ଡାଇବେଟିସ ରୋଗୀ ମାନେ ଖଜୁରୀ ଖାଇପାରିବେ କି ନାହିଁ ? ଜାଣନ୍ତୁ ଏହା ସୁଗାର ଲେବୁଲ ଉପରେ କେତେ ପ୍ରଭାବ ପକାଇ ଥାଏ

ଖଜୁରୀ ଏପରି ଏକ ଫଳ ଯାହାକୁ ଭାରତରେ ଅଧିକାଂଶ ଲୋକେ ପସନ୍ଦ କରିଥାନ୍ତି । ଅନେକ ସ୍ଥାନରେ ଖଜୁରୀକୁ ଡ୍ରାଏ ଫ୍ରୁଟ୍ସ ଭଳି ଖିଆ ଯିବାର ନଜିର ରହିଛି । ଏପରିକି ଏହାକୁ ଲଡୁ ଭାବେ ମଧ୍ୟ ପ୍ରସ୍ତୁତ କରି ଅଧିକାଂଶ ଲୋକ ଖାଇଥାନ୍ତି । ସାମାନ୍ୟ ଦେଖାଯାଉଥିବା ଏହି ଫଳ ହେଉଛି ପୋଷକ ତତ୍ତ୍ୱର ଖଣି । ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସଭିଁଙ୍କ ପାଇଁ ଖଜୁରୀ ବେଶ ଲାଭଦାୟକ । ବିଶେଷ କରି ଏହାକୁ ଗର୍ଭବତୀ ମହିଳା ମାନେ ଖାଇବା ଦ୍ୱାରା ତାଙ୍କୁ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ । ଏହାକୁ ପ୍ରାୟତଃ ଶୀତ ଦିନେ ଖିଆଯାଏ । ଏହାର ପୁଷ୍ଟିକର ମୂଲ୍ୟ ହେତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ଖାଇବାକୁ ପରାମର୍ଶ ଦିଅନ୍ତି। ଯେହେତୁ ଏହା ଏକ ମିଠା ଫଳ ତେବେ ମଧୁମେହ ରୋଗୀମାନେ ଏହାକୁ ଖାଇପାରିବେ କି ନାହିଁ ଦ୍ୱନ୍ଦ୍ୱରେ ପଡିଯାନ୍ତି। ତେବେ ଡାକ୍ତର ମାନେ କହିଛନ୍ତି ଯେ ଖଜୁରୀରେ ଫାଇବରର ପରିମାଣ ବହୁତ ଅଧିକ ଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ସର୍ବୋତ୍ତମ ଫଳ ଅଟେ।
ଖଜୁରୀରେ ମିଳୁଥିବା ପୁଷ୍ଟିକର ତତ୍ତ୍ୱର ଅଭାବ ନାହିଁ, ଏହା ବ୍ୟତୀତ ଡାଏଟାରୀ ଫାଇବର, ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍ ବି 6, ଭିଟାମିନ୍ କେ, , ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍, ନିୟାସିନ୍, ଆଇରନ୍ ଏବଂ ପୋଟାସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ । ତେଣୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ।
ଖଜୁରୀରେ ଆଣ୍ଟି ଅକ୍ସିଡାଣ୍ଟର ମାତ୍ରା ଅଧିକ ରହିଥାଏ। ଯାହା ଅନେକ ପ୍ରକାର ରୋଗ ସହିତ ଲଢିବାରେ ସକ୍ଷମ ହୋଇଥାଏ। ଖଜୁରୀରେ ଫ୍ଲାବୋନାଇଡସ୍, କେରୋଟେନାଇଡସ୍, ଫେନୋଲିକ ଏସିଡ ରହିଥାଏ। ଆପଣ ଚିନି ବିକଳ୍ପରେ ଖଜୁରୀକୁ ଖାଇପାରିବେ। ଏହାଛଡାହାଡ ମଜବୁତ କରିବା ସହିତ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ ଖଜୁରୀ। ଯଦି ଆପଣ ଅନ୍ୟ କିଛି ଡ୍ରାଏ ଫ୍ରୁଟ୍ସ ସହିତ ଖଜୁରୀ ଖାଆନ୍ତି, ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ନଥାଏ ଏବଂ ମୋଟାପଣର ଆଶଙ୍କା ମଧ୍ୟ କମିଯାଏ।
ମଧୁମେହ ରୋଗୀମାନେ ଦିନରେ ୨ଟି ଖଜୁରୀ ଆରାମରେ ଖାଇପାରିବେ, କିନ୍ତୁ ଯଦି ଆପଣଙ୍କର ଡାଇବେଟିସ ସ୍ତର ଭଲ ନଥାଏ ତେବେ ଏହାକୁ କେତେ ପରିମାଣରେ ଖାଇ ପାରିବେ ତାହା ଡାକ୍ତରଙ୍କ ଠାରୁ ବୁଝିନେବା ଉଚିତ। ଯଦି ଆପଣ ଏହାକୁ ଓଟସ୍ ସହିତ ମିଶାଇ ଖାଆନ୍ତି, ତେବେ ଆପଣ ଅଧିକ ଫାଇବର ପାଇବେ।
ଖଜୁରୀ ଖାଇବାର ଅନ୍ୟ ଉପକାର –
ଖଜୁରୀରେ ଥିବା ମ୍ୟାଗ୍ନେସିୟମ୍ ହାଡକୁ ମଜବୁତ କରେ।
ଖଜୁରୀ ଖାଇବା ଦ୍ୱାରା ହଜମ ସମ୍ବନ୍ଧୀୟ ସମସ୍ୟା ହୁଏ ନାହିଁ ।
ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ରହିଛି ସେମାନେ ନିଶ୍ଚିତ ଭାବରେ ଖଜୁରୀ ଖାଆନ୍ତୁ ।
ଖଜୁରୀ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।
-ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।