । ଏହି ପ୍ରତିଯୋଗିତାରେ ଭାଗ ନେବା ପରେ ସେ ଟ୍ଵିଟରରେ ଭିଡିଓ ପୋଷ୍ଟ କରି କ୍ଯାପସନରେ ଲେଖିଥିଲେ, ମୋ ସହିତ ଏହି ‘ ଆନ୍ତର୍ଜାତୀୟ କୁଡ଼ୋ ଟୁର୍ଣ୍ଣାମେଣ୍ଟ’ରେ ଦୀପାବଳି ପାଳନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ସେ ଏହାସହ କହିଥିଲେ କି,‘ ଆପଣ ସମସ୍ତେ ମିଶି ମୋର ବିତି ଯାଇଥିବା ଦିନ ଗୁଡ଼ିକୁ ମନେ ପକାଇଦେଲେ ଏବଂ ସେ ସ୍ମୃତି ସବୁକୁ ତାଜା କରିଦେଲେ । ଆଶା କରୁଛି ଏମିତି ପ୍ରତି ବର୍ଷ କୁଡ଼ୋ ଭାରତରେ ଅଗେଇ ଚାଲୁ’ ।

ସେ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ତେବେ ଆମେ ସମସ୍ତେ ଜାଣିଛେ ଅକ୍ଷୟ ଅନେକ ବର୍ଷ ଧରି ‘ମାର୍ଶାଲ ଆର୍ଟ’ ପ୍ରଶିକ୍ଷଣ ନେଉଥିଲେ। ସେ କରାଟେ,ଟାଇକଣ୍ଡୋ ଏବଂ ମୁଆୟ ଥାଇରେ ସେ ବେଶ୍‌ ଦକ୍ଷ । ଏହି କଳା ସ୍କୁଲ ସ୍ତରରେ ରହିବା ପାଇଁ ମଧ୍ୟ ସେ ଚାହାଁନ୍ତି ।
ଅକ୍ଷୟ ଆହୁରି ମଧ୍ୟ କହିଥିଲେ, ତାଙ୍କୁ ଏହି ସବୁ ଅଭ୍ୟାସ କରିବା ପାଇଁ ସୁଯୋଗ ମିଳିଥିଲା । ତାଙ୍କ ବପା ତାଙ୍କୁ ଏହି ସୁଯୋଗ ଦେଇଥିଲେ । ଏବେ ସେ ଫଣ୍ଡିଂ ଅର୍ଗାନାଇଜ୍‌ କରୁଛନ୍ତି ,ଯେମିତି କି ଭାରତରେ ଏହାର ସ୍ଥିତି ସୁଦୃଢ଼ ହେବ ଏବଂ ଏଦିଗରେ ଆନ୍ତର୍ଜାତୀୟ ସ୍ତରରେ ଏଭଳି ଭାରତ ପହଞ୍ଚି ପାରିବ ।

Sonalisa

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

6 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

7 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

8 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

10 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

11 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

11 hours ago