ଭାଇରାଲ ହେଉଛି ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ଭିଡ଼ିଓ, ସିମେଣ୍ଟ ଇଟାକୁ ହାତରେ ଭାଙ୍ଗିବାର ଦୃଶ୍ୟ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

କେନ୍ୟୁଜ୍ ବ୍ୟୁରୋ: ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ସବୁବେଳେ ଫିଟ୍ ଫାଟ୍ ଥାଆନ୍ତି । ସେ ଯୋଗ ବ୍ୟାୟାମରେ ଅଧିକ ସମୟ ବିତାଇବାକୁ ଭଲ ପାଆନ୍ତି । ଏବେ ତାଙ୍କର ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡ଼ିଓରେ ସେ ନିଜ ହାତରେ ହାତୁଡ଼ି ସାହାଯ୍ୟରେ ସିମେଣ୍ଟରେ ତିଆରି ହୋଇଥିବା ବିଶାଳ ଇଟା ଗୁଡ଼ିକୁ ଭାଙ୍ଗୁଛନ୍ତି । ନିକଟରେ ଦୀପାବଳି ଅବସରରେ ସୁରଟଠାରେ ଅନୁଷ୍ଠିତ ହେଉଥିବା ୧୪ତମ ‘ ଆନ୍ତର୍ଜାତୀୟ କୁଡ଼ୋ ଟୁର୍ଣ୍ଣାମେଣ୍ଟ’ରେ ଯୋଗ ଦେଇଥିଲେ । ଏହି ଉତ୍ସବରେ ସେ ଭାଗ ନେବା ସହିତ ଏକ ମଜାଦାର ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ତାଙ୍କୁ ହାତୁଡ଼ି ସାହାଯ୍ୟରେ ବଡ଼ ବଡ଼ ସିମେଣ୍ଟ ଇଟାକୁ ଭାଙ୍ଗୁଥିବାର ଦେଖିବାକୁ ମିଳିଛି ।
ଏହି ନିକଟରେ ରିଲିଜ୍ ହୋଇଛି ତାଙ୍କର ନୂଆ ଫିଲ୍ମ ‘ରାମ ସେତୁ’, ଏହି ଫିଲ୍ମ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଛି । ଏହି ପ୍ରତିଯୋଗିତାରେ ଭାଗ ନେବା ପରେ ସେ ଟ୍ଵିଟରରେ ଭିଡିଓ ପୋଷ୍ଟ କରି କ୍ଯାପସନରେ ଲେଖିଥିଲେ, ମୋ ସହିତ ଏହି ‘ ଆନ୍ତର୍ଜାତୀୟ କୁଡ଼ୋ ଟୁର୍ଣ୍ଣାମେଣ୍ଟ’ରେ ଦୀପାବଳି ପାଳନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ସେ ଏହାସହ କହିଥିଲେ କି,‘ ଆପଣ ସମସ୍ତେ ମିଶି ମୋର ବିତି ଯାଇଥିବା ଦିନ ଗୁଡ଼ିକୁ ମନେ ପକାଇଦେଲେ ଏବଂ ସେ ସ୍ମୃତି ସବୁକୁ ତାଜା କରିଦେଲେ । ଆଶା କରୁଛି ଏମିତି ପ୍ରତି ବର୍ଷ କୁଡ଼ୋ ଭାରତରେ ଅଗେଇ ଚାଲୁ’ ।
Thank you for celebrating your Diwali with us here at the Akshay Kumar 14th International Kudo Tournament. Coming here is always humbling, meeting you all reminds me of my beginning.
I hope with the help of this tournament we help Kudo grow in India with each passing year. pic.twitter.com/0GRMGusgVM— Akshay Kumar (@akshaykumar) October 26, 2022
ସେ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ତେବେ ଆମେ ସମସ୍ତେ ଜାଣିଛେ ଅକ୍ଷୟ ଅନେକ ବର୍ଷ ଧରି ‘ମାର୍ଶାଲ ଆର୍ଟ’ ପ୍ରଶିକ୍ଷଣ ନେଉଥିଲେ। ସେ କରାଟେ,ଟାଇକଣ୍ଡୋ ଏବଂ ମୁଆୟ ଥାଇରେ ସେ ବେଶ୍ ଦକ୍ଷ । ଏହି କଳା ସ୍କୁଲ ସ୍ତରରେ ରହିବା ପାଇଁ ମଧ୍ୟ ସେ ଚାହାଁନ୍ତି ।
ଅକ୍ଷୟ ଆହୁରି ମଧ୍ୟ କହିଥିଲେ, ତାଙ୍କୁ ଏହି ସବୁ ଅଭ୍ୟାସ କରିବା ପାଇଁ ସୁଯୋଗ ମିଳିଥିଲା । ତାଙ୍କ ବପା ତାଙ୍କୁ ଏହି ସୁଯୋଗ ଦେଇଥିଲେ । ଏବେ ସେ ଫଣ୍ଡିଂ ଅର୍ଗାନାଇଜ୍ କରୁଛନ୍ତି ,ଯେମିତି କି ଭାରତରେ ଏହାର ସ୍ଥିତି ସୁଦୃଢ଼ ହେବ ଏବଂ ଏଦିଗରେ ଆନ୍ତର୍ଜାତୀୟ ସ୍ତରରେ ଏଭଳି ଭାରତ ପହଞ୍ଚି ପାରିବ ।