ଭିଜିଲାନ୍ସ ଜାଲରେ ଭୁବନେଶ୍ୱର RWSS ସର୍କଲ ଅଫିସର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ୱର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଭୁବନେଶ୍ୱର RWSS ସର୍କଲ ଅଫିସର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ଭୁବନେଶ୍ୱର, ସମ୍ବଲପୁର, ଖୋର୍ଦ୍ଧା ଓ ବରଗଡ଼ରେ ରେଡ୍ ଚାଲିଛି । ଚଢାଉରେ ସାମିଲ ହୋଇଛନ୍ତି ୫ ଜଣ ଡିଏସ୍ପି, ୧୨ ଇନ୍ସପେକ୍ଟର, ଜଣେ ସବ୍ ଇନିସପେକ୍ଟର, ୧୧ ଜଣ ଏସ୍ଆଇ । ଭୁବନେଶ୍ୱର ଖାରବେଳ ନଗରରେ ଘର, ସମ୍ବଲପୁର ମୋଦିପଡ଼ାରେ ଏକ ତିନି ମହଲା କୋଠା, ବରଗଡ଼ରେ ପୈତୃକ ଘର ଏବଂ ଭୁବନେଶ୍ୱର ସ୍ଥିତ ଆରଡବ୍ଲୁଏସ୍ଏସ୍ ଅଫିସରେ ରେଡ୍ ହୋଇଛି ।